କେତେ ଯେ କଣ୍ଟକ
ବିଗତ ଦିନ ହେଲା
ଜୀବନ ମଞ୍ଚରେ ନାଚିଲୁ ଧିରେ
ଅଭିନବ ପରଦାରେ
ବାନ୍ଧି ଘୁଙ୍ଗୁର ଅଭିନୟର
ତିଥି ବାର
ଜୀବନର ଚଲାପଥ
କେତେ ଯେ କଣ୍ଟକ
ବିଗତ ଦିନ ହେଲା
ଜୀବନ ମଞ୍ଚରେ ନାଚିଲୁ ଧିରେ
ଅଭିନବ ପରଦାରେ
ବାନ୍ଧି ଘୁଙ୍ଗୁର ଅଭିନୟର
ତିଥି ବାର
ଜୀବନର ଚଲାପଥ
କେତେ ଯେ କଣ୍ଟକ
ଚାଲୁଥାଏ ଯେ
ତାକୁ ହିଁ କେବଳ ଜଣା.....
ସେହି ଚଲାପଥର ଦୋ' ଛକିରେ ଆଜି ବାଟ ଖୋଜି ପାଏ ନାହିଁ
ବାଟବଣା ହୋଇଯାଏ ମୁଁ ସତେ
କାହାରିକୁ ଜଣା.....
ଠିକଣା ଭାବି
ଆପଣି ଥିଲି ଯାହାକୁ
ସେ ଯଦି କରେ ପର
ଠିକଣା ଅବା କାହୁଁ ପାଇବି ??
ଠିକଣା ହଜେଇ
ଖୋଜିବାକୁ ଚାହେଁ
ନୂଆ ଠିକଣା
ନୂଆ ଠିକଣାର ସନ୍ଧାନ
ପାରୁନାହିଁ କାହିଁ କରି
ସତେ ମନ ଚାହୁଁ ନାହିଁ କାହିଁ ମୋର
ମନକୁବି ପାରୁନି ବୁଝାଇ..... ମନହୁଏ ଅମାନିଆ ;
ମନ ଚାହୁଁନି ଖୋଜିବାକୁ
ନୂଆ ଠିକଣାର ସନ୍ଧାନ
ମୁଁ କି ପାଇବି
ଖୋଜି ଏକା ଠିକଣା
କେତେ ଦିନ ମାନିବାକୁ ପଡିବ
ମନର ଏ କଥା.....
ମନର ଆଦେଶକୁ
ଅପେକ୍ଷା କରି ରହିଛି
ସତରେ ଏ ମନ
କ'ଣ ଚାହୁଁଛି ମୋ ପାଖରୁ.......


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।