4/09/2019

ଆରପାରିରେ ପାରିକର

ସଦାନନ୍ଦ ସାହୁ

ମହାନୁଭବର   ଉଜ୍ଜ୍ଵଳ ଭାସ୍କର
    ଯୋଗଜନ୍ମା  ରାଜନେତା
ଅକାଳରେ କାହିଁ  ଗଲ ହେ' ବାହୁଡି
      ଝୁରୁଛି    ଭାରତମାତା  !

ଆହେ ମନୋହର ସୁଯୋଗ୍ୟ ସନ୍ତାନ
      ଯୁଗଶ୍ରେଷ୍ଠ   ପ୍ରଜ୍ଞାଦୀପ୍ତ
ଗଣତନ୍ତ୍ର ମନ୍ତ୍ର      ମହାବିଶାରଦ
      ଗାଥା ତୁମ ପରିବ୍ୟାପ୍ତ  !

ଜୀବନ ସଂଘର୍ଷେ ଥିଲ ହେ' ଉତ୍କର୍ଷେ
       ଜନନୀର  ଯୋଗ୍ୟ ସୁତ
ପଦ ପଦବୀରେ  ଥିଲ ସୁବିଚାରେ
        ସୁରକ୍ଷା କବଚ ମିତ  !

ଅଭିଜ୍ଞତାପୁର୍ଣ୍ଣ      ସମରେ ଅର୍ଜ୍ଜୁନ
       କର୍ମବୀର   ମହାପ୍ରାଣ
ପ୍ରତିରକ୍ଷା  ମନ୍ତ୍ରୀ   ଥିଲ ମହାସୂତ୍ରୀ
      ସିଞ୍ଚି ବୀରତ୍ଵର  ଭୃଣ   !

ସଧାରଣ ପ୍ରଜା  ତା'ମନେ ସଦିଚ୍ଛା
       କାନ୍ଦୁଛି ହେ' ପାରିକର
ପ୍ରଜା ବାତ୍ସଲ୍ୟର    ଅଲିଭା ସ୍ଵାକ୍ଷର   
       ନୟନୁ  ଝରୁଛି  ନୀର   !

ଗୋଆ ମନଦୀପ   ଅଲିଭା ପ୍ରଦୀପ
        କେମିତି ଲିଭିଲା  କୁହ
ଆହେ' ପାରିକର  କେଣେ ଛାଡିଗଲ
     କୋଟି ହୃଦୟରେ କୋହ    !

ମହା ମୁଖ୍ୟମନ୍ତ୍ରୀ  ଗୋଆ ଧନତନ୍ତ୍ରୀ
       ପ୍ରଜା ହିତେ ଥିଲ ମଜ୍ଜି
ସ୍ତବ୍ଧ ହୋଇଗଲା ଗୋଆ ମାଟିମାଆ
       ତୁମ୍ଭକୁ   ହରାଇ  ଆଜି  !

ରାଜନୀତି ପ୍ରୀତ   ସଂସଦ ସୁପୁତ୍ର
       ମନୋହର  ପାରିକର
ସର୍ବମଙ୍ଗଳରେ  ଥିଲେ  ଆଗଭରେ
      ଯୋଗ୍ୟତମ   କର୍ମକାର   !

ଭକତି ପ୍ରଣତୀ  ଘେନ ଶ୍ରଦ୍ଧାଞ୍ଜଳି
        ଦୁଃଖିଜନ   ଚିରବନ୍ଧୁ
ଆହେ ପାରିକର   ମନୋଜ୍ଞ ପୁରୁଷ
        ଝୁରୁଛି ଭାରତୀ ବିନ୍ଦୁ  !

ପୁଣି ଆଉ ଥରେ  ଜନ୍ମିବ  ଭାରତେ
     ରୋଗବ୍ୟାଧି ମୁକ୍ତ ହୋଇ
ହେ' ସୁସନ୍ତାନ       ଶତ ପ୍ରଣିପାତ
     ପାରିବନି    ମୁତ୍ୟୁଛୁଇଁ  !

ଅମର ଆତ୍ମାର   ସଦଗତି ହେଉ
       ଏତିକି  କାମନା  ଆମ
ସରଗୁ ଓହ୍ଲେଇ   ଆସିବ ହେ' ପୁଣି
      ଉଦ୍ଭାସିତ ହେଵ  ନାମ   !

(କାରା କର୍ମଚାରୀ)
କେନ୍ଦ୍ରୀୟ କାରାଗାର , ଚୌଦ୍ବାର (କଟକ)

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।