ଉଷାରାଣୀ ପଣ୍ଡା
ମହାନ ଜାତୀୟ ବୀର ନେତାଜୀ କଟକର ଓଡିଆ ବଜାରରେ ୧୮୯୨ ମସିହା ଜାନୁଆରୀ ୨୩ ତାରିଖରେ ପିତା ଜାନକୀନାଥ ଓ ମାତା ପ୍ରଭାବତୀଙ୍କ କୋଳମଣ୍ଡନ କରିଥିଲେ ସୁଭାଷ । ଭାରତ ସ୍ବାଧୀନତା ସଂଗ୍ରାମର ଅନ୍ୟତମ ମହାରଥୀ ଶରତ ଚନ୍ଦ୍ର ବୋଷଙ୍କ ଭ୍ରାତା ଥିଲେ । ଏହି ଆଦର୍ଶପ୍ରାଣା ବୀର ସନ୍ତାନ ଖାଲି ଓଡିଶା କାହିଁକିି ସାରା ଭାରତର ଜଣେ ଜାଜ୍ଜଲ୍ୟମାନ ପ୍ରତିଭା । ତୁଳସୀ ଦୁଇପତ୍ରରୁ ବାସିଲା ଭଳି ବାଲ୍ୟ କାଳରୁ ହିଁ ଅନେକ ମହାପୁରୁଷଙ୍କ ଜୀବନ କାହାଣୀ ପଢି ଛୋଟରୁ ହିଁ ତାଙ୍କ ହୃଦୟରେ ଦେଶପ୍ରାଣତାର ବୀଜ ରୋପଣ କରିଥିଲେ । ସଂସ୍କୃତର ଗୋଟିଏ ଶ୍ଳୋକ ସର୍ବଦା ତାଙ୍କୁ ହୃଦବଧ କରୁଥୁଲା।
" ପିତା ସ୍ବର୍ଗ ପିତାଧର୍ମ ପିତା ହିଁ ପରମ ଧର୍ମ
ପିତରି ପ୍ରୀତି ମାପନ୍ନେ ପ୍ରିୟତେ ସର୍ବ ଦେବତା " ।
ବାଲ୍ୟ ଶିକ୍ଷା ପ୍ରଥମେ ଆଙ୍ଗୋଲ୍ ଭାରତୀୟ ସ୍କୁଲ୍ରେ ଆରମ୍ଭ କରି , ତା'ପରେ ରେଭେନ୍ସା କଲେଜିଏଟ୍ ବିଦ୍ୟାଳୟରେ ମାଟ୍ରିକ୍ ପରୀକ୍ଷାରେ ୧୯୧୩ ମସିହାରେ ଦ୍ବିତୀୟ ସ୍ଥାନ ଅଧିକାର କରି ଏବଂ କଲିକତାର ପ୍ରେସିଡେନ୍ସି ମହାବିଦ୍ୟାଳୟରେ କୃତିତ୍ବର ସହ ଉତ୍ତୀର୍ଣ୍ଣ ହୋଇ ସ୍କଟିସ୍ ଚର୍ଚ୍ଚ୍ କଲେଜରୁ ଦର୍ଶନ ଶାସ୍ତ୍ରରେ ସମ୍ମାନର ସହିତ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ପିତାଙ୍କ ନିର୍ଦ୍ଦେଶ କ୍ରମେ ' ଇଣ୍ଡିୟାନ୍ ସିଭିଲ୍ ସର୍ଭିସ ରେ ତାଲିମ୍ ନିମିତ୍ତ ଲଣ୍ଡନ ଯାଇ ସେଠାରେ ମଧ୍ୟ ଚତୁର୍ଥ ସ୍ଥାନ ଅଧିକାର କରି ବିଜୟ ଦୁନ୍ଦୁଭୀ ବଜାଇଥିଲେ ।
ଇଂଲଣ୍ଡରୁ ପ୍ରତ୍ୟାବର୍ତ୍ତନ ପରେ ଗାନ୍ଧିଜୀଙ୍କ ନେତୃତ୍ବରେ ଅସହଯୋଗ ଆନ୍ଦୋଳନରେ ସାମିଲ୍ ହେଲେ । ଇଂରେଜୀଙ୍କ ନିର୍ମମ ଶାସନ ଓ ଦେଶର ଦୂରାବସ୍ଥା ତାଙ୍କ ମନରେ ଗଭୀର ଦୁଃଖ ଦେଇଥିଲା । ତା'ପରେ ବଙ୍ଗଳାରେ ଗାଁ ଗାଁ ବୁଲି କୃଷକ ଠାରୁ ସରକାରୀ ଚାକିରିଆ ପର୍ଯ୍ୟନ୍ତ ଏକଜୁଟ କରି ମୁକ୍ତିକାମୀ ଦେଶର ସ୍ବର ଉତ୍ତୋଳନ କରିଥିଲେ । ଦେଶ ପ୍ରେମର ପ୍ରଗଳ୍ଭା ସ୍ରୋତସ୍ବିନୀ ପ୍ରତିଟି ହୃଦୟେ ଛୁଟାଇ ଥିଲେ । ବଙ୍ଗଳାର ପ୍ରାଦେଶିକ ଜାତୀୟ କଂଗ୍ରେସର ଦୈନିକ ସମାଚାରର 'ସଂପାଦକ ' ପଦବୀରେ ରହି ସୁଚାରୁ କାର୍ଯ୍ୟ ନିର୍ବାହ ସହିତ 'ସ୍ବରାଜ୍ୟ ପାର୍ଟି ' ଗଠନ କରିଥିଲେ ।
କର୍ମମୟ ଜୀବନରେ ସେ ଥିଲେ ଅନନ୍ୟ ପ୍ରତିଭାର ଜାତୀୟବାଦୀ, ସତ୍କାମୀ, ସତ୍ୟନିଷ୍ଠ କର୍ମଠ ବୀର । ଅସହଯୋଗ ଆନ୍ଦୋଳନରେ ଯୋଗପୂର୍ବକ ସେ କହୁଥିଲେ ଯେ ଏ ଦୁର୍ଦ୍ଦାନ୍ତ ଇଂରେଜି ମାନଙ୍କ କବଳରୁ ରକ୍ଷା ପାଇବାକୁ ହେଲେ 'ଯେସାକୁ ତେସା ନୀତି ' ଅବଲମ୍ବନ କରି ରକ୍ତାକ୍ତ ସମର ଆବଶ୍ୟକ । ଯେହେତୁ ଦେଶ ମାତୃକାର ଅସହ୍ୟ ଦୁଃଖ ଏବଂ ଇଂରେଜୀଙ୍କ କଠୋର ଶାସନରେ ତାଙ୍କ ପ୍ରାଣ ମର୍ମେ ମର୍ମେ ଆଘାତ ପାଉଥିଲେ ।"ମୋତେ ରକ୍ତ ଦିଅ ମୁଁ ସ୍ବାଧୀନ ଦେବି " ସ୍ଳୋଗାନରେ ଯୁବଗୋଷ୍ଠୀଙ୍କୁ ଏକତ୍ର କରି ତାଙ୍କ କାର୍ଯ୍ଯଦକ୍ଷତାର ପରିଚୟ ଦେଇଥିଲେ । ତାଙ୍କ ଓଜସ୍ବିନୀ ଭାଷାର ଅଗ୍ନି ବର୍ଷଣ ଭାଷଣରେ ସମସ୍ତଙ୍କ ପ୍ରାଣ ଏବଂ ଲୋମ ଟାଙ୍କୁରି ଉଠୁଥିଲା । ଅନତି କାଳେ ହିଁ ଜଣେ କାର୍ଯ୍ୟଦକ୍ଷ ନେତା ରୂପେ ଜନତାଙ୍କ ହୃଦୟରେ ସ୍ଥାନିତ ହୋଇଥିଲେ ।
କ୍ରୁର , ନିଷ୍ଠୁର ଇଂରେଜି ସରକାରର ଔଦ୍ଧତ୍ୟର ଶିକାରରେ ଗିରଫ୍ ହୋଇ ମାଣ୍ଡଲ୍ କାରାଗାରକୁ ପ୍ରେରଣ କରିଥିଲେ ବୋଷ୍ଙ୍କ ବାରମ୍ବାର କାରାବରଣ ହେତୁ ସ୍ବାସ୍ଥ୍ୟର ଅବନତି ଘଟିଥିଲା । ଚିକିତ୍ସା ନିମିତ୍ତ ସୁଇଜରଲ୍ୟାଣ୍ଡ ଯାତ୍ରା କଲେ ଓ ସେଠି ଅବସ୍ଥାନ ସମୟରେ 'ଦି ଇଣ୍ଡିୟାନ୍ ଷ୍ଟ୍ରଗଲ୍ ' ନାମକ ଏକ ପୁସ୍ତକ ରଚନା କରିଥିଲେ । ୧୯୩୭ ରେ ସେ ଭାରତ ପ୍ରତ୍ୟାବର୍ତ୍ତନ କରିଥିଲେ , ସେତେବେଳକୁ ନେତାଜୀ ଜଣେ ପ୍ରଖ୍ୟାତ ନେତା ଭାବେ ଘୋଷିତ ହୋଇ ସାରିଥିଲେ । ୧୯୩୮ ରେ ହକ୍ପୁର କଂଗ୍ରେସ ଅଧିବେଶନରେ ଏବଂ ତ୍ରିପୁରା ଅଧିବେଶନରେ 'ସଭାପତି' ପଦବୀରେ ଅଳଙ୍କୃତ ହୋଇଥିଲେ ।
ଗାନ୍ଧିଜୀଙ୍କ ସହ ମତଭେଦ ଘଟିବା ଫଳରେ ପଦବୀରୁ ଇସ୍ତଫା ଦେଇ 'ଫରଓ୍ବଡ୍ ବ୍ଳକ୍' ନାମକ ଏକ ଦଳ ଗଠନ କରିଥିଲେ । ଫରଓ୍ବଡ୍ ବ୍ଳକ୍ଳର ଏକ ଲେଖା ପାଇଁ ତାଙ୍କୁ ବିଚାରାଳୟରେ କୈଫୟତ ଦେବାକୁ ପଡିଥିଲା । ଜାମିନ୍ ରେ ଥାଇ କଲିକତାସ୍ଥ ବାସ ଭବନକୁ ଅନ୍ତର୍ନିହିତ ହୋଇଥିଲେ । ଏକ ଦୁଃସାହସିକ ପଦ ଯାତ୍ରା କରି କାବୁଲ୍ ପହଞ୍ଚି ଥିଲେ । ସେ ସେଣ୍ଟ୍ରାଲ୍ ଏସିଆ ମାସ୍କୋ ଦେଇ ଜର୍ମାନୀର ରାଜଧାନୀ ବେର୍ଲିନ୍ରେ ପହଞ୍ଚି ଥିଲେ । ନାଜୀ ସରକାରଙ୍କ ସାହଚର୍ଯ୍ୟରେ ଭାରତୀୟ ସୈନ୍ୟମାନଙ୍କୁ ନେଇ ଇଂରେଜୀ ମାନଙ୍କ ବିରୁଦ୍ଧରେ' ଆଜାଦ୍ ହିନ୍ଦ୍ ଫୌଜ୍ ' ଦଳ ଗଠନ କରିଥିଲେ । ଦ୍ବିତୀୟ ବିଶ୍ବଯୁଦ୍ଧରେ ନାଜୀ ସରକାର ପରାସ୍ତ ହୋଇ ସନ୍ଧି ସ୍ଥାପନ କରିବା ଫଳରେ ଜାପାନୀଙ୍କ ସହଯୋଗରୁ ବଞ୍ଚିତ ହେବାକୁ ପଡିଲା । ଯାହାଙ୍କ ହୃଦୟରେ ସ୍ବରାଜ୍ୟ ପ୍ରାପ୍ତିର ବୀଜ ଆରୋପଣ ହୋଇଥିଲା ମୁକ୍ତିକାମୀର ଚରମ ଲକ୍ଷ୍ୟ । ସମସ୍ତ କୂଟତନ୍ତ୍ରକୁ ଭ୍ରୁକ୍ଷେପ ନକରି ରକ୍ତାକ୍ତ ସଂଗ୍ରାମ[ ସଶସ୍ତ୍ର] କରିବା ଥିଲା ଚରମ ଉଦ୍ଦେଶ୍ୟ । ଆଜାଦ୍ ହିନ୍ଦ୍ର ସ୍ବାଧୀନତା ସୈନ୍ୟବାହିନୀ ଇଂରେଜ ସରକାରଙ୍କୁ ଭୀତତ୍ରସ୍ତ କରାଇଥିଲେ ।ଏହା ହିଁ ତାଙ୍କ ଚରମ ନିଦର୍ଶନ ।
ଦୁଃଖର ବିଷୟ ଏହି ଯେ ଭାରତମାତାର ସ୍ବାଧୀନ ପ୍ରାପ୍ତ ଦେଖିବା ସୁଯୋଗ ତାଙ୍କ ଭାଗ୍ୟରେ ନଥିଲା । ୧୯୪୫ ମସିହାରେ ଘନିଷ୍ଠ ବନ୍ଧୁ ହରିବୁର୍ ରହମନଙ୍କ ସହ ଉଡାଜାହାଜରେ ଟୋକିଓ ଅଭିମୁଖେ ଯାଉଥିବା ବେଳେ 'ଫାର୍ମାଜୀ ଦ୍ବୀପ'ରେ ଦୁର୍ଭାଗ୍ୟ ବଶତଃ ଦୁର୍ଘଟଣା ଘଟିଥିଲା । ସାହସୀ ଏବଂ ଅମ୍ଳାନ ପ୍ରତିଭାଧାରୀ ନେତାଙ୍କ ଜୀବନ ରହସ୍ୟ ଅଦ୍ୟାବଧି ରହସ୍ୟାବୃତ । ଅଗଣିତ ସଂଗ୍ରାମୀଙ୍କ ସହଯୋଗ ଦେଶପ୍ରେମୀ ଗଣଙ୍କ ଉତ୍ସର୍ଗିତ ପ୍ରାଣର ଦ୍ବାହିରେ ଭାରତ ମୁକ୍ତିଲାଭ ହେଲା ସତ କିନ୍ତୁ ଜଣେ ବୀର ,ଶୌର୍ଯ୍ୟ ,ଅହରହ କଠୋର ପରିଶ୍ରମୀ , ନିଃସ୍ବାର୍ଥପର ସତ୍ୟନିଷ୍ଠ କର୍ମୀଙ୍କୁ ହରାଇ ବସିଲା ଭାରତମାତା । ଏହା ଦେଶ ପାଇଁ ଏକ ଅପୂରଣୀୟ କ୍ଷତି । ସେଇ ଉତ୍କଳର ଯୋଗଜନ୍ମା ତ୍ୟାଗପୂତ ନିଚ୍ଛକ ଜନ ନେତା ଭାରତ ଇତିହାସରେ ଏକ ଅବିସ୍ମରଣୀୟ କୀର୍ତ୍ତି ଚିର ସ୍ମରଣୀୟ ହୋଇ ରହିଛନ୍ତି ।
ଭାରତାକାଶର ଏକ ଜାଜ୍ଜଲ୍ୟମାନ ପ୍ରଦୀପ ଓଡିଶା ନୁହଁ ବରଂ ସାରା ଭାରତବାସୀଙ୍କ ଜନ ହୃଦୟେ ପ୍ରଜ୍ଜ୍ଵଳିତ ହୋଇ ରହିଛନ୍ତି ।
ସୋମପେଣ୍ଟା (ଆନ୍ଧ୍ରପ୍ରଦେଶ)
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।