ରାଜେଶ ମୁଣ୍ଡ
ଜଳେଇ ଦଉନ ଲଣ୍ଠନଟିଏଦେହ ଦେହଳିର ଆଦିମ ଅନ୍ଧାରେ
ଛିଞ୍ଚି ହେଉ ମଳୟର ବାରି,
ଓଠର ବଗିଚାରେ ଫୁଟି ଉଠୁ
ଯୌବନର ଫୁଲ !
ଜଳେଇ ଦଉନ ଲଣ୍ଠନଟିଏ
ଆଲୁଅର ସୂକ୍ଷ୍ମ ଧାରେ
ଦେଖିବି ଅନ୍ଧାରର ରାଜତ୍ୱ,
ଡେଇଁବାକୁ ଉଦ୍ୟତ ହେବି
ଜୀବନର ତିନିଗାର !
ଅସହ୍ୟ ହେଲାଣି
କେବେ କରି ନ ଥିବା
ପ୍ରତିଜ୍ଞାର ଓଜନ ।
ସମୟର ସମସ୍ତ ଦୀର୍ଘତା ନେଇ
ରାତି ପରି ସମ୍ପର୍କର ବୋଝ
ଅନାୟାସେ ଜମିଯାଏ ମେଘ ହେଇ ।
ଜଳେଇ ଦଉନ ଲଣ୍ଠନଟିଏ
ଜ୍ୟୋତ୍ସ୍ନା ପରି ଝରି ଆସୁ ଆଶାବରୀ
ବୟସର ନିଷ୍କ୍ରିୟ ଡାଳରେ,
ଲୁହ ହେଇ କ୍ରମଶଃ
ଥିପିପଡ଼ୁ ବୁନ୍ଦା ବୁନ୍ଦା
ଚରିତ୍ରହୀନ ଋତୁର କାଳିମା !!
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।