ଲିପ୍ସା ଗିରି
ଭଗବାନଙ୍କ ସୃଷ୍ଟିରେ ପ୍ରେମ ଏକ ଏପରି ଶବ୍ଦ ଯାହା ସଦାସର୍ବଦା ଚିରନ୍ତନ ସତ୍ୟ । ପ୍ରେମ ବିନା ମନୁଷ୍ୟର ଅସ୍ତିତ୍ୱ ଗଠନ ଅସମ୍ଭବ । ପ୍ରେମ ଓ ଭଲପାଇବା ହିଁ ପ୍ରତ୍ୟେକ ମନୁଷ୍ୟର ହୃଦୟକୁ ସ୍ପର୍ଶ କରିବାର ମାର୍ଗ ବନିଥାଏ । ଗୋଟିଏ ମନୁଷ୍ୟର କଠୋର ହୃଦୟକୁ ଜିତିବାକୁ ହେଲେ ତା' ପ୍ରତି ପ୍ରଗାଢ ଭଲପାଇବା ହିଁ ଏକମାତ୍ର ମାର୍ଗ , ଯାହାକି ହୃଦୟରେ କୋମଳତା ସୃଷ୍ଟି କରିବ । ସବୁ ସମ୍ପର୍କଠୁଁ ସତ୍ ପ୍ରେମର ସମ୍ପର୍କ ସ୍ବର୍ଗୀୟ ପ୍ରେମ ବୋଲି ପରିଦୃଷ୍ଟ । ପ୍ରେମ ପାଇଁ ପରିଚୟ ଦରକାର ପଡେନି । ହୃଦୟର ଆବେଗ ଭାବକୁ ଯେତେବେଳେ କୌଣସି ଅନ୍ଯ ଏକ ହୃଦୟ ହୃଦୟଙ୍ଗମ କରିପାରେ ସେହି ସମୟରେ ଗଢ଼ି ଉଠେ ପ୍ରେମ ଭଳି ଏକ ଅମୂଲ୍ୟ ସମ୍ପର୍କ । ଏଭଳି ସମ୍ପର୍କ ଗଢ଼ି ଉଠିଥିଲା ଲୈଲା - ମଜ୍ନୁଙ୍କ ହୃଦୟ ମଧ୍ୟରେ ।
ଏକାଦଶ ବିଂଶ ଶତାଦ୍ଦୀ ସମୟରେ ଆରବ ଦେଶରେ ଜନ୍ମ ନେଇଥିବା ଏକ ଅମୀର ପରିବାର ସୁପୁତ୍ର କୋୟସ୍ ହନ୍ବ ଅଲ ମୂଲ୍ଯବାହ ଯାହାକୁ ଆମେ ମଜ୍ନୁ ବୋଲି ଜାଣିଛେ । ମଜ୍ନୁର କୁଣ୍ଡଳୀରେ ଲେଖା ଥିଲା ସେ ଯେବେ ଯୁବା ବୟସରେ ପଦାର୍ପଣ କରିବ ସେତେବେଳେ ତା' ଅଗାଢ଼ ପ୍ରେମ କାହାଣୀ ଜନ୍ମ ନେବ ; ଏହାକୁ ଜନୈକ ଜ୍ୟୋତିଷ ବିଜ୍ଞାନୀ ତାଙ୍କ ପରିବାର ସମ୍ମୁଖରେ ଉପସ୍ଥାପନ କରିଥିଲେ । କିନ୍ତୁ ଏହାକୁ ମିଥ୍ୟା ଓ ଅନ୍ଧବିଶ୍ୱାସ ଭାବି ସେମାନେ ଖାତିର୍ କରି ନ ଥିଲେ । ପରିସ୍ଥିତି ଅନୁଯାୟୀ ବିଧି ବିଧାନାନୁସାରେଣ ଜ୍ୟୋତିଷଙ୍କ କଥାଟି ବାସ୍ତବ ରୂପ ନେଲା । ମଦରସ୍ରେ ପଢ଼ିଲା ବେଳେ ଉଭୟ ମଜ୍ନୁ ଓ ଲୈଲା ପରସ୍ପର ସହ ଭେଟ ହେଲେ ଓ ତାହା ପ୍ରେମ ସମ୍ପର୍କରେ ବଦଳି ଗଲା । ପ୍ରେମୀ ଯୁଗଳ ଦୁହିଁଙ୍କ କେତୋଟି ମୁହୂର୍ତ୍ତ ଗତ ପରେ ତାଙ୍କ ସମ୍ପର୍କରେ ପ୍ରାଚୀର ହୋଇ ଛିଡ଼ା ହେଲେ ଲୈଲାର ପରିବାର । ଲୈଲାକୁ ଏକ ଅମୀର ବ୍ଯକ୍ତି ସହ ବିବାହ ଦେଲେ ଲୈଲାର ପିତାଶ୍ରୀ । ପାଗଳ ପ୍ରାୟ ହୋଇ ଲୈଲାକୁ ଖୋଜି ବୁଲିଲା ମଜ୍ନୁ । ଲୈଲା ତା'ର ସ୍ବାମୀ ସମ୍ମୁଖେ ଉପସ୍ଥାପନ କରିଥିଲା ତା'ର ପ୍ରେମକୁ ; ମନରେ କିନ୍ତୁ ନ ରଖି କହିଥିଲା -"ମଜ୍ନୁ ମୋ ପ୍ରେମିକା"। ନିଜର ଦେହକୁ ପରିତ୍ୟାଗ କରିଦେବ ପଛେ କୌଣସି ଅନ୍ଯ ବ୍ଯକ୍ତିର ସଂସ୍ପର୍ଶରେ ଆସିବନି ଜାଣି ଲୈଲାଙ୍କୁ ତଲାକ୍ ଦେଲେ ତା' ସ୍ବାମୀ । ଲୈଲା ସେଠୁ ପ୍ରତ୍ୟାବର୍ତ୍ତି ତା' ପିତ୍ରାଳୟରେ ବାସ କଲା ପରେ ପୁନଃ ଏକ ସମୟରେ ମଝୁନ୍ଙ୍କୁ ଭେଟିବା ପରେ ଉଭୟଙ୍କ ପ୍ରେମକୁ ଚିର ଶାଶ୍ୱତ କରିବାର୍ଥେ ସେ ଠାବୁଁ ପଳାୟନ କଲେ ଦୁହେଁ । ଲୈଲାର ଭାଇମାନେ ଏହା ଜାଣି ଉଭୟ ପ୍ରେମୀ ଯୁଗଳଙ୍କୁ ହତ୍ୟା କରିବାକୁ ଖୋଜି ବୁଲିଲେ । କିଛିଦିନ ଗତ ପରେ ପ୍ରେମୀ ଯୁଗଳ ଇତଃସ୍ତତଃ ଭାବେ ଘୂରି ଘୂରି କିଛି ନ ଖାଇ ନ ପିଇ ରାଜସ୍ଥାନର ଶ୍ରୀ ଗଙ୍ଗାନଗର ବିଲେମରେ ପ୍ରାଣତ୍ୟାଗ କଲେ । ପ୍ରେମୀ ଯୁଗଳଙ୍କ ସମ୍ବଦ୍ଧେ ଜନସମାଜ ଜାଣି ଉଭୟଙ୍କୁ ପୋତି ଦେଲେ । ଏ ଥିଲା ଶାଶ୍ୱତ ପ୍ରେମର ସମ୍ପର୍କ ଯାହା ଆଜି ସ୍ମୃତିର ସୌଦା କରେ ।
ଲୈଲା - ମଜ୍ନୁ ନାହାନ୍ତି ସତ କିନ୍ତୁ ତାଙ୍କ ସଚ୍ଚା ପ୍ରେମ ଯୁଗ ଯୁଗକୁ ଇତିହାସ ପୃଷ୍ଠାରେ ମଣ୍ଡିତ ହୋଇ ରହି ଯାଇଛି ; ଲୋକ ମାନଙ୍କ ହୃଦୟରେ ଅଦ୍ଯାପି ବି ଜୀବିତ ସେମାନେ । ଏ ସମାଜରେ ଅନେକ ପ୍ରେମୀ ଯୁଗଳ ଦୃଶ୍ୟମାନ କିନ୍ତୁ ସତ୍ ପ୍ରେମର ଆଧାରରେ କେହି ନାହିଁ । ଅତ୍ର ପ୍ରଲୋଭନ ହିଁ ସବୁରି ପ୍ରେମ ପାଲଟି ଯାଇଛି ; ଲାଳସାକୁ ଆଦରି ନେଇଛି ଏ ସମାଜ । ଲାଳସା ପୂର୍ଣ୍ଣ ପରେ ଭୁଲି ପକାଏ ପ୍ରେମକୁ ସମାଜରେ ଥିବା ଅତ୍ଯାଚାରୀ । ଲୈଲା- ମଜ୍ନୁଙ୍କ ପ୍ରେମର ଇତିହାସ କାହାକୁ ଅଛପା ନାହିଁ ; ସମ୍ପର୍କର ସ୍ବାଦ କେହି ଚାଖି ନାହାନ୍ତି ଏଯାବତ୍ ।
ଆଜିର ସମାଜେ ବଢ଼ି ଚାଲିଛି ପ୍ରେମୀ ଯୁଗଳଙ୍କ ସଂଖ୍ୟା ; କିନ୍ତୁ ପ୍ରେମର ସଂଜ୍ଞା ଜାଣି ନାହାନ୍ତି କେହି । ଯଦି ଜ୍ଞାତ ଥା'ନ୍ତା ତେବେ ସମାଜରେ କ୍ରୋଧ, ହିଂସା ଓ ଅତ୍ଯାଚାର, ଶୋଷଣ ବଢ଼ି ନ ଥା'ନ୍ତା । ସତରେ ଯଦି ଭଲ ପାଉଥାଆନ୍ତି ତେବେ କୌଣସି ପରିସ୍ଥିତିରେ ବି ସାଥୀର ହାତ ଛାଡ଼ିବା ଅନୁଚିତ୍ । ଯେମିତି ଉଦାହରଣ ସୃଷ୍ଟି କରିଥିଲେ ଲୈରା - ମଜ୍ନୁ । ପରସ୍ପର ମଧ୍ୟେ ଉତ୍ତମ ବୁଝାବଣା ରଖି ପରସ୍ପର ଆଶ୍ବାସନା ଦେଇ ପାରିଲେ ପ୍ରେମ ଚିରସଙ୍ଗତ ହୁଏ ଓ ସୁନ୍ଦର ସମ୍ପର୍କ ରୂପ ଧରେ । ନୂତନ ସମାଜର ଉଦ୍ଭାବନ ଏଇଥିରୁ ହିଁ ହେବ । କଳ୍ପନିକ ଭାବେ ଦେଖିବ ଏ ସଂସାର ସୁନ୍ଦର ରୂପେ ଛିଡ଼ା ହୋଇଥିବ ।
କଥାରେ ଅଛି ଭଗବାନ ସତ୍ ପ୍ରେମରେ ଥା'ନ୍ତି । ଯଦି ସତ୍ ପ୍ରେମ ଜାତ ହେବ ସ୍ବୟଂ ଭଗବାନ ନିଜେ ଧରାବତରଣ କରି ସମସ୍ତଙ୍କୁ ଆପ୍ଯାୟିତ କରିବେ । ସତ୍ ପ୍ରେମର ନିଦର୍ଶନ - ଲୈଲା -ମଜ୍ନୁ ; ସ୍ମୃତିର ସୌଦା କରି ଦେଖ ଥରେ ଜାଣି ପାରିବ ।
ବାଜପୁର,କୃଷ୍ଣନଗର ପାଟଣା
(କାକଟପୁର)
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।