ଲିପ୍ସା ଗିରି
ପୂର୍ବ ଦିଗରୁ ଗିରି ଶିଖରରୁ ଭାନୁର ଉଦୟ ହୋଇ ସାରିଛି । ସେହି ଉଦିତ ଭାନୁର କିରଣ ବିଛୁରିତ କରି ସାରିଛି ସମଗ୍ର ମନୁଷ୍ୟ ଜଗତକୁ । କାବ୍ଯ ଜଗତର କବି ମାନଙ୍କୁ ଓ ଲେଖକ ଜଗତର ଗାଳ୍ପିକ ଓ ଔପନ୍ୟାସିକ ତଥା ପ୍ରାବନ୍ଧିକ ମାନଙ୍କୁ ଏବଂ ଆଉ କେତେକ ସୁଲେଖକ ମାନଙ୍କୁ ଆହ୍ଲାଦିତ କରି ସାରିଛି । ଉଦିତ ଭାନୁର ଅପେକ୍ଷାରେ ରହି ତାହାର ଉପସ୍ଥିତି ମାତ୍ରକେ ଯେପରି ପୁଷ୍ପମାନେ ସବୁ ପ୍ରଷ୍ଫୁଟିତ ହୋଇଥା'ନ୍ତି ; ସେହିପରି ନୂତନ ପ୍ରଭାତର ଆରମ୍ଭରେ ନୂତନ ସକାଳକୁ ନେଇ କୋମଳ ହୃଦୟଟିକୁ ମୋର କାବ୍ୟ ଜଗତକୁ ନେଇ ଯାଇ ମୋର କ୍ଷୁଦ୍ର ମସ୍ତିଷ୍କରେ କବିତାଟିଏ ଅଙ୍କୁରିତ ହୋଇ ସାରିଛି ।
ପୂର୍ବ ଦିଗରୁ ଭାନୁର ଉଦୟ
ଗିରି ଶିଖରରୁ ଆସେ
ସୁନେଲି କିରଣ ବିଛୁରିତ ହେଲେ
ପଦୁଅଁ ଫୁଲଟି ହସେ ।
ଉଦିତ ଭାନୁର ହୃଦୟ ଉଦାର
ସକଳ ଶକ୍ତିକୁ ନେଇ
ମୁଠା ମୁଠା ସ୍ବପ୍ନ ସତ ହେବା ଲାଗି
ପ୍ରଭାତ ଆସଇ ଧାଇଁ ।
ସାହିତ୍ଯ ଜଗତ ସମ୍ଭାର ହୋଇବ
ଲେଖନୀ ମୂନରେ ରହି
ହୋଇଛି ଏପରି ଭାନୁର ଉଦୟ
ସାହିତ୍ୟକମାନେ ଯେଉଁ ଠାବେ ଥାଅ
ପ୍ରେରଣ କରନ୍ତୁ ଲେଖା
ସମୃଦ୍ଧ ହୋଇବ ସାହିତ୍ଯ ଜଗତ
କର ନାହିଁ ଅଣଦେଖା ।
ଉଦୟ ଭାନୁ ତା' ଦୃଢ ଶକ୍ତି ନେଇ
ଆସିଛି ଓହ୍ଲାଇ ମର୍ତ୍ତ୍ୟେ
ମହୀ ମଣ୍ଡଳରେ ସାହିତ୍ୟ ରଚିବ
ଆନନ୍ଦ ଆସିବ ଚିତ୍ତେ ।
ବାଜପୁର, କୃଷ୍ଣନଗର ପାଟଣା,
କାକଟପୁର (ପୁରୀ)
ଜୟ ସାହିତ୍ୟ, ଜୟ ସମାଜ
ବହୁତ ସୁନ୍ଦର ଧନ। ଭଲ ମଣିଷ ହୁଅ
ReplyDelete