ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ
ବରଷା ବାତିଆ ଖବର କୁ ଶୁଣି
ନିଙ୍ଗା ନନା କରେ ରଡି।
ଫସଲ ଯିବ ଉଜୁଡି,
ପାଚିଲା ଧାନରେ ମଇ ଦେଇଦେବ
ଅଦିନିଆ ବର୍ଷା ଝଡି।
ନିଙ୍ଗା ନନା ପୁଅ ମନେ ମନେ ଖୁସି
ଡାକୁଚି ବାତିଆ ଆ ଆ।
ସାତ ଦିନ ହେଲା ବାହା ସେ ହେଇଚି
ଘରଣୀ ଠି ଭାରି ମାୟା।
ନିଙ୍ଗାନ୍ନା ଟା ଗୋଟେ ବାୟା,
ସକାଳୁ ସକାଳୁ ପୁଅ କୁ ପେଲୁଚି
ଦା' ଧରି ବିଲ କୁ ଯାଆ।
ସହଜେ ପାଗ ଟା କାଲୁଆ ରହିଚି
ତା ସାଙ୍ଗରେ ନୂଆ ବାହା।
ଏ ସମୟେ ଘରୁ ତଡିବାର ମାନେ
ସୁଇସାଇଡି ଟା ଯାହା।
ଧାନ ହେଉ ପଛେ ସ୍ୱାହା,
କବାଟ କୁ କିଳି ଘରେ ଶୋଇବାର
ପାଗ ଅନୁକୂଳ ହାଃ ହାଃ।
ନିଙ୍ଗାନ୍ନା ଆମର କାନ୍ଦି ଲୋଟୁଥିଲା
ଦଇବ କି କୂଟ କରୁ।
ତିତିଲି ଠୁଁ ଯାହା ବିଲେ ବଞ୍ଚିଥିଲା
ନବାକୁ ମସୁଧା କରୁ।
ରକ୍ଷାକର ମାହାପୁରୁ,
ନଘୁଚାପ ଟା କୁ ପାକିସ୍ତାନ ଆଡେ
ଠେଲିଦିଅ ବ୍ରହ୍ମ ଦାରୁ।
ନଖିଆ ସର୍ପଞ୍ଚ ହିସାବ ଫାଡୁଛି
କେତେ ଟା ମିଳିବ ପିସି।
କେତେ ନୋକସାନ ଝଡି ରେ ହୋଇବ
ଅଙ୍କ ଯାଉଅଛି କଷି।
ଆଗକୁ ଭୋଟ ଉଣିଷି,
ଏଇ ମଉକା ଟା ହାତୁ ଖସିଗଲେ
ଉକୁଣୀ ମାରୁଥା ବସି।
କୁଣ୍ଡୁ ମାଷ୍ଟ୍ରେ ମନେ ଭାଆରି ବିରକ୍ତ
ଆଉଚି ବେଲିକା ଝଡ଼।
ଏକ୍ସମାସ ଛୁଟି ଆଗରେ ରହିଚି
କାଳେ ପଡିଯିବ ମାଡ଼।
ସିଏ ସିନ୍ତି ରେଡି ରାଡ଼,
ଫେମିଲି ଧରି ସେ ବୁଲି ଯାଇଥାନ୍ତେ
ଆସାମ ର ଦିବ୍ରୁଗଡ଼।
ବାତିଆ ହୋଇଲେ ବନିଆ ଆସିବ
ଘରଦ୍ୱାର ଯିବ ଭାଙ୍ଗି।
ପଠେଇବ ବିଇଓ ପାଙ୍ଗି।
ଖୋଲି ଭାଗବତ ଟୁଙ୍ଗୀ,
ମାଷ୍ଟ୍ର,ମାଷ୍ଟରାଣୀ ଇସ୍କୁଲ ଭିତରେ
ବଜା ଖଞ୍ଜଣି ମୃଦଙ୍ଗୀ।
ଟିମ୍ପା ଆରା ଇ ଟା ଆକଳନ କରେ
କ୍ଷୟ କ୍ଷତି କେତେ ହେବ।
ଏକର ପିଛାକୁ କମ୍ପେନେସେସନ
ପକେଟ କୁ କେତେ ଯିବ।
ଉପରେ କେତେ ବାଣ୍ଟିବ,
ଆଆ ରେ ବାତିଆ ନେଏରେ ଉଡେଇ
ତାଙ୍କ କଥା ଶୁଣୁ ଆଗ।
ଡ଼ିଆ, ନିରାକାରପୁର (ଖୋର୍ଦ୍ଧା)
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।