ପ୍ରଜ୍ଞା ପାରମିତା ପଣ୍ଡା
ଦୃଶ୍ୟ ହୁଏ,
ନାଟକର ଶୂନ୍ୟ ରଙ୍ଗମଞ୍ଚ
ଅଭିନୟ ଚାତୁରୀରେ
ଜିତିଥିବା ହୃଦୟ
ଆପଣା ହୃଦୟ ଭାଙ୍ଗି
ସକେଇ ହୁଏ ।।
ଧୋଇଦିଏ ଚିକିମିକି ଚେହେରାର
ଆସ୍ତରଣ ..
ସତରେ ଯେମିତି ବତୁରି ଆସେ
ମନ ଅଳନ୍ଧୁରେ ଛପି ବସିଥିବା
କୋହର ଟୋକେଇ..
ନାଟକର ଅନ୍ତହେଲା,
ବିଭୋର ମଧ୍ୟ ହେଲେ
ଦର୍ଶକ ..
ପ୍ରକମ୍ପିତ ହେଲା
ନାଟ୍ୟମଞ୍ଚ..
ହେଲେ ଏ କ'ଣ !!!
ସମାପ୍ତିର ଅନ୍ତରାଳେ
କାହିଁକି ଭରିଛି ଏ ବିଷାଦ..
କାହିଁକି ଗଢ଼ି ଉଠିଛି
ଶୋକ ଆଉ ସନ୍ତାପର ଦୁର୍ଗ ..
ସମାପ୍ତି ହିଁ ତ ଆରମ୍ଭର ସୂଚକ,
ସମାପ୍ତି ହିଁ ତ ଆୟମାରମ୍ଭ ର
ପ୍ରତୀକ..
ତେବେ, କାହିଁକି ଏତେ ଶୋଚନା !!
ଏତ ବାସ୍ ସମୟର ବିଡ଼ମ୍ବନା ..
ଜୟ ସାହିତ୍ୟ, ଜୟ ସମାଜ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।