ସନ୍ଦୀପା ମହାପାତ୍ର
ଟଙ୍କା ଲୋଭରେ ମୁଣ୍ଡ ବିକିଲା ପରି
ଭୋଟ୍ ଦିଅନ୍ତି ସାଧାରଣ ଜନତା
ସେଇମାନଙ୍କୁ ଯିଏକି ଶୋଷଣ
ଲୁଣ୍ଠନ କରନ୍ତି ରାଜ୍ଯାଭିଷେକ ପରେ...
ସବୁ ଜାଣି ବି ଅଜଣା ଭୋଟର୍ ;
ଅର୍ଥ ଲୋଭରେ ମଥା ବିକ୍ରି..
ଭୋଜି-ଭାତର ଆୟୋଜନ
ନାହିଁ ତ ପଚାରେ କିଏ କାହାକୁ !
ଆମ ମରିବା-ବଞ୍ଚିବାରେ
ଆମ ମରିବା-ବଞ୍ଚିବାରେ
ତାଙ୍କୁ ପଡେନି ଫରକ...
ତାଙ୍କର ଦରକାର ରାଜଗାଦି....
ନିର୍ବାଚନ ଆଗରୁ ସେ ଆମକୁ
ଜରୁରତ ମନେ ପକାନ୍ତି
ଶୋଷଣର ପନ୍ଥା ପ୍ରାପ୍ତ୍ଯାର୍ଥେ
'ନୋଟ୍ ନିଅ ଭୋଟ୍ ଦିଅ'ର ଗୁପ୍ତ ନାରାରେ....
ନବୀନ ବାବୁଙ୍କ କାଳିଆ ଯୋଜନାରେ
ସଭିଙ୍କୁ ମିଳି ପାରୁଛି ଅର୍ଥରାଶି
ଦଶରୁ ବାର ହଜାର ଟଙ୍କା..
ବଣିକର ବାଣିଜ୍ୟ ବୃଦ୍ଧି ଆଉ ଗରିବଙ୍କୁ
ହାତର କରିବାର ସହଜ ଉପାୟ....
ପାଞ୍ଚ ବର୍ଷ ଆସନ ଅଡ଼ି ବସିବା ପରେ
ଛାଡିବାକୁ ଇଛା ନାହିଁ
ପୁନରାୟ ପ୍ରଚେଷ୍ଟା ଜାରି
ପାଇବାକୁ ମନ୍ତ୍ରୀ ଆସନ.....
ଭାବିଛନ୍ତି ସେ କାଳିଆ ଯୋଜନା କରି
ପାଇଯିବେ କିଛି ଭୋଟ୍
ଲୋକଙ୍କୁ ଦେଖାଇ ଆଶା
ମିଛ ବିଶ୍ବାସର ପ୍ରହେଳିକା.....
ଚାଲିଯିବେ ଭୋଟ୍ ନେଇ...
ଏ ହେଉଛି ଏବେକା ରାଜନୀତି ;
ଭୋଟ୍ ପାଇବା ପୂର୍ବରୁ ମା'-ମାଉସୀ,
ମଉସା-ଭାଈ-ଭଉଣୀ....
ଭୋଟ୍ ପାଇ ସାରିଲା ପରେ
ହଜାରେ ଥର ଦୌଡ଼ି ଦୌଡି
ଚପଲ ଘୋରି ହୋଇଯାଏ ସିନା
କେହି ଶୁଣିବାକୁ ନଥା'ନ୍ତି ଆମ କଥା....
ଆହା ପଦେ କୁହନ୍ତିନି କେହି ;
ଭୋଟ୍ ପାଇବା ପୂର୍ବରୁ
ପ୍ରତାରଣାର ଅନେକ ପ୍ରତିଶ୍ରୁତି
ପରମୁହୂର୍ତ୍ତେ ପାଣିରେ ଗାର
ଏ ହେଉଛି ଏବେକା ରାଜନୀତି....
ଆଜିର ଏ ମଣିଷ କିଛି ବି ବୁଝୁନି
ମଦ,ମାଂସ, ଟଙ୍କା ଯେଉଁଠି
ଆମେ ଭୋଟ୍ ଦେବୁ ସେଇଠି
କେହି ବୁଝିବାକୁ ନାରାଜ ଠିକ୍- ଭୂଲ୍....
ସବୁରି ମୂଳରେ ଅର୍ଥର ଲାଳସା
ଆମେ ଭୋଟ୍ ଦେବୁ ସେଇଠି
ଆମକୁ ଟଙ୍କା ମିଳିବ ଯେଉଁଠି
ଏ ହେଉଛି ଏବେକା ରାଜନୀତି....
ଯେଉଁ ଗଣଦୁଷ୍କର୍ମ କରି ଚାଲିଛନ୍ତି
ମା,ମାଉସୀ, ଭଉଣୀଙ୍କୁ
ସେତେବଳେ ସବୁ କଥା ଭୁଲିଯା'ନ୍ତି
ଯାହାଙ୍କୁ ଇଲେକ୍ସନ୍ ପୂର୍ବରୁ ମା,ମାଉସୀ,ଭଉଣୀ କହୁଛୁ
ସେ ଇଲେକ୍ସନ୍ରେ ସିଲେକ୍ସନ୍ ହେଲା ପରେ
ମା, ମାଉସୀ,ଭଉଣୀଙ୍କ ସହ
ଏ ଅନ୍ଯାୟ କେମିତି କରି ପାରୁଛନ୍ତି
ସଜେଇ ଦେଉଛନ୍ତି ତାଙ୍କୁ ଗଣଦୁଷ୍କର୍ମୀ !!
ଏ ହେଉଛି ଏବେକା ରାଜନୀତି.....
କେନ୍ଦ୍ରାପଡା
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।