4/09/2019

ଉତ୍କଳ ମାଆ ମୋର

କବିତା ମହାନ୍ତି 
ଆର୍ଯ୍ୟ ଭୂମି କର୍ମଭୂମି  ନମୋ                                                  
ଜନ୍ମଭୂମି ମୋର
ବକୁରୁ ଯାର ପିୟୁଷ  ଝରେ
ଉତ୍କଳ ମା'  ମୋର  ।
କୋକିଳ କଣ୍ଠି ଲଳିତ  ସ୍ବର
ମହୁଆ  ମଧୁ ଭାଷା
ପଲ୍ଲୀ ସଙ୍ଗୀତେ ଝଙ୍କାର ତୋଳେ
ମାଟିର ପୁଅ ଚଷା ।
ବସନ ଯାର ସମ୍ବଲପୁରୀ
ମାଣିଆବନ୍ଧ  ପାଟ
ସୁନା ରୂପାର ତାରକସିରେ
ଆଭୂଷଣର ଛିଟ ।
ତା' କାରୁକଳା  ସୌନ୍ଦର୍ଯ୍ୟ  ମୋହି
ବାଳ ସୂରୁଜ ଉଇଁ
ଚିଲିକା  ତୀରେ ମରାଳ ଗୀତେ
ରୂପା ଚାନ୍ଦିନୀ  ଶୁଏ ।
ମହାନଦୀ  ତା' କେଶ ପ୍ରକ୍ଷାଳେ
ସିନ୍ଧୁ ପୟର ଧୁଏ ।
ତା ବୀର ସୁତ ସଦା ଜାଗ୍ରତ
ବୀର ଓଡିଆ  ପୁଅ
ଜୟିଆ ବକ୍ସି  ଜୀବନ ଦେଲେ
ଭୁଲିଛି କିଏ କୁହ ।
ଓଡିଶା  ବାସୀ  ପଖାଳ  ପ୍ରିୟ
ଶାଗ ବେସର ବଡି
ଜଗନ୍ନାଥ  ତା' ବଡ ଠାକୁର
ରଥରେ ଆସେ ଚଢ଼ି ।
ଧଉଳି  କହେ ଅହିଂସା  ଧର୍ମ
ସନ୍ଥ ଭୀମର ବାଣୀ
ମାନବ ଧ୍ବଂସ ଯାର ଆଦର୍ଶ
ସେହି ଉତ୍କଳମଣି ।
ଶାନ୍ତି  ପ୍ରିୟ ଓଡ଼ିଶା ବାସୀ
ଆପଣା ମଣେ ସର୍ବେ
ଗାଇବା ଆସ ତା ଯଶ କିର୍ତ୍ତୀ
ଓଡ଼ିଆ କହି ଗର୍ବେ  ।

ପ୍ରଧାନ ଶିକ୍ଷୟିତ୍ରୀ -ସାଇଲୋଝାରପଡ଼ା ଉ.ପ୍ରା. ବିଦ୍ଯାଳୟ
କଣ୍ଟାପଡ଼ା (କଟକ)

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।