ଶ୍ରୀମତୀ ଜ୍ୟୋତ୍ସ୍ନା ପୃଷ୍ଟି
ରୋଷେଇ ଘର ରେ ରୋଷେଇ ଘର ,
ରାନ୍ଧଣା କରଇ କେତେ ପ୍ରକାର ,
ହାତ ପରଷାରେ ଭାରି ଆଦର ।।(୧)
ସେଥିପାଇଁ ଗଢ଼ା ବଡ଼ ଆକାର ,
ନିତି ଦିନିଆରେ ଚାଲେ ସଂସାର ।
ସଫା ସୁତୁରା ରେ ରୂପ ଟି ତୋର ,
କୁଣିଆ ଆସିଲେ ନିଶ୍ଚେ ସତ୍କାର ।।(୨)
ସାଧା ଅରୁଆକୁ ଡାଲି ବେସର ,
ଗୁରୁବାର ଦିନ ଶାଗ ମହୁର ।
କଦଳୀ ଭଜା କୁ ମଞ୍ଜା ଶାକର ,
ଖୀରି ସୁଆଦିଆ ଲାଗେ ମଧୁର ।।(୩)
କାନ୍ଥରେ ଲାଗିଛି ଘଣ୍ଟା ସୁନ୍ଦର ,
ସମୟକୁ ଦେଖି କରେ ସୁଚାର ।
ଥାକରେ ସଜାଡି ରଖେ ଆଚାର ,
ନ ପାଇଲେ ଚିଜ ଲାଗେ ବେକାର ।।(୪)
ଭାବନାରେ ଥିଲେ ଲାଗଇ ଡର ,
ଲେଖି ଲାଖି ଯାଏ ଲେଖନୀ ଧାର ,
ପ୍ରେରଣା ପାଇଁ ତ ହୁଏ ଆଧାର ।।(୫)
ରୋଷେଇ କରିବା ଦାୟିତ୍ଵ ମୋର ,
ଠାକୁର କୃପାରୁ ହୁଏନା ଜ୍ଵର ।
ପରିବାର ମୁଖେ ଦିଏ ଆହାର ,
ମାନୁଥାଏ ସଦା ତୋ ଉପକାର ।।(୬)
ଅଭୁଲା ସ୍ମୃତିକୁ ତୋଳାଇ ଘୋର ,
ଯେତେ ଯାଏଁ ଥିବି ହେବୁନି ପର ।
ଶରଧା ପତ୍ରରେ ନାମ ଅକ୍ଷର ,
ରୋଷେଇ ଘର ମୋ ରୋଷେଇ ଘର ।।(୭)
ସୌଭାଗ୍ୟ ନଗର
ଭୁବନେଶ୍ବର
ଜୟ ସାହିତ୍ୟ, ଜୟ ସମାଜ


ସୁନ୍ଦର ସରଳ କବିତା ।
ReplyDelete