ନାରାୟଣ ଚନ୍ଦ୍ର ସେନାପତି
ଶିକ୍ଷକ
ଶୃଙ୍ଖଳା ଓ ସଂସ୍କାର ପାଇଁ ବିଶ୍ୱହୁଏ ସ୍ତବ୍ଧ
ତୁମ ସତ୍ୟ ନିଷ୍ଠା ଉଦ୍ୟମରେ
ଦରଦ୍ର ବୁଭୁକ୍ଷୁର ଥାଳ ପୁରିଯାଏ
ପ୍ରାଣ ସ୍ପନ୍ଦନ ପୁଲକିତ ହୁଏ
ସ୍ୱଚକ୍ଷୁରେ ଦେଖି ଦିବ୍ୟ ଅନ୍ନପୂର୍ଣ୍ଣା ॥
ହେ ନିଷ୍କପଟ ତପସ୍ୱୀ ସାଧକ
ନିଜ ରକ୍ତ ମାଂସକୁ କରି ସମର୍ପଣ
ଯେବେ ନରକଙ୍କାଳରେ ମହୀ ସାଥେ କର ମଲ୍ଲଯୁଦ୍ଧ
କଳିଙ୍ଗ ଯୁଦ୍ଧ ବି ଓଡିଆ ଭୁଲିଯାଏ
ସଭିଙ୍କ ଚକ୍ଷୁରୁ ବିଗଳିତ ହୁଏ ଆନନ୍ଦାଶ୍ରୁ
ଦରଦୀ କଣ୍ଠେ କରନ୍ତି ପ୍ରଣାମ
ପାଇ ତବ ଅନ୍ନଦାନ
ଅନ୍ତରେ ପୂଜନ୍ତି କହି..
ହେ ଦାନବୀର ପୁଣ୍ୟାତ୍ମା କୃଷକ॥
ହେ ବିଶ୍ୱ-ଜାତିପ୍ରେମୀ କର୍ଣ୍ଣଧାର
ଖରା ବର୍ଷା ଶୀତ କାକରକୁ ନ କରି ଭ୍ରୁକ୍ଷେପ
ଯେବେ କାଦୁଅ ବୋଳି କୁହ ଚନ୍ଦନ
ଗୋଳିଆ ପାଣିକୁ ଭାବ ଗଙ୍ଗାଜଳ
ଅହଙ୍କାର ବୈଧବ୍ୟ ଯନ୍ତ୍ରଣା ଭୋଗେ
ଦିବ୍ୟଚକ୍ଷୁ ଖୋଲିଯାଏ
ତୁମ ନିଃସ୍ୱାର୍ଥପରତା ନିଷ୍ଠା ଚିତ୍ରପଟରେ
ଭକତିର ମଥାଟେକି ସଭିଏଁ କରନ୍ତି ପୂଜା
କହି..ହେ ଧର୍ମାତ୍ମା ମାଟିର ମଣିଷ ॥
ହେ ଚିରସ୍ରୋତା ମହାଦାନୀ କର୍ଣ୍ଣ
ବିଳାସ ବ୍ୟସନକୁ ଶ୍ରାଦ୍ଧ ଦେଇ
ପରହିତେ ଢାଳ ଯେବେ ଶ୍ରଦ୍ଧା
କୃପଣ ସମ୍ଭ୍ରାନ୍ତମାନେ ପ୍ରମାଦ ଗଣି ଦୌଡନ୍ତି ଶୁଣି ତୁମ ବାଣୀ
"ଶ୍ରମ ମୋର ପୂଜା"
"କର୍ମ ହିଁ ଭଗବାନ"
ସ୍ତବ୍ଧ ହୁଅନ୍ତି ଭଗବାନ
ଦେଖି ତୁମ ନିଃଷ୍କାମ ଭକ୍ତି ଅମର ପ୍ରେମ
ଅବସରେ ତୁମ ଭଜନ ଓ କୀର୍ତ୍ତନ
ଅବିଳମ୍ବେ ଘୋଷଣା କରନ୍ତି କହି
ହେ ଭକ୍ତ ଶ୍ରେଷ୍ଠ...
ଜାତିପ୍ରେମୀ ବିଶ୍ୱପ୍ରେମୀ ଦରଦୀ କୃଷକ
ଦୀର୍ଘଜୀବୀ ହୁଅ...॥
ସରକାରୀ ଉ.ପ୍ରା.ବିଦ୍ୟାଳୟ,ଡିମିରିଆ ତେଲକୋଇ,
ଜିଲ୍ଲା-କେନ୍ଦୁଝର,ପିନ୍- ୭୫୮୦୧୯
ଜୟ ସାହିତ୍ୟ, ଜୟ ସମାଜ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।