4/09/2019

ଓଡ଼ିଆଙ୍କ ପଖାଳ

ଶିବ ଚରଣ ମହାପାତ୍ର 

ବଡ ଠାକୁରଙ୍କ ଭାରି ଆପଣାର
ଦହି ପଖାଳକୁ ଖରଡା ଶାଗ
ସେଲାଗି ଓଡିଆ ପଖାଳ କଂସାରେ
ମର୍ତ୍ତ୍ୟେ ଥାଇ ଲଭେ ସ୍ୱର୍ଗର ଭୋଗ..

ଓଡିଆ ଜାତିର ନିଆରା ଏ ରୀତି
ମୁଠେ ପଖାଳରେ ଅମୃତ ପ୍ରାପ୍ତି
ଷାଠିଏ ପଉଟି ଛପନ ବ୍ୟଞ୍ଜନେ
କାଳିଆକୁ କେବେ ନ ଲାଗେ ଶାନ୍ତି..

ପାଣି ପବନରେ ପଖାଳ ର ବାସ୍ନା
ମହୁଆ ମହୁଲି ଯେସନ ନିଶା
ପ୍ରତି ରକ୍ତ ବିନ୍ଦୁ ଶିରା ପ୍ରଶିରାରୁ
କ୍ଷୁଧା ନିବାରଇ ମେଣ୍ଟଇ ତୃଷା..

ପଖାଳ ଭାତରେ ଲଙ୍କା ଲେମ୍ବୁ ଛୁଙ୍କ
ଟଙ୍କ ତୋରାଣୀଟା ଆଦର ଭାରି
ବଡି ଚୁରା ସାଥେ ଅନ୍ନ ବଢା ହେଲେ
ସବୁ ଜିହ୍ୱା ଲାଳ ପଡଇ ଝରି..           

ସଂସ୍କୃତି ପରମ୍ପରା ଓଡିଆ ରୀତି
ଅଭୂଲା ନଶିଲା ଭାଷା ଓଡିଆ
ଓଡିଆ ଠାକୁର ଓଡିଆ ପଖାଳ
ଜଗତେ ରହିବ ନିତି ବଢିଆ..

ଚ଼କ୍ରଧରପୁର : କେନ୍ଦୁଝର
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।