ବସନ୍ତ ମଞ୍ଜରୀ ଦାସ
ପ୍ଲାଷ୍ଟିକ୍ର ଯୁଗ ଆସଲା ଦିନଠୁଁ ବ୍ୟାପି ଯାଇଅଛି ରୋଗ
ତଥାପି ମଣିଷ ଚେତୁନି କେମିତି
ଖୋଜୁଛି କେବଳ ଭୋଗ |
ରଙ୍ଗ ଭରା ଯେତେ ପଲିଥିନ୍ ଧରି
ସଙ୍ଗ ବୃଦ୍ଧି କରେ ଖାଲି ;
ନଦୀର ତରଙ୍ଗ ହୁଏ ରଙ୍ଗ ଭଙ୍ଗ
ବିଷ ଭରା ସବୁ ବାଲି |
କାଲି ଅନିଶ୍ଚିତ ହୁଏ
ମାମାଲ୍ ବୋବାଲ ଦେଖାଇବା ଦିନୁ
ମଥା ଘୁରେ ଭାଏଁ ଭାଏଁ |
ମାନବର ଦୋଷେ ପଶୁକୁଳ ରୋଷେ
ଝାସନ୍ତି ଆପଣା ପ୍ରାଣ
ସବୁଜ ସମ୍ଭାର ହୁଏ ନାରଖାର
ବିଷ ଆମ ପ୍ରିୟ ଲୁଣ
ଶୁଣ ଆହେ ବିଶ୍ବ ବାସୀ ;
ପଲିଥିନ୍ ତେଜି ସୂତା ମୂଣି ଖୋଜି
ନୀରୋଗରେ ହୁଅ ଖୁସି ।ମାଟିଭୂତ,ଜଳଭୂତ,ବାୟୁଭୂତ
ଚିତ୍କାର ଶୁଭିବ ନାହିଁ
ପଲିଥିନ୍ ମୁକ୍ତେ ମାଟିଭୂତ ଆମ
ସାଜିବ ସବୁଜ ଭୂଇଁ
ପୂରୁଣା ଖିଆଲ ବହି ;
ସୂତାଥଳି ଆଉ ଝୋଟଥଳି ଧରି
ବଜାର ଗମିବା ଭାଇ ।
ଦୂରେ ବୁଲିଯିବା ଟିଫିନ ଧରିବା
କ୍ଷୁଧା ନିବାରଣ ପାଇଁ
ଦୋକାନ ସଉଦା ପଲିଥିନ୍ ଛାଡି
ମୁଣିରେ ଆଣିବା ବହି.
ଭବିଷ୍ୟତ ବଂଶଧର
ଶଂକା ତେଜିଦେଇ ରୋଗଶୂନ୍ୟ ହୋଇ
ଖୁସିରେ କରିବେ ଘର..
ସମ୍ପାଦିକା - ସୁଶ୍ରୀ ଶୁଭଶ୍ରୀ
ସାଗବାରିଆ, ଜଗତସିଂହପୁର
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।