4/09/2019

ଦୁନିଆ.......

ପୁଷ୍ପଲତା ମହାପାତ୍ର 

ଦୁନିଆ ଦୁଇଟି ନିଆଁ ,                                                         
ଜନମେ କହିଲେ କୁଆଁ
ଜଳିବ ଖୁସିର ନିଆଁ ।

ସମସ୍ତେ ,ବାଛି ଦେବେ କେତେ ନାଆଁ ,
ବଣ୍ଟାବଣ୍ଟି ହେବ କେତେ ମିଠା-ମୁଆଁ,
ଭୋଜିଭାତ ଖିଆପିଆ       
ସିଏ ଗଢିବ ଏଇ ଦୁନିଆ ।

ରଖିବ ତା 'ବାପର ନାଆଁ
ଲୋକେ ବୋଲିବେଟି ଆହାଃ !
ତୋତେ ଠାକୁରେ ହୁଅନ୍ତୁ ସାହା ,
କେବେ ନହେଉ ଖଣ୍ଟ ମିଛୁଆ ।

ଗୋବର ପାଣିକୁ ଖଇ ଲିଆ
ପଛରେ ପଡୁଛି କିଆଁ ?
କୋକେଇରେ ପୁଣି ହୁଏ ବୁହା,
ଉଠୁଛି ଶ୍ମଶାନେ ତାର ଧୂଆଁ ।

ଛ' ଖଣ୍ଡ କାଠର ନିଆଁ
ଜାଳିଦେଲା ତା'ର ହିଆ ;
ମିଛ ମାୟା ଏ ଦୁନିଆଁ ,
ଜନମେ-ମରଣେ ନିଆଁ ,
ଦୁନିଆଁ ଦୁଇଦିନିଆଁ ।

କଳାପଥର,ବାଙ୍କୀ,କଟକ
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।