4/09/2019

ଏବେ ରତ୍ନ ବିହୀନ ରତ୍ନାକର

  ଆଲୋକ ଚନ୍ଦ୍ର ନାୟକ     

              ସେ ରତ୍ନରେ ପରିପୂର୍ଣ୍ଣ ବୋଲି ତା' ନାଁ ରତ୍ନାକର ।ଅନେକ ରତ୍ନକୁ ସେ ତା' ଗର୍ଭରେ ସାଇତି ରଖିଛି । ଯେଉଁ ରତ୍ନ କି ମାନବ କଲ୍ୟାଣରେ ଆଗରୁ ଲାଗୁଥିଲା,ଏବେ ଲାଗୁଛି ଓ ଆଗକୁ ବି ଲାଗିବାର ସମ୍ଭାବନା ରହିଛି । ସେ ମାଛ ଠାରୁ ଆରମ୍ଭ କରି ଶାମୁକା, ମୁକ୍ତା, ମୋତି  ହେଉ କି ହୀରା-ଲୀଳା-ମାଣିକ ଆଦି ହେଉ,ଏସବୁକୁ ଅନେକ ସମୟରେ ଓ ଅନେକ ଜାଗାରେ ଏ ମାନବ ଜାତିର କଲ୍ୟାଣ ନିମନ୍ତେ ରତ୍ନାକର ହିଁ ଦାନ କରି ଆସିଛନ୍ତି । କିନ୍ତୁ ଥରେ ଚିନ୍ତା କଲେ, ଯଦି ରତ୍ନାକର ରତ୍ନ ବିହୀନ ହେଇଯାଆନ୍ତି ତେବେ ରତ୍ନାକରଙ୍କ ଉପରେ ନିର୍ଭର କରୁଥିବା ଏ ମାନବ ସମାଜର ଅବସ୍ଥା କ'ଣ ହବ ? ହଁ ମାନବ ସମାଜ ଆଗକୁ ଏମିତି ହିଁ କିଛି ହେବାର ଅଛି । ଆଉ ଏ ଭଳି ଘଟଣା କ'ଣ ପାଇଁ ଘଟିବ ଏ ବିଷୟକୁ ଆଗକୁ ପଢିଲେ ହିଁ ଜଣା ପଡିବ ।

         କ'ଣ ହେବ ଯଦି ରାତିରେ ସୂର୍ଯ୍ୟ ଉଇଁବ ? କ'ଣ ହେବ ଯଦି ଖରାଦିନେ ବରଫ ପଡିବ ?କ'ଣ ହେବ ଯଦି ଶୀତଦିନେ ଗରମ ଲାଗିବ ? ଆମ ଇଛା ଅନୁସାରେ ହେବ ପାଣିପାଗ । କ'ଣ ହେବ ଯଦି ଗଛରେ ସୁନା ଫଳିବ ? ଆଉ କହିଲେ କ'ଣ ହେବ ଯଦି ଶୁଖିଯିବ ସମୁଦ୍ର ? ବେଳେବେଳେ ଏମିତି ଆଶ୍ଚର୍ଯ୍ୟକର ଓ ଅବାନ୍ତର କଥା ଆମ ମନକୁ ଆସେ । କିନ୍ତୁ କହିଲେ ଏ ସବୁ କ'ଣ ସମ୍ଭବ ? ମୁଁ ଜାଣିଛି , ଖାଲି ମୁଁ କାହିଁକି ସମସ୍ତେ କହିବେ ଯେ ଏ କଥା ସମ୍ଭବ ନୁହେଁ । ଆମ ଏସବୁ କଥା ଭିତରେ ଗୋଟେ କଥା ଆଜି ସମ୍ଭବ ହୋଇଛି । ସେ ସମ୍ଭବଟି ହେଲା, ଅନେକ ସ୍ଥାନରେ ଶୁଖି ଯାଇଛି ସମୁଦ୍ର । ୧୫ ବର୍ଷ ତଳେ ଘଟିଲା ଏମିତି ଏକ ଘଟଣା ଯାହା ପାଇଁ ଦୋହଲି ଗଲା ଏ ସାରା ବିଶ୍ୱ । ମରୁଭୂମିରୁ ମିଳିଲା ଏମିତି କିଛି ଜିନିଷ ଯାହାକୁ ଦେଖି ଆଶ୍ଚର୍ଯ୍ୟ ହେଲେ ଏ ବିଶ୍ୱବାସୀ । କେହି ବି ନିଜ ଆଖିକୁ ଵିଶ୍ଵାସ କରି ପାରିଲେ ନାହିଁ । ସମସ୍ତଙ୍କ ମନରେ ଉଙ୍କି ମାରିଲା ଗୋଟିଏ ପ୍ରଶ୍ନ,ଏ ଭଳି କିଭଳି ହେଲା ? ଏ ସବୁ ପଛରେ କାରଣ କ'ଣ ? ଏ କ'ଣ କେଉଁ ଏକ ବଡ ବିପଦର ଆଭାସ କି ? ଏ ସବୁ ଭାବନା ଭିତରେ ଏହାର କାରଣ ଖୋଜିବାରେ ଲାଗିପଡିଲେ ବିଶେଷଜ୍ଞ ।

        ମାଇଲ୍ ମାଇଲ୍ ଦୂର ବ୍ୟାପି ମରୁଭୁମି । ଯେଉଁ ଆଡକୁ ଦେଖିଲେ ନିର୍ଜନତାର ଛାପ , ଖାଲି ବାଲି ଆଉ ବାଲି । କିଛି ଦେଖାଯିବା ତ ଏଠି ଦୂରର କଥା,ଟୋପେ ପାଣି ଏଠି ମିଳିବା ବି ଅସମ୍ଭବ । ଏହି ମରୁଭୂମିରେ ଅଦ୍ଭୁତ ଆବିଷ୍କାର, ବାଲିର ସମୁଦ୍ର ଭିତରେ ସାମୁଦ୍ରିକ ଦ୍ରବ୍ୟ । ଏ ବାଲି ସମୁଦ୍ର ଭିତରେ ମିଳିଲା ବିଶାଳ ସାମୁଦ୍ରିକ ଯାନ । ଗୋଟିଏ କି ଦୁଇଟିର କଥା ନୁହେଁ,ଗୋଟିଏ ସ୍ଥାନରୁ ମିଳିଲା ଏକାଧିକ ଯାନ । ଅକ୍ଟୋବର ୨୦୦୫ କାଯାକ୍‌ସ୍‌ଟଅନ୍ର ୨୮୦ ମାଇଲ୍ ଉପରେ ଉଡୁଥିଲା ଆମେରିକାର big Bharath Earth observation satellite...। ଏହି ସମୟରେ ସାଟେଲାଇଟ୍‌ର କ୍ୟାମେରାରେ ଉତ୍ତୋଳନ ହେଲା ଏକ ବିରଳ ଦୃଶ୍ଯ । ଯାହା ଥିଲା ଏକଦମ ଅସ୍ବାଭାବିକ ଅଦ୍ଭୁତ ଓ ଆଶ୍ଚର୍ଯ୍ୟକର । ଏ ଚିତ୍ରରେ ଥିଲା କିଛି ଏମିତି କଥା ଯାହାକୁ ସାଧାରଣ ଲୋକ ପକ୍ଷେ ବିଶ୍ବାସ କରିବା ଥିଲା କଷ୍ଟକର ବ୍ୟାପାର । ଏ ଚିତ୍ର ଦର୍ଶାଉ ଥିଲା ମାଇଲ୍ ମାଇଲ୍ ବ୍ୟାପି ପାଣି ନଥିବା ଜାଗାକୁ । ଅର୍ଥାତ୍ ବାଲି ସମୁଦ୍ର,ଅର୍ଥାତ୍ ମରୁଭୂମି । ସେହି ଜାଗାରେ ଯେଉଁଆଡ଼େ ଦେଖିବେ ଖାଲି ବାଲି ଆଉ ବାଲି । ଯେତେ ଖୋଜିଲେ ବି ସେଠି ଦେଖାଯାଉ ନ ଥିଲା ପାଣିର ଗୋଟିଏ ବି ବୁନ୍ଦା । କିନ୍ତୁ ଏହି ମରୁଭୂମି ମଝିରେ ଥିଲା ଚାରିଟି ବଡ ବଡ ଅଦ୍ଭୁତ ଜିନିଷ ଯାହାକୁ ଦେଖି ତାଜୁବ୍ ହୋଇ ଯାଇଥିଲେ ସାମସ୍ତେ । ଏହା ଥିଲା ପାଣିଜାହାଜ । ଗୋଟିଏ କି ଦୁଇଟି ନୁହେଁ ଚାରି ଚାରିଟି । ପୁଣି ଏହା କୌଣସି ଛୋଟ ନୌକା କି ଲଂଚ ଆକାରରେ ନୁହେଁ । ଏସବୁ ଥିଲା ଗଭୀର ପାଣିରେ ଯିବା ଆସିବା କରିବାପାଇଁ ବଡ ବଡ ପାଣି ଜାହାଜ । ଚିତ୍ରରୁ ସ୍ପଷ୍ଟ ଜଣା ପଡୁଠୁଲା ଯେ ଏ ବାଲି ସମୁଦ୍ର ଅର୍ଥାତ୍ ମରୁଭୂୂୂମି ମଝିରେ ରହିଛି ବଡ ବଡ ଚାରିଟି ପାଣିି ଜାହାଜ। ଏ ଚିତ୍ର ଅଧ୍ୟୟନରୁ ଜଣା ପଡିଲା ଏହାର ଆଖପାଖ ତ ଦୂରର କଥା, ଏହା ଠାରୁ ମାଇଲ୍ ମାଇଲ୍ ଦୂର ପର୍ଯ୍ୟନ୍ତ ବି ଦେଖାଯାଉ ନ ଥିଲା ବୁନ୍ଦାଏ ହେଲେ ବି ପାଣି । ଏହାର ଆଖପାଖରେ କେଉଁଠି ବି ନଥିଲା ଜଳାଶୟ କି ଜଳସ୍ରୋତ । ସବୁଠୁ ନିକଟତମ ଜଳାଶୟ ଥିଲା ଆର୍ ଆର୍ ସି । ଯାହା ଥିଲା ଏଠାରୁ ମାଇଲ୍ ମାଇଲ୍ ଦୂରରେ । ଏବେ ବଡ ପ୍ରଶ୍ନ ଯେ ମରୁଭୂମିରେ ଏ ସବୁ ଜାହାଜ ଆସିଲା କୋଉଠୁ ?ମରୁଭୂମିରେ ଏ ସବୁର କାମ କ'ଣ ? ଏହାକୁ କେଉଁଠୁ ଏବଂ କିଭଳି ପରିବହନ କରାଯାଇଛି ? କିନ୍ତୁ ଏତେ ବଡ ବଡ ଜାହାଜ ତ ଏଠାକୁ ପରିବହନ ହେବା ଅସମ୍ଭବ । ପୁଣି ପ୍ରଶ୍ନ ଉଙ୍କି ମାରିଲା,ଣୀ  ତା'ହେଲେ କ'ଣ ଏ ଜାହାଜ ସବୁ ଅନ୍ୟ କୁଆଡେ ହଜି ଏଠି ଆବିର୍ଭାବ ହୋଇଛନ୍ତି ? ଏପରି କ'ଣ କେବେ ଆଗରୁ ହୋଇଛି କି ? ଏହା କ'ଣ ପ୍ରକୃତରେ ସମ୍ଭବ ?

            ୧୯୪୩ ରେ ଆମେରିକା ନାଭି ଏମିତି ଏକ ଅଦ୍ଭୁତ କାରନାମା କରିଥିଲା ବୋଲି ଶୁଣାଯାଏ । ୧୬୦୦ ଟନ୍‌ର ଗୋଟିଏ ଯୁଦ୍ଧ ଜାହାଜକୁ ଆମେରିକୀୟ ନୌସେନା ଗାଏବ୍ କରି ଦେବାର ଅଭିଯୋଗ ହୁଏ । ତେବେ ଏହାର ସତ୍ୟତାକୁ ନେଇ ଏଯାଏଁ କୌଣସି ପ୍ରମାଣ ମିଳିନି ।  ସେପରି ବରମୁଣ୍ଡା ଟ୍ରାଙ୍ଗଲ୍‌ରେ ବି ଉଭେଇ ଯାଇଛି କେତେକ ଜାହାଜ । କିନ୍ତୁ କାଜାକିସ୍ତାନର ଏ ଅଂଚଳରେ କେବେ ବି ଏଭଳି ରହସ୍ୟମୟୀ ଘଟଣା ଘଟିବାର ଶୁଣା ଯାଇନି । ତା'ହାଲେ ଏଭଳି ଓ ଏତେ ମାତ୍ରାରେ ଜାହାଜ ଏଠାକୁ ଆସିଲା କେଉଁଠୁ ? ଏ ସମ୍ପର୍କରେ ତଦନ୍ତ କରୁଥିବା ବିଶେଷଜ୍ଞମାନେ ଖୋଜିଲେ ଏହାର ଅନ୍ୟ କାରଣ । ଏହା ପଛରେ କୌଣସି ମନୁଷ୍ୟକୃତ କାରଣ ଆଛି ବୋଲି ମିଳିଲା ନାହିଁ ଉପଯୁକ୍ତ ପ୍ରମାଣ । ତେଣୁ ସେମାନେ ଅନୁମାନ କଲେ ନିଶ୍ଚିତ ଏହା ପଛରେ ରହିଛି ଅନ୍ୟ କାରଣ । ଏଇ ରହସ୍ୟକୁ ସାଧାରଣ ଜନତାଙ୍କ ଆଗକୁ ଆଣିବା ପାଇଁ ବାଟ ଦେଖାଇଲା ସେଇ ସାଟେଲାଇଟ । କାରଣ ଏହି ଅଂଚଳ ଉପରେ ବର୍ଷ ବର୍ଷ ଧରି ନଜର ରଖିଥିଲା ସେହି ସାଟେଲାଇଟ୍ । ଏ ଅଂଚଳ ପୂର୍ବରୁ ଥିଲା ସୋଭିଏତ୍ ସଂଘ ଅଧୀନରେ । ତେଣୁ ଶୀତଳ ଯୁଦ୍ଧ ସମୟରୁ ଓ ୨ୟ ବିଶ୍ୱଯୁଦ୍ଧ ପରେ ପରେ ଏହା ଉପରେ ନଜର ରଖି ଥିଲା ଆମେରିକାର କେତେକ ଗୁପ୍ତଚର ସାଟେଲାଇଟ୍ । ସି ଆଇ ଏ ମୁଖ୍ୟାଳୟରେ ଥିଲା ଏଥି ସମ୍ପର୍କିତ ସମସ୍ତ ତଥ୍ୟ ।ସଂଗୃ୍ହୀତ ଥିଲା ସମସ୍ତ ସାଟେଲାଇଟ୍ ଫୋଟୋ । ଏସବୁ ଫୋଟୋକୁ ଅନୁଧ୍ୟାନ କଲା ପରେ ମିଳିଲା ଗୁରୁତ୍ତ୍ବପୂର୍ଣ୍ଣ  ତଥ୍ୟ । ଏଥିରୁ ହିଁ ଖୋଲିଲା ଘଟଣା ପଛରେ ଥିବା ରହସ୍ୟର ଚାବିକାଠି । ଯାହା ସମ୍ପର୍କରେ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଗଲେ ଗବେଷକ । ମରୁଭୂମିରେ ଜାହାଜ କେମିତି ଆସିଲା ଓ କାହିଁକି ଆସିଲା,ଏଥି ସମ୍ପର୍କିତ ସମସ୍ତ ତଥ୍ୟ ଦେଲା ଗୁପ୍ତ ସାଟେଲାଇଟ୍ । ସାଟେଲାଇଟ୍ ହିଁ ଜଣେଇଲା ପ୍ରକୃତ ସତ୍ୟ । ଆଉ ତା'ପରେ ସତ୍ୟ ଜାଣିବା ପରେ ପାଦ ତଳୁ ମାଟି ଖସିଗଲା ଗବେଷକଙ୍କର । ଏସବୁ ପରେବି ସାଧାରଣ ଲୋକ ବି ଏ କଥାକୁ ବିଶ୍ବାସ କରିପାରିଲେ ନାହିଁ ।

     କାଜାକିସ୍ତାନର ସୀମାକୁ ଲାଗିନି ସମୁଦ୍ର । ଏହା ଏକ ଶୁଷ୍କ ମରୁଭୂମି । ଏଠାରେ ମାଇଲ୍ ମାଇଲ୍ ଦୂରରେ ବି ନାହିଁ ପାଣି । କିନ୍ତୁ ଏଠାକୁ ଜାହାଜ ଆସିଲା କିଭଳି ? ଏ ପ୍ରଶ୍ନର ଉତ୍ତର ଖୋଜୁଥିଲେ ଗବେଷକ ଆଉ ଏ ସମ୍ବନ୍ଧରେ ଉତ୍ତର ଦେଲା ସେଇ ଗୁପ୍ତ ସାଟେଲାଇଟ୍ । ଦଶନ୍ଧି ଦଶନ୍ଧି ଧରି ସଂଗୃହୀତ ଏସବୁ ସାଟେଲାଇଟ୍ ଫୋଟୋକୁ ଏକାଠି କରାଗଲା । ଆଉ ଯାହା ଜଣା ପଡିଲା ତାହା ଶୁଣିଲେ ଆପଣ ମାନେ ବି ସତରେ ବିଶ୍ବାସ କରିପାରିବେନି । ସେ ସତ୍ୟ ହେଲା ଏଇୟା - ବହୁ ତଦନ୍ତ ପରେ ଜଣା ପଡିଲା ଯେ ସେ ଜାଗା ଥିଲା ଏକ ବଡ ସମୁଦ୍ରର ଏକ ଅଂଶ ।କିନ୍ତୁ ଏବେ ଏ ସମୁଦ୍ର ଆଉ ନାହିଁ । ସେ ସମୁଦ୍ର ଏଠାରୁ ଉଭେଇ ଯାଇଛି ଅର୍ଥାତ୍ ସେ ଜାଗାରୁ ସମ୍ପୂର୍ଣ୍ଣ  ଶୁଖି ଯାଇଛି ସମୁଦ୍ର । ଆଉ ଏ ସମୁଦ୍ରର ନା ହେଉଛି ଆର୍ ଆର୍ ସି । ସବୁଠାରୁ ବଡ଼ କଥା ହେଲା ଓଡ଼ିଶାର କୋଣାର୍କ ମନ୍ଦିର ଭଳି ୟା'ର ବି କିଛି ଅଂଶ ବଂଚିବା ପାଇଁ ସଂଘର୍ଷ କରୁଛି । ଏହି ନିର୍ଦ୍ଧିଷ୍ଟ ସ୍ଥାନରୁ କେତେ ମାଇଲ୍ ଦୂରରେ ରହିଛି ତା'ର ଏକ ଛୋଟ ଅଂଶ । ସାଟେଲାଇଟ୍‌ରୁ ଜଣା ପଡିଲା ଗତ ଶତାବ୍ଦୀର ୬୦ ଦଶକ ପର୍ଯ୍ୟନ୍ତ ଆର୍ ଆର୍ ସି ରେ ଥିଲା ପର୍ଯ୍ୟାପ୍ତ ମାତ୍ରାରେ ପାଣି । ଏଠାରେ ଚଳାଚଳ କରୁଥିଲା ଛୋଟ ବଡ ଜାହାଜ । ଏଠାରୁ ଲୋକେ ମାଛ ରୂପକ ରତ୍ନ ପାଉଥିଲେ । କିନ୍ତୁ ୬୦ ଦଶକ ବେଳକୁ ଏହା ଶୁଖିବାକୁ ଆରମ୍ଭ କଲା । ୮୦ ଦଶକର ଶେଷ ଆଡକୁ ବି ଏଥିରେ ଥିଲା ବହୁ ମାତ୍ରାରେ ପାଣି । କିନ୍ତୁ ସେତେବେଳ ଯାଏଁ କେହି ବି ଭାବି ନ ଥିଲେ ଯେ ଶୁଖିଯିବ ବୋଲି ଏ ବିଶାଳ ସମୁଦ୍ର । ଆଉ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ମରୁଭୂମି ପାଲଟିବା ।

     ଆର୍ ଆର୍ ସି କୁ ଜଳ ଯୋଗାଉଥିଲେ ଦୁଇଟି ବଡ ବଡ ନଦୀ । କିନ୍ତୁ ଧୀରେ ଧୀରେ ଏ ଦୁଇ ନଦୀରେ ଜଳ ପ୍ରବାହ ହ୍ରାସ ପାଇଲା । ୧୯୮୯ ବେଳକୁ ଆର୍ ଆର୍ ସି ଦୁଇ ଭାଗରେ ବିଭକ୍ତ ହୋଇ ସାରିଥିଲା । ଧୀରେ ଧୀରେ ଏହା ଛୋଟ ହ୍ରଦରେ ପରିଣତ ହୋଇ ଯାଇଥିଲା । ପାଣି ପାଲଟି ଗଲା ଏକଦମ୍ ଲୁଣିଆ ଓ ଗୋଳିଆ । ଏହି ଅଂଚଳର ଗଛ - ଲତା ବି ପାଲଟି ଗଲା ଲୁଣିଆ । ଏହାକୁ ଖାଇ ପଶୁ ପକ୍ଷୀ ବି ଅସୁସ୍ଥ ହେଲେ , କେତେକ ପ୍ରାଣ ବି ହରାଇଲେ । ରତ୍ନାକର ରତ୍ନ ବିହୀନ ହୋଇଗଲେ । ଏହାକୁ ନେଇ ଗଢ଼ି ଉଠିଥିବା ଜନ ବସତି ବି ଧୀରେ ଧୀରେ ଉଜୁଡି ଗଲା ।କଳକାରଖାନା ବନ୍ଦ ହୋଇଗଲା, ଏଠାରୁ ଲୋକେ ପଳାୟନ କଲେ । ଏ ଅଂଚଳ ପାଲଟି ଗଲା ଏକ ନିର୍ଜନ ଇଲାକା । ସମୁଦ୍ରର କୋଳାହଳ ଥମି ଯିବାରୁ ଏଠି ସ୍ଥାନ ଅଧିକାର କଲା ନିରବତା । ଆର୍ ଆର୍ ସି କୁ ପୁନର୍ଜୀବିତ କରିବା ପାଇଁ ଏବେ ଆରମ୍ଭ ହୋଇଛି ଉଦ୍ୟମ । ଉଭୟ ହ୍ରଦ ମଝିରେ ଏକ ବନ୍ଧ ତିଆରି କରାଯିବାରୁ ସେଥିରେ କିଛି ତା ସୁଧାର ହେଲା । ୧୯୯୯ ବେଳକୁ କିନ୍ତୁ ତିଆରି ହୋଇଥିବା ବାଲି ବନ୍ଧ ନଷ୍ଟ ହେବାକୁ ଲାଗିଲା । ଏବେ ଉଭୟ ଭାଗ ମଝିରେ ବିଶ୍ୱବ୍ୟାଙ୍କ ସହାୟତାରେ ଗଢ଼ା ଯାଇଛି ଏକ ସ୍ଥାୟି ବନ୍ଧ ।ଫଳରେ ଆର୍ ଆର୍ ସିରେ ହ୍ରାସ ପାଇବା କମିଛି ।

     ସବୁଠାରୁ ଆଶ୍ଚର୍ଯ୍ୟର କଥା ରତ୍ନାକର କ'ଣ ଏଇଠି ରତ୍ନ ବିହୀନ ହୋଇଛନ୍ତି ନା ଆଉ କେଉଁଠି ବି ଏମିତି ଘଟଣା ଘଟିଛି ? ଏହାକୁ ଜାଣିବାକୁ ହେଲେ ଆମକୁ ଧର୍ଯ୍ୟର ସହ ଆଗକୁ ବଢ଼ିବାକୁ ପଡିବ । ଶୁଖି ଶୁଖି ଯାଉଛି ସମୁଦ୍ର  ; ୧୦୦୦ କିଲୋ ମିଟର ହେଲାଣି ମରୁଭୂମି । ଯାହାକୁ ନେଇ ଚିନ୍ତାରେ ସମସ୍ତେ । ପରିବେଶର ଅପ୍ରୀତିକର ପରିସ୍ଥିତି ହିଁ ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ । କହିବାକୁ ଗଲେ ଆମ ମାନବ ସମାଜ ହିଁ ଏଥିପାଇଁ ଦାୟୀ । ଯାହାକି ସବୁରି ପାଇଁ ଏବେ ଚିନ୍ତାର ବିଷୟ ପାଲଟିଛି । ବ୍ରାଜିଲ୍ ର ସମୁଦ୍ର, ଶହ ଶହ କିଲୋ ମିଟର ପର୍ଯ୍ୟନ୍ତ ବାଲି ଦେଖା ଯାଉଥିବା ଏହା କୌଣସି ମରୁଭୂମି ନୁହେଁ । ଏହା ହେଉଛି ବ୍ରାଜିଲ୍ ଠାରୁ ଫ୍ଲୋରିଡ଼ା ଯାଏଁ ଲମ୍ବିଥିବା ସମୁଦ୍ରର ଦୃଶ୍ଯ ଯାହା ଏବେ ମରୁଭୂମିରେ ପରିଣତ ହୋଇଛି । ୨୦୧୭ ମସିହାରେ ଏଠାରେ ଥିବା ସମୁଦ୍ର ସମ୍ପୂର୍ଣ୍ଣ  ଶୁଖି ଯାଇଛି । ଯାହାଫଳରେ ଏଠାରେ ବି ପଡି ରହିଛି ଛୋଟ ବଡ ଅନେକ ଜାହାଜ ।
ଗଳ୍ପ ସମୁଦ୍ର( ଥାଇଲାଣ୍ଡ).....
ଥାଇଲାଣ୍ଡରେ ଗଳ୍ପ ସ୍ଥାନରେ ଥିବା ସମୁଦ୍ର ଧୀରେ ଧୀରେ ଶୁଖି ଶୁଖି ଯାଉଛି । ଗତ ୨୦ ବର୍ଷରେ ଗଳ୍ପ ଅଂଚଳରୁ ସମୁଦ୍ର ଧୀରେ ଧୀରେ ପଛକୁ ଯାଇ ପ୍ରାୟ ୨ ରୁ ୩ କିଲୋ ମିଟର ପଛେଇ ଯାଇ ସାରିଲାଣି । ଯାହାକୁ ନେଇ ଚିନ୍ତାରେ ସ୍ଥାନୀୟ ଲୋକେ ।
ବାହାମସ୍ ସମୁଦ୍ର.....
ଏଠାରେ ବି ସ୍ଥିତି ସଙ୍ଗୀନ । ଏଠାରେ ବି ସେଇ ସମାନ ଅବସ୍ଥା । ଏଠାରେ ବି ରତ୍ନ ବିହୀନ ହୋଇ ଯାଇଛନ୍ତି ରତ୍ନାକର ।
ଇକୁଇଦର୍.....
ଦକ୍ଷିଣ ଆମେରିକାର ପଶ୍ଚିମାଞ୍ଚଳରେ ଥିବା ଏଇ ସମୁଦ୍ର ଦିନେ ହଠାତ ଶୁଖିଗଲା । ଯାହାକୁ ଆଖିରେ ନ ଦେଖିଲେ କେହି ବି ବିଶ୍ବାସ କରିବେନି । ଆଉ ଏଠାରେ ରହୁଥିବା ଶହ ଶହ ଜୀବ ଚାଲିଗଲେ ବିପଦକୁ । ଅର୍ଥାତ୍ ସେମାନଙ୍କ ମୃତ୍ୟୁ ଘଟିଲା ।ବର୍ଷ ବର୍ଷ ଧରି ସମୁଦ୍ରର ଏଭଳି ଅନୁପସ୍ଥିତିକୁ ଠିକ ଭାବରେ ବୁଝି ପାରୁନାହାନ୍ତି ବୈଜ୍ଞାନିକ । ଆଉ କେତେକ ମତ ପୋଷଣ କରୁଛନ୍ତି ପରିବେଶର ଅପ୍ରୀତିକର ପରିସ୍ଥିତି ପାଇଁ ଓ ମାନବ ସମାଜ ପାଇଁ ହିଁ ଏ ସବୁ ହେଉଛି  । ଥରେ ଚିନ୍ତା କଲେ ଯଦି ଶୁଖିଯାଏ ସମୁଦ୍ର ଓ ରତ୍ନାକର ଯଦି ରତ୍ନ ବିହୀନ ହୋଇ ଯାଆନ୍ତି ତେବେ କ'ଣ ହେବ ଏ ପୃଥିବୀର ? ପୃଥିବୀର  ଦୁଇ ତୃତୀୟାଂଶ ସମୁଦ୍ର । ଆମ ଜୀବନରେ ବି ସମୁଦ୍ରର ଭୂମିକା ବହୁତ୍ ଗୁରୁତ୍ୱପୂର୍ଣ୍ଣ । ଯଦି ଆମେ ପ୍ରାକୃତିକ ବିପର୍ଯ୍ଯୟକୁ ଛାଡ଼ିଦେବା ବାଣିଜ୍ୟାର୍ଥେ ଯାତାୟତ ଓ ସମୁଦ୍ରରୁ ଶକ୍ତି ଉତ୍ପାଦନରେ ସମୁଦ୍ରର ଆବଶ୍ୟକତା ବହୁ ମାତ୍ରାରେ ରହିଛି । ଏ ସମଗ୍ର ସୃଷ୍ଟିରେ ପୃଥିବୀ ହେଉଛି ଏପରି ଏକ ଗ୍ରହ ଯେଉଁଠି ସମୁଦ୍ରର ଉପସ୍ଥିତି ଦେଖିବାକୁ ମିଳେ । ଏଠି ଏ ସମୁଦ୍ର କିଭଳି ସୃଷ୍ଟି ହୋଇଛି ତାହା ଆଜି ମଧ୍ୟ ରହସ୍ୟ । ତା' ଠୁ ବଡ ରହସ୍ୟ କ'ଣ ହେବ ଜାଣନ୍ତି ? ଯଦି ୧୦୦୦ -୧୦୦୦ କିଲୋ ମିଟର ସମୁଦ୍ର ଉଭାନ ହୋଇଯିବ । ଯଦି ରତ୍ନ ବିହୀନ ହୋଇ ଯାଉଛନ୍ତି ରତ୍ନାକର ତେବେ ଏହାର କୁପ୍ରଭାବ ସିଧାସଳଖ ପୃଥିବୀର ତାପମାତ୍ରା ଉପରେ ପଡିବ ।

    ସମୁଦ୍ରରେ ପଡୁଥିବା ସୂର୍ଯ୍ୟ ରଶ୍ମିକୁ ଠିକ୍ ଭାବେ ନିୟନ୍ତ୍ରଣ କରିଥାଏ ସମୁଦ୍ର । ସେଥିପାଇଁ ତ ସମୁଦ୍ର ଥିବା ଅଂଚଳରେ ରହିଥାଏ ସମାନ ତାପମାତ୍ରା । ଯଦି ସମୁଦ୍ର ଶୁଖିଯାଏ ତେବେ ଆଉ କ'ଣ ହେବ ? ତାପମାତ୍ରାର ଚକ୍ର ସମ୍ପୂର୍ଣ୍ଣ ବଦଳି ଯିବ । କେତେକ ଜାଗାରେ ବରଫପାତ ହେବା ସହିତ ଆଉ କେତେକ ଜାଗାରେ ବର୍ଷିବ ଅଗ୍ନି । ଏହା ବ୍ୟତୀତ ବର୍ଷା ବି ଠିକ୍ ଭାବରେ ବରଷିବ ନାହିଁ ।ପୃଥିବୀରେ ଜଳୀୟ ଅଂଶ କମିଯିବ, ସବୁବେଳେ ତାପମାତ୍ରା ଅଧିକ ରହିବ । ଅନେକ ଜାଗାରେ ହଠାତ କିଛି ନଥାଇ ବି ନିଆଁ ଲାଗିବ । ସମୁଦ୍ର ଶୁଖିଯିବା ଫଳରେ ଏହାର ପ୍ରଭାବ ପଡିବ ସମୁଦ୍ରରେ ଥିବା ଜୀବ-ଜନ୍ତୁ ଓ ଗଛ-ଲତା ଉପରେ । ୧୦୦୦୦୦ ୧୦୦୦୦୦ ମାଛଙ୍କ ସହିତ ସମୁଦ୍ରରେ ଥିବା ଅନ୍ୟ ଜୀବଜନ୍ତୁ ବି ମୃତ୍ୟୁବରଣ କରିବେ । ଆକଳନ କରାଯାଉଛି ଯଦି ଏତେ ଜୀବ ମାନେ ମରନ୍ତି ତ ତେବେ ଏ ସବୁ ସମୁଦ୍ର ଖୋଲରେ ପଡି ରହିବ ଯେ ଖାଲି ବ୍ୟାପିବ ମହାମାରୀ,ଆଉ ଖେଳିଯିବ ଆତଙ୍କ । ଏହା ବ୍ୟତୀତ ସମୁଦ୍ର ଭିତରେ ଥିବା ମୂଲ୍ୟବାନ ଗଛ ସବୁ ଶୁଖି ନଷ୍ଟ ହୋଇଯିବ । ସମୁଦ୍ର ଶୁଖି ଯିବାର ପ୍ରଭାବ ଖାଲି ଯେ ପୃଥିବୀରେ ପଡିବ ତାହା ନୁହେଁ,ଏହା ଆକାଶରେ ପ୍ରତିଫଳିତ ହେବ । ଆକାଶ ସମ୍ପୂର୍ଣ୍ଣ ନାଲି ପଡିଯିବ । ବର୍ତ୍ତମାନ ଯେଭଳି ମଙ୍ଗଳ ଗ୍ରହ ଦେଖା ଯାଉଛି ।

      ବୈଜ୍ଞାନିକ ମାନେ ମତ ପାରୁଛନ୍ତି ଯେ ବହୁ ବର୍ଷ ପୂର୍ବରୁ ମଙ୍ଗଳରେ ବି ସମୁଦ୍ର ରହିଥିଲା । କିନ୍ତୁ ଏସବୁ ଶୁଖି ଯିବା ଫଳରେ ମଙ୍ଗଳର ଆଜି ଏମିତି ଅବସ୍ଥା । ସମୁଦ୍ର ଶୁଖି ଯିବା କିଛିଦିନ ପରେ ଭୂତଳରୁ ଜଳୀୟ ଅଂଶ କମିଯିବ ।  ଯାହା ଫଳରେ ଶୁଖିଯିବ କୂଅ ପୋଖରୀ ; ନଳକୂପରୁ ବାହାରିବନି ଜଳ । ତା' କିଛିଦିନ ପରେ ଶୁଖିଯିବ ବଡ ବଡ ନଦୀ ଓ ହ୍ରଦ । କିଛିଦିନ ପରେ ନ ମିଳି ପାରେ ଆଉ  ପାନୀୟ ଜଳ । ସମୁଦ୍ରପାଣିରେ ଭାରି ରହିଛି ବହୁ ମାତ୍ରାରେ ଲୁଣ । ଯଦି ଶୁଖିଯିବ ସମୁଦ୍ର ଭାବିଲେ ଏ ସବୁ କ'ଣ ହେବ ?ଚାରିଆଡେ ଖାଲି ଲୁଣ ଆଉ ଲୁଣ ପର୍ବତ ଦେଖାଯିବ । ଥରେ ଚିନ୍ତା କଲେ ଏ ଲୁଣ ପର୍ବତ ଆମ ସ୍ୱାସ୍ଥ୍ୟ ପାଇଁ ଭଲ କି ?ଭାବିଲେ ସମୁଦ୍ର ତଳେ କେତେ ପାହାଡ଼-ପର୍ବତ ନଥିବ !! ଯଦି ସମୁଦ୍ର ଶୁଖିଯାଏ ତେବେ ଏ ସବୁ କ'ଣ ହେବ ? ସମୁଦ୍ର ଭିତରେ ଚାଲୁଥିବା ବିରାଟ ବିରାଟ ଜାହାଜ ସବୁ ବି ଏ ଭଳି ପଡି ରହିବ । ରତ୍ନାକରଙ୍କ ଠାରୁ ରତ୍ନ ପାଇ ଅନେକ ଲୋକ ନିଜ ଜୀବିକା ନିର୍ବାହ କରି ଥାଆନ୍ତି । ଥରେ ଚିନ୍ତା କଲେ ଯଦି ରତ୍ନାକର ରତ୍ନ ବିହୀନ ହୋଇଯାନ୍ତି ତେବେ ଏ ପୃଥିବୀର ଅବସ୍ଥା କ'ଣ ହେବ ?
         
    ଏ ସବୁକୁ ଅନୁଧ୍ୟାନ କଲେ ଆମେ କେବଳ ଗୋଟିଏ କଥା ବା ତଥ୍ୟ ପାଇବା । ତାହା ହେଲା - ସୃଷ୍ଟି ଓ ସମୟର ଏ ହେଉଛି ଆମ ପାଇଁ ସତର୍କ ଘଣ୍ଟି । ନେଡି ଗୁଡ କହୁଣିକୁ ବୋହିଗଲା ପରେ ଆଉ କିଛି ନ ଥାଏ । ତେଣୁ ବେଳ ଥାଉ ଥାଉ ସାବଧାନ ହୁଅ । ଆଉ ସମସ୍ତେ ଏକ୍ ହୁଅ,ଆଉ ବାଟ ବାହାର କରନ୍ତୁ କିଭଳି ରତ୍ନାକରଙ୍କୁ ରତ୍ନ ବିହୀନକୁ ରୋକି ହବ ।

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।