ଅର୍ଜୁନ ଦାସ
ସକଳ ଶକ୍ତିର ଧାରଣ ।।
ମୋହରି ଘର ହର୍ତ୍ତା କର୍ତ୍ତା ।
ତା' ସରି କିଏ ବା ହୁଅନ୍ତା ।।
ତା'ର ଚରଣ ନିତ୍ଯ ସେବି ।
ଆନନ୍ଦେ ସେ ଘରେ ରହିବି ।।
ନହେଲେ ବାଜିବ ଛାଞ୍ଚୁଣି ।
ଖାଇବି ଗୋଇଠା କହୁଣି ।।
ସକାଳୁ ଚା' ଆଣି ଦେବି ।
ନହେଲେ ଖୋବାଟା ଖାଇବି ।।
ସାକ୍ଷାତ୍ ଚଣ୍ଡୀ ଠାକୁରାଣୀ ।
ହୋଇଛି ପରା ମୋ ଘରଣୀ ।।
ତା' ପାଇଁ ରୋଷେଇ କରଇ ।
ନହେଲେ ଘରୁ ସେ ପଳାଇ ।।
କହିବ କେଏସ୍ କରିବି ।
ପୋଲିସ ହାତରେ ମୁଁ ଦେବି ।।
ଭୟରେ ତା' କଥା ମାନଇ ।
ତା' ବିନୁ ଅନ୍ୟ ଗତି ନାହିଁ ।।
ତାହାର ସେବା ମୁଁ କରଇ ।।
ସେବାରେ ହେଳାଟି ହୋଇଲେ ।
ବେଲଣା ପିଟା ହେବ ଭଲେ ।।
ମଧୁର କଥାଟି କୁହଇ ।
ଯେବେ ସେ ପଇସା ମାଗଇ ।।
ନହେଲେ ଚଣ୍ଡୀ ଅବତାର ।
ଦେଖିଛି ମୁହିଁ କେତେ ଥର ।।
ଏପରି ଅନେକ ଗୁଣଟି ।
କହିବି ବୁଝାଇ ଶୁଣଟି ।।
ହେ ଭାଈ ଶୁଣ ସାବଧାନେ ।
ତାଙ୍କ ମହିମା ଦେଇ କର୍ଣ୍ଣେ ।।
ଇଚ୍ଛା ଥିଲେ ସେ ରଙ୍ଗବତୀ ।
ନହେଲେ ହୋ'ନ୍ତି ଉଗ୍ରମୂର୍ତ୍ତୀ ।।
ସକଳ ବେଦର କାହାଣୀ ।
ମୁଖରେ ଦିଅନ୍ତି ବଖାଣି ।।
ଏପରି ଆଉ କେତେ ଗୁଣ ।
ପରେ ମୁଁ କହିବିଟି ପୁଣ ।।
ଗୀତେ କହେ ଅର୍ଜୁନ ଦାସ ।
ପ୍ରଥମ ଭାଗ ହେଲା ଶେଷ ।।
ଇତିଶ୍ରୀ ସ୍ତ୍ରୀ ଗୁଣେ ପ୍ରଥମ ଅଧ୍ୟାୟ ସମାପ୍ତଃ.....
ଗ୍ରାମ – ପଧାନସାହି ପୋଷ୍ଟ-ମାଧବ
ଭାୟା-ନିଆଳୀ,ଜିଲ୍ଲା – କଟକ, ୭୫୪୦୦୪
ଦୁରଭାଷା - ୭୭୩୫୯୫୭୧୫୧ଜୟ ସାହିତ୍ୟ, ଜୟ ସମାଜ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।