ଲୋରୀ ସ୍ୱାଇଁ
ପ୍ରାଣ ବର୍ଣ୍ଣ ମୋହିନିଏ
ଘନ ଅନ୍ଧକାର ଲୋହିତ କିରଣ
ରୂପଚର୍ଯ୍ୟା ହୋଇଥାଏ ।।
ସିନ୍ଧୁର ଗରଭୁ ଚେଇଁ ଉଠେ ରୂପ
ମେଞ୍ଚା ମେଞ୍ଚା ହୋଇ ଭାସେ
ଧୂସରିତ ଫେଣ ତରଙ୍ଗଙ୍କ ମେଳେ
(ପୁଣି) ସିନ୍ଧୁ ଗର୍ଭେ ଯାଇ ମିଶେ ।।
ପ୍ରାନ୍ତ ଦିଗବଳୟ ଦ୍ରୁତ ପ୍ରାଚୀର ଧାଇଁ
ଛୁଇଁନିଏ ପଦରାଜି
ଛୁଇଁ ପଦରାଜି ତରଙ୍ଗେ ତରଙ୍ଗେ
ନୀଳିମାରେ ଯାଏ ହଜି ।।
ଘୁ-ଘୁ ଶବ୍ଦ ତା'ର ଫରଚା ଆକାଶେ
ଖେଳିଯାଏ ମନତଳେ
ଖେଳିଯାଏ ମନତଳେ
ଗୁଞ୍ଜରିତ କରେ ସିନ୍ଧୁ ମଥାମଣୀ
ଥିଲେ ଥାଉ ଯେତେ ଦୂରେ ।।
କରେ ଆକର୍ଷଣ ତା' ରୂପ ଲାବଣ୍ୟ
କୁହୁକ ଚାବୁକ ମାରି
ମାନସେ ଖଞ୍ଜଇ ଅନେକ ବର୍ଣ୍ଣାଳୀ
ରୂପବତୀ ନାରୀ ପରି ।।
ମାତୃତ୍ବ ସ୍ଵଭାଵ କରଇ ଚକିତ
ସୁନୀଳ ପଣତ ଢାଙ୍କି
ଅଙ୍ଗେ ଅଗଣିତ ସନ୍ତାନ ଆଶ୍ରିତ
ସ୍ନେହରେ ରଖିଛି ବାନ୍ଧି ।।
ତଟ ପ୍ରଦେଶରେ ବାଲୁକା କଣିକା
ଚିକ୍ମିକ୍ ଔଜଲ୍ଯତା
ସେ ବାଲୁକାରୁ ଜାତ ମଧୁମୟ ଗନ୍ଧ
ବୃଦ୍ଧି କରେ ଆକୃଷ୍ଟତା ।।
ସାଗର ସୈକତ ସୁଲୁସୁଲୁ ବାଆ
ଦେଖଣାହାରୀଙ୍କୁ ମୋହେ
ସସାଗର ନଭ ପ୍ରେମୀ ଯୁଗଳଙ୍କ
ପ୍ରୀତିମନ ମୋହିଯାଏ ।।
ସିନ୍ଧୁ ଦେଶ ଦେଇ ଆକାଶ ବୁକୁରେ
ନାନା ପ୍ରଜାତି ବିହଙ୍ଗ
ଭ୍ରମେ ପକ୍ଷ ଝାଡ଼ି ହୁଏନି ପାଶୋରୀ
ରୂପ ତା'ର ମହରଗ ।।
ସିନ୍ଧୁ ସୌନ୍ଦର୍ଯ୍ୟରେ ବିମୋହିତ କବି
କବିତାରେ ରୂପ ଭରି
କାବ୍ୟ ସଂକଳନ କରେ ଉନ୍ମୋଚନ
ରୂପଚାର୍ଯ୍ୟା ବର୍ଣ୍ଣେ ଲୋରୀ
ଓସ୍ତପୁର,କାକଟପୁର,ପୁରୀ
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।