ଆଲୋକ ଚନ୍ଦ୍ର ନାୟକ
ଯେମିତି ଅନେକ ଦେଶର ସମାହାରରେ ଏ ବିଶ୍ବ ଗଠିତ ; ଠିକ୍ ସେହିଭଳି ବିଶ୍ବ ଇତିହାସ ବୋଲି କିଛି ସ୍ୱତନ୍ତ୍ର ଇତିହାସ ନାହିଁ । ଏଣୁକରି ଅନେକ ଦେଶର ଇତିହାସର ସମିଶ୍ରଣରେ ଗଠିତ ହୋଇଛି ଏ ବିଶ୍ବ ଇତିହାସ । ସେ ସାହିତ୍ୟ କ୍ଷେତ୍ରରେ ହଉ କି ସେ ଭୌଗୋଳିକ କ୍ଷେତ୍ରରେ ହଉ, ସେ ଗଣିତ କ୍ଷେତ୍ରରେ ହେଉ କି ସେ ଇତିହାସ କ୍ଷେତ୍ରରେ ହେଉ, କି ସେ କଳା ସଂସ୍କୃତି ବିଷୟରେ ହେଉ, ବା ସେ ବିଜ୍ଞାନ ବିଷୟରେ ହେଉ, ଏ ବିଶ୍ବ ଇତିହାସରେ ଏ ସବୁର କିଛି କିଛି ମହତ୍ତ୍ୱ ଓ ଘଟଣାବଳୀ ଏବେ ବି ସୁଦ୍ଧା ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି। ଠିକ୍ ସେହି ଭଳି ଏ ବିଶ୍ବ ଇତିହାସକୁ ଭାରତ ତରଫରୁ ବି କିଛି କମ୍ ଦିଆଯାଇ ନାହିଁ । ସାହିତ୍ୟ କ୍ଷେତ୍ରରେ ଗୀତାଞ୍ଜଳି ଭଳି କାବ୍ୟ, ସନ୍ଥକବି ଭୀମ ଭୋଇଙ୍କ ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ ଲେଖା ଯାହା କି ଜାତୀସଂଘର କାନ୍ଥରେ ବି ସ୍ଥାନ ଅଳଙ୍କୃତ କରିଛି।
ଅନେକ ବିଦେଶୀ ଭାବନ୍ତି ଏ ବିଶ୍ବ ଇତିହାସକୁ ଭାରତର ଇତିହାସ କଳା ଓ ସଂସ୍କୃତି କ'ଣ ଦେଇଛି ? ଆମ ଭାରତର ବି ଅନେକ ବିଦେଶୀ ମାନଙ୍କ କଥାରେ ଭାସି ଯାଇ ଏଇ ସମାନ କଥା ହିଁ ଭାବୁଥିବେ। କିନ୍ତୁ ସେମାନଙ୍କର ଜାଣି ରଖିବା ଉଚିତ୍ ଏ ବିଶ୍ବ ଇତିହାସକୁ ଯଦି କିଏ ଅଧିକ ଇତିହାସ ଓ କଳା ସଂସ୍କୃତି ବିଷୟରେ ଦାନ କରିଥାଏ ତେବେ ସେ ଆଉ କେହି ନୁହେଁ ; ସେ ହେଉଛି ଏଇ ପୁଣ୍ୟଭୂମି ଦେବଭୂମି ଓ ବୀରଭୂମି ମମତାମୟୀ ଭାରତ। ନ ଦେଇଛି କଣ ? ଦେଇଛି ବିଶ୍ବ ପ୍ରସିଦ୍ଧ ଜଗନ୍ନାଥ, ଯିଏ ସବୁବେଳ ପାଇଁ ଇତିହାସର ପ୍ରଥମ ପୃଷ୍ଠାରେ ଥିଲେ, ରହିଛନ୍ତି ଓ ଆଗକୁ ବି ରହିଥିବେ।
ଯାହାଙ୍କର ଅବଢ଼ା ରୋଷେଇ ଠାରୁ ଆରମ୍ଭ କରି ନୀଳଚକ୍ର ବାନା ପର୍ଯ୍ୟନ୍ତ ସବୁକିଛି ରହିଛି ରହସ୍ୟ ହୋଇ ଏ ବିଶ୍ବ ଇତିହାସ ପାଇଁ । ବିଶ୍ବ ପ୍ରସିଦ୍ଧ କୋଣାର୍କ ମନ୍ଦିର । ଏ ବିଶ୍ବ ଇତିହାସକୁ ଭାରତ କେବଳ ମହାପ୍ରଭୁଙ୍କୁ ଦେଇ ନାହିଁ ; ତାଙ୍କରି ଆଶିଷରେ ଏ ବିଶ୍ୱକୁ ଭାରତ ଦେଇଛି ସୂକ୍ଷ୍ମ କାରୁକାର୍ଯ୍ୟ ଭରା ସୂର୍ଯ୍ଯ ଉପାସନା ପାଇଁ ଏକମାତ୍ର ସୂର୍ଯ୍ୟ ମନ୍ଦିର ଅର୍ଥାତ୍ କୋଣାର୍କ ମନ୍ଦିର ।
ଖାଲି ଏତିକିରେ ଯେ ଭାରତର ଅବଦାନ ଶେଷ ହୋଇଗଲା ତାହା କହିବା ଓ ଭାବିବା ନିଶ୍ଚିତ ଏକ ଦୁଃଖର ବିଷୟ ହେବ।
ଗଣିତ କ୍ଷେତ୍ରରେ ବି ଭାରତ ଦେଇଛି ସବୁଠାରୁ ବଡ ତଥ୍ୟ । ସବୁଠାରୁ ମୁଖ୍ୟ ଶୂନ୍ୟ ; ଯାହାର ବ୍ୟବହାର ହିଁ ଜାଣି ନ ଥିଲା ମଣିଷ ।
ଭାରତ ଶିଖେଇଛି ତାକୁ କିଭଳି ବ୍ୟବହାର କରାଯାଏ ।ଏଇଠି ମୋର ବିଶ୍ବ ବାସୀଙ୍କୁ ପ୍ରଶ୍ନ ରହିବ - ଭାରତ ଆଉ କେତେ ଦେଲେ ବିଶ୍ବ ଇତିହାସରେ ତାଆର ସ୍ଥାନ ଆପଣମାନେ ଉପରେ ରଖିବେ ? ଏ ବିଶ୍ବ ଇତିହାସକୁ ବଦଳେଇବା ପାଇଁ ଭାରତକୁ ଆଉ କେତେ କ'ଣ କରିବାର ପଡିବ ? ଏ ତ ଗଲା ଇତିହାସ,ଭୌଗୋଳ,ସାହିତ୍ୟ, ଗଣିତ ଓ କଳା ସଂସ୍କୃତି କଥା । ଯାହାକୁ ନେଇ ଆଜିର ଏ ସମାଜ ଆଗେଇଛି । ଯାହା ପାଇଁ ଆଜିର ଏ ଯୁଗ ପରିବର୍ତ୍ତନରେ ପାଦ ଥାପିଛି । ଯାହାକୁ ନେଇ ଆଜିର ଏ ଯୁଗ ଓ ସମାଜ ଆଗାମୀ ପିଢ଼ି ପାଇଁ ସ୍ବପ୍ନ ଦେଖୁଛି। ଆମେ ଜଣେ ଜଣେ ଭାରତୀୟ ଭାବେ ଦୃଢ କଣ୍ଠରେ କହିପାରିବା ଯେ ଏ କ୍ଷେତ୍ରରେ ଆମେ ବି ପଛରେ ନାହୁଁ । ସେଥିପାଇଁ ତ ଭାରତର ପୁତ୍ର ବିଜୁ ପଟ୍ଟନାୟକଙ୍କ ଉଦ୍ୟମରେ ଜାତିସଙ୍ଘ ଦ୍ୱାରା ଦିଆ ଯାଉଛି ବିଶ୍ୱକୁ କଳିଙ୍ଗ ପୁରସ୍କାର। ଆହୁରି ଏମିତି ଅନେକ କିଛି ରହିଛି ଯାହାକୁ ଆମେ ଜାଣିବା ପାଇଁ ଚେଷ୍ଟା କରି ନାହାନ୍ତି । ତେଣୁକରି ମୋଅର ସବୁ ଭାରତବାସୀଙ୍କୁ ଆହ୍ବାନ ରହିବ ଆଗେଇ ଆସନ୍ତୁ ଆଉ ଯାହା ଆମେ ପାଇବାର ହକ୍ ତାକୁ ଛାଡେଇ ନିଅନ୍ତୁ । ତା'ର କାରଣ ଏ ବିଶ୍ବ ଇତିହାସ ଆମକୁ ଏବେ ବି ପ୍ରଯୁକ୍ତି ବିଦ୍ୟା ଓ ବିଜ୍ଞାନ କ୍ଷେତ୍ରରେ ନିଜ ପୃଷ୍ଠାରେ ଜାଗା ଦେବାକୁ ନାରାଜ୍ ଅଛି । ସେ ବା କେମିତି ନାରାଜ୍ ନ ହୁଅନ୍ତା ! ତା'ର ବା ଏଥିରେ ଦୋଷ କଣ ? ସେ ତ ସବୁବେଳେ ପ୍ରମାଣ ଆଧାରିତ ଘଟଣାକୁ ମନେ ରଖିଥାଏ। ସେଥିପାଇଁ ବୋଧେ ଆଜି ବିଜ୍ଞାନ କ୍ଷେତ୍ରରେ ଭାରତ ବିଶ୍ବ ଇତିହାସରେ ପଛରେ ରହିଛି। କାରଣ ବିଜ୍ଞାନ କ୍ଷେତ୍ରରେ ଭାରତ ଶକ୍ତିିିିଶାଳୀ ବୋଲି ଏ ବିଶ୍ବ ଇତିହାସକୁ ଉଚିତ୍ ପ୍ରମାଣ ଦିଆଯାଇ ନାହିଁ। ଯାହା ଏବେ ଏବେ ଜଣା ପଡ଼ିଛି ପ୍ରମାଣ ନ ଦିଆ ଯିବାର ବି ଏକ କାରଣ ରହିଛି । ସେ କାରଣମାନ ହେଉଛି :-
ପୂର୍ବର ଭାରତୀୟ ଭାଷା
ସେତେବେଳର ଭାରତୀୟମାନେ ଇଂରାଜୀର ଏତେଟା ବ୍ୟବହାର ଜାଣି ନ ଥିଲେ। ବିଶ୍ବ ଇତିହାସକୁ ପ୍ରମାଣ ଦେବାର ତାହା ଏକ ବଡ କାରଣ ହୋଇ ଛିଡାହେଲା । ଭାରତୀୟ ମାନଙ୍କର ମନୋବୃତ୍ତି ଏଭଳି । ବିଜ୍ଞାନ କ୍ଷେତ୍ରରେ ବିଶ୍ବ ଇତିହାସ ପାଖରେ ଭାରତକୁ ପହଞ୍ଚେଇବାରେ ଦାୟିତ୍ବ ହେଲା ଭାରତୀୟ ମାନଙ୍କର । ଆମେ ବିଶ୍ବ ଇତିହାସକୁ ଦୋଷ ନ ଦେଇ ଆମେ ବି ଦୋଷୀ ବୋଲି ମନେ କରିବା ଆବଶ୍ୟକ । ଏ ସବୁ ପରେ ବି ଏମିତି କିଛି କାରଣ ରହିଛି ଯେଉଁଥି ପାଇଁ ବିଶ୍ବ ଇତିହାସ ପାଖରେ ବିଜ୍ଞାନ କ୍ଷେତ୍ରରେ ଭାରତ ପଛରେ ରହିଛି ; ରହିଛି ନୁହେଁ ରଖା ଯାଇଛି ।
ଆଉ ସେ କାରଣ ସବୁକୁ ଜାଣିବା ପରେ ହୁଏତ କାହାକୁ କଷ୍ଟ ହୋଇପାରେ । କିନ୍ତୁ ତଥାପି ମୁଁ ଜଣେ ଭାରତୀୟ ହିସାବରେ ଲୋକ ଲୋଚନକୁ ଆଣିବା ମୋର କର୍ତ୍ତବ୍ୟ ।
ମାଧ୍ୟାକର୍ଷଣ ଶକ୍ତି ଚୋରି
ବଦଳିବ ବିଶ୍ବ ବିଜ୍ଞାନର ଇତିହାସ, ଖୋଲିବ ମହାନ ଆବିଷ୍କାର ପଛରେ ଲୁଚିଥିବା ପ୍ରକୃତ ସତ୍ୟ । ଆଉ ବାହାରକୁ ବାହାରି ଆସିବ ପ୍ରକୃତ ସତ୍ୟ ପଛରେ ଥିବା ଡାହା ମିଛ । ପ୍ରକୃତ ଘଟଣା ନୁହେଁ ନିହାତି ମନ ଗଢା କାହାଣୀ । ଆଉ ଆଶା ରହିବ ଏହାପରେ ବିଜ୍ଞାନ କ୍ଷେତ୍ରରେ ବିଶ୍ବ ଇତିହାସରେ ଭାରତକୁ ଦିଆ ଯିବ ସ୍ୱତନ୍ତ୍ର ସ୍ଥାନ । ପ୍ରକୃତ କାହାଣୀ ଉପରକୁ ଆସିଲେ ଆମେ ନିଶ୍ଚିତ ଜାଣି ପାରିବା ଯେ ଭାରତର ସ୍ଥାନ କେମିତି ଉଚ୍ଚ ହେବ । ପୃଥବୀରେ ମହାନତ୍ତମ ଆବିଷ୍କାର ହେଉଛି ମାଧ୍ୟାକର୍ଷଣ ; ଯେଉଁ ଆବିଷ୍କାର ପାଇଁ ବିଜ୍ଞାନର ନୂଆ ନୂଆ ଦିଗ ସୃଷ୍ଟି ହେଲା ।
ଏ କଥା ନିଶ୍ଚିତ ଯେ ଅନେକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିବ । ସତରେ କଣ ସାର୍ ଆଇଜାକ୍ ନିୟୁଟନ୍ ଏତେ ବଡ ଆବିଷ୍କାରକୁ ଏକା କରିଦେଲେ ।
ସତରେ କ'ଣ ଏହାର ଜନକ ସେ ନିଜେ !! ପ୍ରକୃତ ସତ୍ୟ ହେଉଛି ଏଇଆ - ସାର୍ ଆଇଜାକ୍ ନିୟୁଟନ୍ ନା ଏହାର ଜନକ ନା ଏହାର ଆବିଷ୍କାରକ। ସେ କେବଳ ୟାକୁ ଚୋରି କରିଛନ୍ତି। ଭାରତକୁ ବିଶ୍ବ ଇତିହାସ ପାଖରେ ଚାପିବାର ସେ ହେଉଛନ୍ତି ଅନ୍ୟତମ କାରଣ । କାରଣ ସେ ମାଧ୍ୟାକର୍ଷଣ ଶକ୍ତି ଚୋରି କରିଛନ୍ତି ଭାରତରୁ । ଆଉ ଏକଥାକୁ ମାନିଛି ଏବେ ମାନ୍ଚେଷ୍ଟାର୍ ବିଶ୍ବ ବିଦ୍ୟାଳୟ ଯେ ମାଧ୍ୟାକର୍ଷଣ ଶକ୍ତିକୁ ନେଇ ହୋଇଛି ମସ୍ତବଡ ଭୂଲ୍ ।
ମାଧ୍ୟାକର୍ଷଣ ଶକ୍ତିର ପ୍ରକୃତ ଆବିଷ୍କାରକ କିଏ ? ଏ କଥାର ଖୁଲାସା କରିଛନ୍ତି ଇଂଲଣ୍ଡର ମାଞ୍ଚେଷ୍ଟର୍ ବିଶ୍ବ ବିଦ୍ୟାଳୟର ଜଣେ ପ୍ରଫେସର୍ ।
ତାଙ୍କ ନାଆଁଟି ହେଉଛି, ଜର୍ଜ ଭର୍ଗିକ୍ ଜୋସେଫ୍ ।
ଜୋସେଫ୍ଙ୍କ ଲିଖିତ ଏକ ପୁସ୍ତକ ଯାହାର ୩ୟ ଭାଗ ଏବେ ପ୍ରିନ୍ସଟାଲ୍ ବିଶ୍ବ ବିଦ୍ୟାଳୟ ଦ୍ୱାରା ପ୍ରକାଶିତ ହେବାକୁ ଯାଉଛି। ସେଥିରେ ରହିଛି ଅନୁସନ୍ଧାନ ଓ ପାଶ୍ଚାତ୍ଯର ଅନେକ ଭିତିରି କଥା ।
ଜୋସେଫ୍ କହିଛନ୍ତି ଯେଉଁ ଆଧାରରେ ନିୟୁଟନ୍ ମାଧ୍ୟାକର୍ଷଣ ଶକ୍ତିର ଗଣନା କରିଛନ୍ତି ତାହା ଆସିଛି ପୁଣ୍ୟଭୂମି ଦେବଭୂମି ବୀରଭୂମି ଭାରତରୁ ।ଜୋସେଫଙ୍କ କହିବା କଥା ଆଜି ପର୍ଯ୍ୟନ୍ତ ବିଶ୍ବ ଜାଣିଛି ଆଧୁନିକ ଗଣିତ ୟୁରୋପରୁ ଆବିଷ୍କାର ହୋଇଛି । କିନ୍ତୁ ଏ ଦିଗରେ ଅନେକ ପୂର୍ବରୁ ଭାରତୀୟମାନେ ଦକ୍ଷତା ଲାଭ କରିସାରିଛନ୍ତି ।
ନିୟୁଟନଙ୍କ ମାଧ୍ୟାକର୍ଷଣ ଶକ୍ତି ଗଣନା ବା f=m ପଛରେ ରହିଛି ଭାରତୀୟ ଗାନୀତିକ ସୂତ୍ର।
ସପ୍ତଦଶ ଶତାବ୍ଦୀରେ ଏ ଅବଗଣନା କରିଥିଲେ ନିୟୁଟନ୍ । କିନ୍ତୁ ତା'ର ଶହ ଶହ ବର୍ଷ ପୂର୍ବରୁ ତେରଶହ ପଚାଶ ମସିହା ପୂର୍ବରୁ ଭାରତୀୟ ମାନେ ଏ ସମ୍ପର୍କିତ ସୂତ୍ର ଜାଣିଥିଲେ । କେରଳରେ ଏକ ଗୁରୁକୁଳରେ ବ୍ୟବହାର ହେଉଥିଲା ଇମ୍ଫା ରାଇଟ୍ ସିରିଜ୍ ବା ଅନିର୍ଦ୍ଧିଷ୍ଟ ଅବଗଣନା ସୂତ୍ର । ଭାରତୀୟଙ୍କୁ ଜଣା ଥିଲା ପାଇ ର ମୂଲ୍ୟ ନିର୍ଧାରଣ । ଭାରତୀୟ ମାନେ ପାଇର ମୂଲ୍ୟ ୯ କି ୧୦ ନୁହେଁ ୧୭ ପର୍ଯ୍ୟନ୍ତ ଗଣିପାରୁଥିଲେ । ଏ ସୂତ୍ରକୁ ଭାରତରୁ ଖ୍ରୀଷ୍ଟିୟାନ୍ ମିଶ୍ନାରୀ ମାନେ ପଞ୍ଚଦଶ ଶତାବ୍ଦୀରେ ୟୁରୋପକୁ ନେଇଥିଲେ। ଏଥି ସମ୍ପର୍କିତ ଠୋସ୍ ପ୍ରମାଣ ଏବେ ବି ରହିଛି। ସେମାନେ ହିଁ ଏହାକୁ ନିୟୁଟନଙ୍କୁ ଦେଇ ଥାଇପାରନ୍ତି । ଜୋସେଫ୍ଙ୍କ କହିବା କଥା ନିୟୁଟନଙ୍କ ଦ୍ଵାରା ଗଣନା ଆବିଷ୍କାର ପଦ୍ଧତିରେ ନିୟୁଟନଙ୍କ ଅବଦାନ ରହିଛି ସତ ; କିନ୍ତୁ ଏହା ସହ ଅବଗଣନାର ସୂତ୍ର ପାଇଁ ମାଧବ ଓ ନୀଳକଣ୍ଠଙ୍କୁ ବି ସମାନ ସମ୍ମାନ ମିଳିବା ଉଚିତ୍ । ଜୋସେଫ୍ ଆହୁରି ବି କହିଛନ୍ତି ଉପନିବେଶବାଦି ମନୋଭାବ ଯୋଗୁଁ ୟୁରେପୀୟ ମାନେ ଏହାକୁ ସ୍ବୀକାର କରୁ ନାହାନ୍ତି।
ତା' ଛଡା ଭାରତୀୟ ଲବ୍ଧ ଜ୍ଞାନ ସବୁ ସ୍ଥାନୀୟ ଭାଷାରେ ଥିବାରୁ ଏହାକୁ କୌଶଳପୁର୍ଣ୍ଣ ଭାବରେ ଏଡେଇ ଯିବାର ଥିଲା। ଏପରିକି ଅନେକ ଗାଣିତିକ ସୂତ୍ର କେରଳର ମାତୃ ଭାଷା ମାଲାୟଲମରେ ଲିଖିତ। ପାଞ୍ଚଶହ ବର୍ଷ ପୂର୍ବରୁ ଭାରତୀୟ ଜ୍ଞାନ ଜଗତରୁ ପାଶ୍ଚାତ୍ଯ ଜ୍ଞାନ ବିତରଣ ହୋଇଥିଲା।
ଉପନିବେଶବାଦ ଆରମ୍ଭ ହେବା ପରେ ଏହାକୁ ଜାଣି ଶୁଣି ଖଣ୍ଡନ କରାଗଲା । ଏପରିକି ପଞ୍ଚଦଶ ଶତାବ୍ଦୀରେ ପପ୍ କାରିଗରୀ ତ୍ରୟୋଦଶ ଜୁଲିୟାନ୍ କ୍ୟାଲେଣ୍ଡର୍ ବା ସ୍ଥାନୀୟ ରୋମାନ୍ କାଳଗଣନା ପଦ୍ଧତିକୁ ତ୍ରୁଟି ଶୂନ୍ୟ କରିବା ପାଇଁ କମିଟି ଗଢ଼ିଥିଲେ । କମିଟିର ସଦସ୍ୟ ଥିବା ଜର୍ମାନ୍ ଗଣନାକାରୀ କଳାଭିୟସ୍ ଏ ସମ୍ପର୍କରେ ଭାରତରୁ ଜ୍ଞାନ ଆହରଣ କରିଥିଲେ। ସେହିପରି ଜଳଯାତ୍ରା ଗଣନାର ବାଟ ଦେଖେଇଥିବାରୁ କେରଳର ଜଣେ ଜୌତିଷଙ୍କୁ ବିପୁଳ ଅର୍ଥ ରାଶି ଦ୍ୱାରା ସମ୍ମାନିତ କରିଥିଲେ ।
କେବଳ ମାଧ୍ୟାକର୍ଷଣ ଶକ୍ତି କାହିଁକି ? ନିୟୁଟନଙ୍କ ଯେଉଁ ଲ ବା ନିୟମ ରହିଛି ସେଥିରେ ବି ହୋଇଛି ଜାଲିଆତି । ଆଉ ଏଥିରେ ବି ରହିଛି ଜଣେ ଭାରତୀୟଙ୍କ ହାତ ବା ଅବଦାନ । ସେଇ ଭାରତୀୟଙ୍କ ସୂତ୍ରକୁ କେବଳ ଭିନ୍ନ ନାଁ ଦିଆଯାଇଛି।
କେବଳ ମାଧ୍ୟାକର୍ଷଣ ଶକ୍ତି ନୁହେଁ। ନିୟୁଟନଙ୍କ ଅନ୍ୟ ଏକ ମହାନ ଆବିଷ୍କାର ହେଉଛି ନିୟୁଟନ୍ ଲ । ଏହା ହେଉଛି ଏକ ମହାଜାଗତିକ କ୍ରିୟା ।
ଯାହାକୁ ନିୟମବଦ୍ଧ ଭାବେ ପ୍ରଥମେ ସାମ୍ନାକୁ ଆଣିଥିଲେ ନିୟୁଟନ୍ । କିନ୍ତୁ ଏଥି ସମ୍ପର୍କିତ ପ୍ରକୃତ ତଥ୍ୟ ଏବେ ଆସିଛି ପଦାକୁ । ପ୍ରମାଣ ମିଳିଛି ଗତି ସମ୍ପର୍କିତ ନିୟୁଟନଙ୍କ ଏ ତିନି ସୂତ୍ର ମୌଳିକ ନୁହେଁ।
ନିୟୁତନଙ୍କ ବହୁ ପୂର୍ବରୁ ଏ ସମ୍ପର୍କରେ ଜାଣିଥିଲେ ଭାରତୀୟ ମାନେ। ଏ ପରିକି ଭାରତୀୟ ଶାସ୍ତ୍ର ଅନୁସାରେ ହିଁ ଏ ନିୟମକୁ ପ୍ରସ୍ତୁତ କରିଥିଲେ ନିୟୁଟନ୍। ଗତି ସମ୍ପର୍କିତ ଏ ମହା ଜାଗତିକ ନିୟମ ବିଷୟରେ ପ୍ରଥମେ ଆବିଷ୍କାର କରିଥିଲେ ଭାରତୀୟ ବୈଜ୍ଞାନିକ ମୋହସରି ଗନାଡ଼ । ଗନାଡ଼ଙ୍କ ଜୀବନ କାଳ ଖ୍ରୀଷ୍ଟ ପୂର୍ବ ଷଷ୍ଠରୁ ତୃତୀୟ ଶତାବ୍ଦୀ ଭିତରେ ଥିଲା । ସେଇ ସମୟରେ ସେ ରଚନା କରିଥିଲେ ବୈଷୟିକ ସୂତ୍ର । ଯେଉଁଥିରେ ଉଲ୍ଲେଖ ରହିଛି ବାହୁବଳ ପ୍ରଭାବରେ ବେଗ ସୃଷ୍ଟି ହୁଏ । ଅର୍ଥାତ୍ ଯେଉଁ ଦିଗରେ ଓ ଯେଉଁ ପରିମାଣରେ ବଳ ପ୍ରୟୋଗ ହୁଏ ଠିକ୍ ତା'ର ଅନୁରୂପ ଭାବେ ସେହି ପରିମାଣର ଗତି ସୃଷ୍ଟି ହୁଏ ।
ଶେଷ ନିୟମ ଭାବେ ରହିଛି ବେଗ ଓ ସଂଯୋଗ ବିଶେଷ ବିରୋଧୀ । ଅର୍ଥାତ୍ କ୍ଯାରିୟର୍ ସମାନ ବିପରୀତ ପ୍ରତିକ୍ରିଆ ରହିଛି। ନିୟୁଟନଙ୍କ ଗତି ସମ୍ପର୍କିତ ଏହିପରି ତିନୋଟି ସୂତ୍ର କେବଳ ଆଉ କେବଳ ବୈଷୟିକ ସୂତ୍ର ଅନୁଯାୟି ହିଁ ହୋଇଛି।
କିନ୍ତୁ ଏହାକୁ ସମସ୍ତେ ଏବେ ବି ନିୟୁଟନଙ୍କର ମୌଳିକ ସୂତ୍ର ବୋଲି ଭାବୁଛନ୍ତି।
ତେବେ ଏହି ନୂଆ ଖୁଲାସା ଦ୍ୱାରା ଖୋଲିଛି ପାଶ୍ଚାତ୍ୟର ପ୍ରତାରଣା । ଆଉ ବିଶ୍ବ ଇତିହାସ ବଦଳିବ କି ନାହିଁ ବିଚାର ରହିବ ଆପଣ ମାନଙ୍କ ହାତରେ । ଖାଲି ଏତିକିରେ ଯେ ଭାରତ ସହିତ ପ୍ରତାରଣା ସରିଗଲା ତାହା ନୁହେଁ ।
ଆଜି ସମୟ ଆସିଛି ସମସ୍ତେ ଏ କଥା ଜାଣିବା ଆବଶ୍ୟକ ଯେ ଏ ବିଶ୍ବର ଚହଳ ସୃଷ୍ଟିକାରୀ ଉଦ୍ଭାବନ ରେଡ଼ିଓ ଓ ଉଡାଜାହାଜର ବି ନିର୍ମାତା ଅଟେ ଭାରତ । ଏସବୁ କେମିତି ଜାଣିବା ପାଇଁ ହେଲେ ପ୍ରକୃତ ଘଟଣା ଭିତରକୁ ଆମକୁ ଯିବାକୁ ହେବ। ଦୁଇ ମହାନ ବୈଜ୍ଞାନିକ ; ଦୁଇ ଚର୍ଚ୍ଚିତ ବ୍ୟକ୍ତିତ୍ୱ। ବିଶ୍ବ ସମ୍ପ୍ରଦାୟକୁ ଯାହା ଦେଇଛନ୍ତି ତାହାର ପ୍ରଭାବ ବି ଅତୁଳନୀୟ । କିନ୍ତୁ ଜଣେ ଚର୍ଚ୍ଚିତ ଅନ୍ୟ ଜଣେ ଅବହେଳିତ ଆଉ ନିଷ୍ପେସିତ।
ପୁଣି ଜଣେ ଇତିହାସରେ ସ୍ଥାନିତ ଆଉ ପୁଣି ଜଣେ ଉପେକ୍ଷିତ ।କାହିଁକି ଏ ପ୍ରତାରଣା ? କାହିଁକି ଏ ଛଳନା ଓ କାହିଁକି ଏ ଉପେକ୍ଷିତ ର କାହାଣୀ ? ଏ କାହାଣୀ ବେତାର ବା ରେଡ଼ିଓର । ଯାହା ପଛରେ ଅଛନ୍ତି ଏଇ ବୀରଭୂମି ଦେବଭୂମି ଓ ପୁଣ୍ୟଭୂମି ଭାରତର ଜଣେ ସନ୍ତାନ । ବେତାର ବା ରେଡ଼ିଓ ଥିଲା ବିଶ୍ବର ଯୋଗାଯୋଗ କ୍ଷେତ୍ରରେ ସବୁଠାରୁ ମହାନ ଆବିଷ୍କାର । ଏୟା ଭିତରେ ପ୍ରାୟ ଶହେ ବର୍ଷରୁ ଅଧିକ ବିତି ଯାଇଛି । କିନ୍ତୁ ତାହା ଥିଲା ଏ ଭଳି ଏକ ଆବିଷ୍କାର ଯାହା କି ବଦଳେଇ ଦେଲା ଯୋଗାଯୋଗର ସମ୍ପୂର୍ଣ ଠିକଣା । ପ୍ରାକୃତିକ ଦୁର୍ବିପାକ ହେଉ କି ପ୍ରଯୁକ୍ତି ସବୁଥିରେ ଏହାର ଭୁମିକା ଗୁରୁତ୍ୱପୂର୍ଣ୍ଣ । ଏଇ ହିଁ ତ ଥିଲା ରେଡ଼ିଓ ।
ଆମେ ବାଲ୍ଯକାଳୁ ପଢ଼ି ଆସିଛୁ ଯିଏ ରେଡ଼ିଓକୁ ଆବିଷ୍କାର କରିଛନ୍ତି ସେ ହେଲେ ଇଟାଲୀର ବୈଜ୍ଞାନିକ ମାର୍କୋନି ।
ଯୁଗ ପରିବର୍ତ୍ତନ ସାଙ୍ଗେ ସାଙ୍ଗେ ଏ ପରିବର୍ତ୍ତିତ ମାନବ ଆଜି ଉତ୍ତର ଖୋଜିବାରେ ଲାଗୁଛି।
ସତରେ କଣ ମାର୍କୋନି ଏହାର ଶ୍ରଷ୍ଟା ।
ସତରେ କଣ ସମୁଦ୍ର କୂଳରେ ବସୁ ବସୁ ଏହାକୁ ଉଦ୍ଭାବନ କରି ପକାଇଲେ ।
ଉତ୍ତର ଯଦି ଦୃଢ଼ ଭାବରେ ଖୋଜା ଯାଏ ତେବେ କେବଳ ଗୋଟିଏ ଉତ୍ତର ମିଳିବ "ନା"ଏଥିର ବି ଅଛି ଜଣେ ମହାନ ଭାରତୀୟ ବୈଜ୍ଞାନିକଙ୍କ ହାତ ।
୧୮୯୫ ମସିହା ମାତ୍ର ୨୧ ବର୍ଷ ବୟସରେ ମାର୍କୋନି ବିଦ୍ୟୁତ୍ ଚୁମ୍ବକୀୟ ତରଙ୍ଗ ବ୍ୟବହାର କରି ନିଜ ଘର ଠାରୁ ଅଳ୍ପ ଦୂରରେ ସଫଳତାର ସହ ବେଲ୍ ବଜେଇ ପାରିଥିଲେ। ଏହାପରେ ସେ ଆଣ୍ଟିନା ବ୍ୟବହାର କରି ଦୁଇ ମାଇଲ୍ ପର୍ଯ୍ୟନ୍ତ ସିଗ୍ନାଲ୍ ପଠେଇ ପାରିଥିଲେ । ତାଙ୍କର ଏଇ ନୂଆ ବ୍ୟବସ୍ଥାକୁ ଗ୍ରହଣ କରି ନ ଥିଲା ଇଟାଲୀୟ ତାର ବିଭାଗ ।
ତେଣୁ ସେ ଏଇ ସଫଳତାକୁ ଇଂଲଣ୍ଡରେ ପହଞ୍ଚାଇ ଥିଲେ । ସେଠାରେ ସାହାଯ୍ୟ ସମର୍ଥନ ପାଇବା ପରେ ୩୨ମାଇଲ୍ ଦୂର ଏକ ସ୍ଥାନକୁ ପଠାଇ ଥିଲେ ତାର ବିହୀନ ସିଗ୍ନାଲ୍ ।
ବ୍ୟବସାୟିକ ସଫଳତା ପାଇଲା ତାଙ୍କର ଏହି ଆବିଷ୍କାର । ତା ପରେ ପରେ ସେ ଆମେରିକାରେ ପ୍ରତିଷ୍ଠା କଲେ ଏକ ତାର ବିହୀନ କମ୍ପାନୀ ।
କିନ୍ତୁ ପରବର୍ତ୍ତୀ ସମୟରେ ଆମେରିକା ସରକାର ତାକୁ ନିଜ ଅଧୀନକୁ ନେଇଥିଲେ। ବ୍ରିଟେନ୍ରେ ଥିବା ତାଙ୍କର ଏକ କମ୍ପାନୀ ସର୍ବ ସାଧାରଣଙ୍କ ପାଇଁ ସେବା ଆରମ୍ଭ କଲା। ଏ ତ ଥିଲା ଆମେ ପଢିଥିବା କଥା।
କିନ୍ତୁ ରେଡ଼ିଓ କୁ ନେଇ ରହିଛି ଅନ୍ୟ ଏକ କଥା।
ଭାରତର ମହାନ ବୈଜ୍ଞାନିକ
ଜଗଦୀଶ ଭଣ୍ଡର ବୋଷ ଯାହାଙ୍କୁ କିଛି ବିଶେଷଜ୍ଞ ମାନେ ମାଣିଥାଆନ୍ତି ରେଡ଼ିଓର ପ୍ରକୃତ ଜନକ ବୋଲି । ତାଙ୍କର ଆବିଷ୍କାର ଥିଲା ବିନା ତାରରେ ବାର୍ତ୍ତା ପଠେଇବା । ଯାହାକୁ ନେଇ ରେଡ଼ିଓ ମୋବାଇଲ୍ ଟିଭି ଓ ଅନ୍ୟ ଉପକରଣ । ସେ ଏମିତି ଏକ ମଣିଷ ଥିଲେ ଯିଏ ଜୀବନରେ କେବେ ବସିବା ଶିଖି ନାହାନ୍ତି । ସେ ଶିକ୍ଷକତା କରୁଥିଲେ ସତ କିନ୍ତୁ ଫାଙ୍କା ସମୟ ସେ ବିତାଉଥିଲେ ଗବେଷଣାରେ ।
କାରଣ ଏ ବିମାନର ଯିଏ ପ୍ରଥମ ଆବିଷ୍କାରକ ସେ ଥିଲେ ଜଣେ ଭାରତୀୟ । ରାଇଟ୍ ଭ୍ରାତା ଦ୍ୱୟଙ୍କ ଠିକ୍ ଆଠ ବର୍ଷ ପୂର୍ବରୁ ମାନେ ୧୮୯୫ରେ ମୁମ୍ବାଇର ସଫଳତାର ସହ ବିମାନ ଉଡାଇ ଥିଲେ ଜଣେ ଭାରତୀୟ । ସେ ହେଉଛନ୍ତି ବମ୍ବେର ଶିବ ଶଙ୍କର ବାପୁଜି ତଲ୍ ପଦେ । ମୁମ୍ବାଇର ଚଉପାଠୀ ସମୁଦ୍ର କୁଳରେ ମହାଦେବ ଗୋବିନ୍ଦ ରାନାଡେ ଓ ସତ୍ୟଜିତ୍ ଗାଈକୁଆଡ଼ଙ୍କ ଉପସ୍ଥିତିରେ ରଚାଯାଇ ସାରିଥିଲା ଇତିହାସ । ୧୫୦୦ ଫୁଟ୍ ଯାଏଁ ଉଡିଥିଲା ବିମାନ ଯାହାର ନା ଥିଲା ମରୁତ ସଖା । ମରୁତ ସଖା ନାଆଁ ରଖିବାର ଏକ କାରଣ ରହିଛି । ସଂସ୍କୃତରେ ମରୁତ ଅର୍ଥ ପବନ ଓ ସଖା ଅର୍ଥ ବନ୍ଧୁ । ଅର୍ଥାତ୍ ପବନର ବନ୍ଧୁ । ଯାହାର ରିପୋର୍ଟ୍ ବି ମରାଠୀ ଖବର କାଗଜ କେଶରୀରେ ସ୍ଥାନ ପାଇଥିଲା । ସବୁଠାରୁ ବଡ ଦୁଃଖର ବିଷୟ ହେଉଛି ବିଶ୍ବ ଇତିହାସ କି ଗଣମାଧ୍ୟମ ଆଗରେ ଉପସ୍ଥାପନ କରିପାରି ନ ଥିଲା ଭାରତ ।
ପାଶ୍ଚାତ୍ଯର ଚାପ ଆଗରେ ସେତେବେଳେ ହାର୍ ମାନିଲା ଭାରତ । କିନ୍ତୁ ଏବେ ସମୟ ବଦଳିଛି ;
ତା ସଙ୍ଗେ ସଙ୍ଗେ ଭାରତର ସ୍ଥିତି ବି ସୁଦୃଢ଼ ହୋଇଛି । ଆଉ ବିଜ୍ଞାନ କ୍ଷେତ୍ରରେ ବି ଭାରତ ଏବେ ବହୁ ଆଗକୁ ଯାଇ ସାରିଛି । ସବୁଠାରୁ ବଡ଼କଥା ହେଲା ସାରା ବିଶ୍ୱକୁ ମଙ୍ଗଳ ଯାନ ପଠାଇ ଦେଖେଇ ସାରିଛି ନିଜର କରାମତି ।
ତେଣୁକରି ମୋର ସବୁ ଭାରତୀୟ ମାନଙ୍କୁ ଆହ୍ବାନ - ହେ ଭାରତୀୟମାନେ ସମସ୍ତେ ଏକାଠି ହୁଅନ୍ତୁ , ଆଉ ପ୍ରତିଜ୍ଞା କରନ୍ତୁ ଏଇ ୨୦୧୯ ଠାରୁ ଆମେ ମାନେ ସମସ୍ତେ ବିଶ୍ବ ସମୁଦାୟକୁ ବାଧ୍ୟ କରିବା ଯେ ଇତିହାସକୁ ବଦଳା ଯାଉ, ଆଉ ସୃଷ୍ଟି କରାଯାଉ ନୂଆ ଇତିହାସ । ଆଉ ସମ ପରିମାଣରେ ରଖାଯାଉ ; ସେଥିରେ ଭାରର ଭାରତୀୟ ମାନଙ୍କ କାରନାମା ।।
ଦହପାଣିଆ,
ତିହିଡି. ଭଦ୍ରକ
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।