1/02/2019

ମୁଁ ଜାଗୃତି ଯାତ୍ରାର ଯାତ୍ରୀ

ଶିଳ୍ପୀ କେଶୁଦାସ
ମୁଁ ଜାଗୃତି ଯାତ୍ରାର ଯାତ୍ରୀ,                                               
ନିଜକୁ ନିଜେ ମୁଁ
ଧନ୍ୟ ହେବାର ପାତ୍ରପାତ୍ରୀ,
       ମୁଁ ଜାଗୃତି ଯାତ୍ରାର ଯାତ୍ରୀ।

ମୁଁ ସାରା ଭାରତ ବୁଲିବି
ଜୀବନ୍ତ ଠାକୁର ଦେଖିବି
ଆଶିର୍ବାଦ ଶୁଭେଚ୍ଛା ନେଇ
ହେବି ମୁଁ ସର୍ବ ସଫଳ କ୍ଷେତ୍ରୀ ।
  ମୁଁ ଜାଗୃତି ଯାତ୍ରାର ଯାତ୍ରୀ।

ମୁଁ ଏକ ସୁଉଚ୍ଚ ଭାବନା
ମୁଁ ଏକ ଉଜ୍ଜ୍ବଳ ସମ୍ଭାବନା
ହେବି ମୁଁ ନିଜ ଶତ୍ରର ଶାସ୍ତ୍ରୀ।
     ମୁଁ ଜାଗୃତି ଯାତ୍ରାର ଯାତ୍ରୀ ।

ମୁଁ ତ ସାରା ଜଗତର
ସାରା ଜଗତ ବି ମୋର
ବିଶ୍ବକଲ୍ୟାଣରେ ମୁଁ ବ୍ରତୀ।
      ମୁଁ ଜାଗୃତି ଯାତ୍ରାର ଯାତ୍ରୀ ।

ମୁଁ ବାନ୍ଧିବି ବହୁ ବନ୍ଧୁ
ହେବି ମୁଁ ବିନ୍ଦୁରୁ ସିନ୍ଧୁ,
ନିଜେ ଜାଗିି ଜଗେଇବି
ସେବୀବି ଦେଶ ଦିବାରାତ୍ରୀ।
       ମୁଁ ଜାଗୃତି ଯାତ୍ରାର ଯାତ୍ରୀ।
ବାଲେଶ୍ବର, ଓଡ଼ିଶା
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।