କବିତା ମହାନ୍ତି ଆର୍ଯ୍ୟ ଭୂମି କର୍ମଭୂମି ନମୋ
ଜନ୍ମଭୂମି ମୋର
ବକୁରୁ ଯାର ପିୟୁଷ ଝରେ
ଉତ୍କଳ ମା' ମୋର ।
କୋକିଳ କଣ୍ଠି ଲଳିତ ସ୍ବର
ମହୁଆ ମଧୁ ଭାଷା
ପଲ୍ଲୀ ସଙ୍ଗୀତେ ଝଙ୍କାର ତୋଳେ
ମାଟିର ପୁଅ ଚଷା ।
ବସନ ଯାର ସମ୍ବଲପୁରୀ
ମାଣିଆବନ୍ଧ ପାଟ
ସୁନା ରୂପାର ତାରକସିରେ
ଆଭୂଷଣର ଛିଟ ।
ତା' କାରୁକଳା ସୌନ୍ଦର୍ଯ୍ୟ ମୋହି
ବାଳ ସୂରୁଜ ଉଇଁ
ଚିଲିକା ତୀରେ ମରାଳ ଗୀତେ
ରୂପା ଚାନ୍ଦିନୀ ଶୁଏ ।
ମହାନଦୀ ତା' କେଶ ପ୍ରକ୍ଷାଳେ
ସିନ୍ଧୁ ପୟର ଧୁଏ ।
ତା ବୀର ସୁତ ସଦା ଜାଗ୍ରତ
ବୀର ଓଡିଆ ପୁଅ
ଜୟିଆ ବକ୍ସି ଜୀବନ ଦେଲେ
ଭୁଲିଛି କିଏ କୁହ ।
ଓଡିଶା ବାସୀ ପଖାଳ ପ୍ରିୟ
ଶାଗ ବେସର ବଡି
ଜଗନ୍ନାଥ ତା' ବଡ ଠାକୁରରଥରେ ଆସେ ଚଢ଼ି ।
ଧଉଳି କହେ ଅହିଂସା ଧର୍ମ
ସନ୍ଥ ଭୀମର ବାଣୀ
ମାନବ ଧ୍ବଂସ ଯାର ଆଦର୍ଶ
ସେହି ଉତ୍କଳମଣି ।
ଶାନ୍ତି ପ୍ରିୟ ଓଡ଼ିଶା ବାସୀ
ଆପଣା ମଣେ ସର୍ବେ
ଗାଇବା ଆସ ତା ଯଶ କିର୍ତ୍ତୀ
ଓଡ଼ିଆ କହି ଗର୍ବେ ।
ପ୍ରଧାନ ଶିକ୍ଷୟିତ୍ରୀ -ସାଇଲୋଝାରପଡ଼ା ଉ.ପ୍ରା. ବିଦ୍ଯାଳୟ
କଣ୍ଟାପଡ଼ା (କଟକ)
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।