4/09/2019

-ବୋଉ-

                                           କଣ୍ଡୁରୀ ଚରଣ ରାଉତ

ମନେ ପଡେ ମୋର ସପନ ବିଭୋର
ହସହସ ଛଳଛଳ
ଶୀତୁଆ ରାତିରେ ବୋଉର କୋଳରେ
ଏକ କରିବାର ବେଳ ।
ମନେ ପଡେ ମୋର କୋଳେଇ କାଖେଇ
କଅଁଳେଇ ବାଆଁରେଇ
ମଜା କଥା କହି ଜହ୍ନକୁ ଦେଖେଇ
ବୋଉ ମୋ ଦିଏ ଖୁଆଇ ।
ମନେ ପଡେ ମୋର ବୋଉ ଗାଳି କଥା
ରାଗିକି ଉଠାଏ ହାତ
ମାଡ ନ ମାରି କି ବୁଝେଇ ସୁଝେଇ
ଖୁଅାଏ ବଳେଇ ଭାତ ।
ମନେ ପଡେ ଆଜି ବୋଉ କଥା ମୋର
ହୃଦୟରେ ଭରେ କୋହ
ସିଏ ନାହିଁ ଆଉ ମନେ ପଡିଗଲେ
ବୋଲ ମାନୁନାହିଁ ଲୁହ ।
                    ***
ଶିକ୍ଷକ - ସତ୍ଯବାଦୀ ଉଚ୍ଚବିଦ୍ୟାଳୟ 
ଧଣ୍ଡାମାଳ,ଦେଓଗାଁ,ବଲାଙ୍ଗିର 

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।