କୈଳାସ ଚନ୍ଦ୍ର ପାଢୀ
କବିତା ତ କେବେ
ସ୍ବର୍ଗ ପରୀଟେ
କେବେ ପାରିଜାତ ଫୁଲ,
କେବେ ପୁଣି ସିଏ
ବୈଶାଖୀ ଝାଂଜି
ଜ୍ୟେଷ୍ଠର ଅଗ୍ନି ଝୁଲ।
କେତେବେଳେ ସିଏ
ଆଷାଢ ଆକାଶେ
ଆଶାର ଇନ୍ଦ୍ରଧନୁ,
କେବେ ପ୍ରଭାତର
ବର୍ଣ୍ଣିଳ ଛବି
ପ୍ରାଚୀ ନଭେ ବାଳଭାନୁ।
କେବେ ଶ୍ରାବଣର
ଭରା ନଇ ସେ ତ
ଶରତର କାଶଫୁଲ,
କେବେ ହେମନ୍ତର
ଶିଶିର ବିନ୍ଦୁ
ସତେକି ମୁକ୍ତା ତୁଲ।
କେବେ ସରସୀର
ପଦ୍ମଟିଏ ସେ
ସବୁରି ଜନର ପ୍ରିୟ,
ଶୀତ ସକାଳର
ସୁନେଲି ଖରା ସେ
ଲଭଇ ସବୁରି ସ୍ନେହ,
କେବେ ବସନ୍ତର
ମଳୟ ପବନ
ନବ ଯଉବନା କେବେ,
କେବେ ଓଁକାର
କେବେ ସେ ବ୍ରହ୍ମ
କେତେ କେତେ ରୂପ ତା'ର ।
* * *
।କୁମାରପୁର।
ଭଦ୍ରକ।ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।