4/09/2019

ପୀଡିତା ହେଉ କି ପତିତା-ସେ ଆମ ସତ୍ତାର ସତ୍ତା

ଶ୍ରୀପତି ସାହୁ

ତାକୁ ଟିକେ ବଞ୍ଚାଇରଖରେ                                                      
ଅଣପୁରୁଷା ବିକାରଗ୍ରସ୍ତଦଳ.... 
ସେ ଜୀବନ, ସେ ଅମୃତର ମୃତ୍ୟୁଞ୍ଜୟ ଜଳ
ତୁମେ ରାମ ହେଲେ ସେ ହେବ ସୀତା
ତୁମେ ରାମାୟଣ ହେଲେ ସେ ହେବ ଗୀତା
ତୁମେ ରାବଣ ହେଲେ ସେ ହେବ ମନ୍ଦୋଦରୀ
ତୁମେ କୃଷ୍ଣ ହେଲେ ସେ ହେବ ରାଧା ପରି
ତୁମେ ନର୍କ ହେଲେ ସେ ହେବ ନର୍ତ୍ତକୀ
ତୁମେ ପାଣ୍ଡବ ହେଲେ ସେ ହେବ ପାଞ୍ଚାଳୀର ପ୍ରୀତି
ତୁମେ ଭୋକ ହେଲେ ସେ ହେବ ତୃପ୍ତି
ତୁମେ ପ୍ରେମ ହେଲେ ସେ ହେବ ଚିରସାଥୀ
ତୁମେ ଗରାଖ ହେଲେ ସେ ହେବ ବେଶ୍ୟା
ତୁମେ ତପି ହେଲେ ସେ ସର୍ବଦା ନମସ୍ୟା
ତୁମେ ପାପୀ ହେଲେ ସେ ହେବ ପାପ
ତୁମେ ପୁଣ୍ଯ ହେଲେ ସେ ହେବ ଏକ ଦୀପ
ସେ ନିଜ ପାଇଁ କିଛି ହୁଏ ନାହିଁ
ସେ ଯାହାହୁଏ... ହୁଏ ଖାଲି ଆମ ସୁଖ ପାଇଁ
ସେ ସତୀ ହେଲେ ହେଉ..
ସେ ବେଶ୍ୟା ହେଲେ ହେଉ...
ସେ ଆମର ନିହାତି ଦରକାର
ସେ ବଞ୍ଚିରହୁ ମର୍ଯ୍ୟାଦାରେ, ସୁରକ୍ଷିତ ଥାଉ
ତା ବିନା ଆମ ସ୍ଥିତି କୁହ କାହିଁ ଆଉ..
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।