ଅନୀଲ କୁମାର ପ୍ରଧାନ
ସ୍ୱର୍ଗ ଆଡକୁ ସର୍ପିଳପଥ ; ଶହେ ସାମ୍ବୁଲି -ଡାମ୍ବୁଲି ପଢେ
ବାସ୍ନାରେ ବାସ୍ନାରେ ବେଲଘର ବାସେ
ବାପାର ବଂଶୀ ବାଦନେ
ବାପାର ବଂଶୀ ବାଦନେ
କୁଟୀରେ କୁଟୀରେ କୁଟି ଆଣି କହେ
କାଠର କୁଡ଼ିଆ କୋଣେ ||
କାଠର କୁଡ଼ିଆ କୋଣେ ||
ସଞ୍ଜଠୁ ସକାଳ ସର୍ବସମ ସଦା ସମ୍ପତି ସରାଗେ ସରେ
ପାହାଡ ପାହାଡ ପୁଲକିତ କରେ ପୋଡୁଚାଷ ପଣତରେ
ଝରଝର ହୋଇ ଝରଣା ଝଙ୍କାର ଜଠରେ ଯେସନ ଭାସେ
ହିମାଳୟ ପରି ହିମ ବର୍ଷା ହିଂସ୍ର ହିଂସାରେ ହିସାବୀ ହସେ ||
ମାଟିର ମଦିରା ମାରେ ମନ ବ୍ୟଥା ମାଟିରେ ମୋହେ
ଲୋଟଇ
ରଙ୍ଗରେ ରଙ୍ଗରେ ରଙ୍ଗlୟିତ ରାଗେ ରlଙ୍ଗlପାରୁର ରମଣୀ
କେଶରେ କେଶରେ କଣ୍ଟାପାନିଆକୁ କୁଞ୍ଚଇ କୁଟିଆ ରାଣୀ
କୁଟିଆ କନ୍ଧର କାଷ୍ଠ କଙ୍କାଳ କାଲି ବି କହିବ କାହାଣୀ
କାଷ୍ଠବଙ୍ଗଳା କେ !କନ୍ଦରୁ କାଢ଼ିବ କାନ୍ଦି କନ୍ଦାଇକି ପୁଣି ||
ମହାଲିକପଡା, ବୌଧ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।