ଡ଼କ୍ଟର ଲକ୍ଷ୍ମଣ ସାହୁ

ହୃଦୟକୁ ମୋର ଖୋଲି ମୁଁ ଦେଇଛି
ପାରୁଛ ତ ଯଦି ସାଉଁଟି ନିଅ
ତମ' ପ୍ରେମ-ପୂଜା ରଖିଛି ସାଇତି
ଥରେ ତାକୁ ତମେ' ଚିହ୍ନି ଦିଅ(୧)।
ହୃଦୟ ଦଂଧନ ହୃଦୟ ମିଳନ
ହୃଦୟରେ ସବୁ ଏ ଅଭିମାନ
ରଖିଛି ସାଇତି କୂଳବଧୂ ସାଜି
ଆମ ମହାମିଳନର ଏ ସ୍ପନ୍ଦନ (୨)।
ହୃଦୟରେ ତମେ ଏକା ମୋ ଦେବତା
ଭଲା କିଭଳି କାଢିବି ମୁଁ କୁହ
ଥାଉ ରାଗ ରୁଷା ଅଭିମାନ ସବୁ
ଝରି ଯାଉ ମୋର ଏ ଆଖି ଲୁହ (୩)।
ହୃଦୟର ବ୍ୟଥା ଗୋପନେ କୁହୁଳି
ହୃଦୟ' ଜଳେ ସଦାଦିନ ସିନା
ହୃଦୟ ତ କେବେ ଭାଙ୍ଗି ଯାଏ ନାହିଁ
ସେ' ନୁହେଁ କେବେ ଏ କାଚଖେଳନା (୪)।
ହୃଦୟଟା ମୋର ଫାଡି ମୁଁ ଦବାକୁ
ନୁହେଁ ଭକତ ମୁଁ ତ ମହାବୀର
ତମ ଫଟୋ ଥରେ ଦେଖାଇ ଦବାକୁ
ହୃଦୟରୁ ବହୁ ମୋ ଅଶ୍ରୁଧାର (୫) ।
•ଓଡ଼ିଆ ଭାଷା ସାହିତ୍ୟ ବିଭାଗ
ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟ : କଟକ-୪
ଦୂରଭାଷ -୯୪୩୭୭୪୦୨୮୦
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।