4/09/2019

ଛାତ୍ର ଜୀବନ

ଅରୁଣା କର
କଥାଟିଏ ଆଜି କହୁଅଛି ଶୁଣ
      ଟିକି ଟିକି କୁନା ମୁନା
ଛାତ୍ର ଜୀବନ ସାଧନାର କ୍ଷେତ୍ର 
             ଏ କଥା କେବେ ଭୁଲନା 

ଜୀବନ ର ଏହା ପ୍ରଥମ ସକାଳ 
      ସବୁଠୁ ଗୁରୁତ୍ୱପୂର୍ଣ୍ଣ 
ଶିକ୍ଷା ସହ ବଡ ଚରିତ୍ର ଗଠନ 
         ଏକଥା କୁ ରଖ ଧ୍ୟାନ 

ନମ୍ରତା ଆଉ ଗୁରୁ ଗୁରୁଜନେ ଭକ୍ତି                                  
        କେବେ ମନୁ ନ ଭୁଲିବ 
ଶ୍ରଦ୍ଧା ସମ୍ମାନ ମନେ ସଦା ଥିବ 
        ଆଦର୍ଶମୟ ହୋଇବ 

ଶୃଙ୍ଖଳା ଆଉ ଆଗ୍ରହ ସହିତ 
         ଅଧ୍ୟୟନେ ମନ ଦେବ 
ଆଚରଣ ତୁମ ଉତ୍ତମ ହୋଇଲେ 
          ସଫଳତା ପ୍ରାପ୍ତ ହେବ 

ଛୋଟ ଛୋଟ କଥା ଅତି ମୂଲ୍ୟବାନ 
           ସଦା ରଖିଥିବ ମନେ 
ଭଲ ମଣିଷ ଓ ବଡ଼ ମଣିଷଟେ 
            ନିଶ୍ଚୟ ହେବ ଜୀବନେ 
 ଭୁବନେଶ୍ଵର
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।