ଶ୍ରୀ ବାବାଜୀ ଭୋଇ
ଦିଗଦର୍ଶନ ଦେବା ପାଇଁକି। ନିଜ ସ୍ୱାର୍ଥକୁ ସେ ଜଳାଞ୍ଜଳି ଦେଇ
କେତେ କେତେ କଷ୍ଟ ସହିକି।
ଅଜ୍ଞାନ ତିମିର ଦୂରହେବାପାଇଁ
ସଲିତା ପ୍ରାୟ ସେ ଜଳଇ।
ଭୋକ ଶୋଷ ଭୁଲି ନିଜେ ଜଳି ଜଳି
ଶେଷେ ତାକୁ କିସ ମିଳଇ?
ମିଳିଥାଏ ତାକୁ ଅପାର ଆନନ୍ଦ
ଦୁଃଖୀ ଓଠେ ହସ ଦେଖିଲେ।
ବାଟ ହୁଡା ଲୋକ ବାଟକୁ ଫେରି ସେ
ହୋଇଥାଉ ପଛେ ନିଃଶ୍ବ ଲେଖକ
ନ ମିଳୁ ଉଚ୍ଚ ଆସନ।
ନ ମିଳୁ ପଛକେ ରାଜକୀୟ ସୁଖ
ଭୋଗ ବିଳାସ ବ୍ୟସନ।
ପାଠକ ମୁହଁରେ ହସ ଫୁଟି ଯେବେ
ସମାଜ ଯାଏ ବଦଳି।
ସେହି ତା ପାଇଁ ଶ୍ରେଷ୍ଠ ପୁରସ୍କାର
ତା ଠାରୁ ଅଛିକି ବଳି।
ନିଜେ ଜଳି ଆନେ ହସାଇବାରେ ସେ
ଲଭଇ ଆତ୍ମ ସନ୍ତୋଷ।
ନୁହେଁ ସେ ଦୁଃଖିତ, ତା ଜୀବନ ଶିଖା
ଜଳି ଜଳି ହେଉ ଶେଷ।
ଓଲଟପୁର, କଟକ।
୮୬୫୮୨୬୪୪୫୪
ଜୟ ସାହିତ୍ୟ, ଜୟ ସମାଜ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।