4/09/2019

ମୋ ଗାଆଁ

ଧ୍ରୁବ ଚ଼ରଣ ବେହେରା
ଯେଉଁ ଗାଆଁ କୋଳେ ଜନମ ମୋହର                                 
ସରଗଠୁ ବଡ ଲାଗେ ସେ  ସୁନ୍ଦର ।୧।

ସନ୍ତାନ ପରି ସେ ପାଳି ଅଛି ମୋତେ
ତା' ପାଣି ପବନ  ରଖି ସାଥେ ସାଥେ ।୨।

ନଡିଆ  ପଣସ ଗଛ ଧାଡ଼ି ଧାଡ଼ି
ଧଡ଼ ଧଡ ଚାଲେ  ଶଗଡ଼ର ଗାଡ଼ି  ।୩।

ପୋଖରୀରେ କଇଁ ଫୁଟି ହସୁଥାଇ
ହଂସ ବତକର କେଳି ଯେ  ରଚଇ  ।୪।

ସକାଳ ସୂରୁଜ  ବୁଣଇ ମୁରୁଜ
ସନ୍ଧ୍ୟାର ଗୋଧୂଳି ଦିଶଇ ମଉଜ ।୫।

ନୀଳ ଆକାଶର ନିଳିମା କୋଳରେ
ମୋ ଗାଆଁ ଅବସ୍ଥିତ ଚିଲିକା କୂଳରେ ।୬।

ମରାଳମାଳିନୀ  ନିଳାମ୍ବୁ  ସୁନ୍ଦରୀ
ପାଦ ପଖାଳଇ ସେନେହେ ଆଦରି ।୭।

ଭାଲେରୀ ଶିଖରେ ତପନ ଲୁଚଇ
ସୁନାର କିରଣେ ଗୋଧୂଳି ହସଇ ।୮।

ଆକାଶକୁ କହେ ମାଟିର କବିତା
ମେଘ କୋଳେ ଗାଆଁ ସତେ କି ବନିତା ।୮।

କୋକିଳ ରାଗିଣୀ  ମନ ନିଏ କିଣି
ସବୁଜିମା ରାଜି  ତା' ରୂପ କାହାଣୀ ।୯।

ରାଜପଥ ଧାରେ ଲାଗେ  ପାନ୍ଥଶାଳା
ଚାହିଁ ରହିଥାଏ ପ୍ରକୃତି ମେଖଳା ।୧୦।

ଦେବୀ ଭଗବତୀ  ନାରାୟଣୀ ମାଆ
କାଳିଜାଇ ଆମ ବିପଦର ସାହା ।୧୧।

ତିନି ଦେବୀ ଉଭା  ଚଉପାଶେ ଯାର
ଡର ଭୟ ଲାଗେ ତୁଛ ସେହିଠାର ।୧୨।

ସରଳ ସୁନ୍ଦର ମୋ ଜନମ ଭୂଇଁ
ଭାଇ ଚାରା ତାର  ଆତ୍ମୀୟ ଲାଗଇ ।୧୩।

ଫଗୁଣ ମେଳା ତ  ମନେ ପଡୁଅଛି
ସତେ ପିଲାଦିନ ଏବେବି ଡାକୁଛି ।୧୪।

ମନ୍ଦିର ମାଳିନୀ ଲାଗେ ମୋର ଗାଆଁ
ବିଜେ ଛନ୍ତି ସେଠି ଚିକଣ କାଳିଆ ।୧୫।

ବାଳମୁକୁନ୍ଦ ନାମ ଜଗତେ ବିଖ୍ୟାତ
ଫେଡି ଥାନ୍ତି ପ୍ରଭୁ ଦୁଃଖୀର ଆରତ ।୧୬।

ଅଠରବାଟିଆ ନାମ ଟି   ଯାହାର
ମଧୁ ଠାରୁ ମିଠା ମୋ  ଗାଆଁ  ସୁନ୍ଦର ।୧୭।

ଭୁଲି ନାହିଁ କେବେ ଭୁଲିବି ନାହିଁ
ସେହି ଅଟେ ମୋର ସରଗ ଭୂଇଁ ।୧୮।

ଜନମ ଠିକଣା ମୋ ସଠି ଘର
ଅଠରବାଟିଆ ନାମ  ତାହାର ।୧୯।

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।