4/09/2019

ଯବାନ

ମଣ୍ଟୁ ମୁଦୁଲି 

ଝଡ ଆସି ବହିଗଲା ପରେ ପ୍ରକୃତି ହୁଏତ ପୂର୍ବ ଅବସ୍ଥାକୁ ଫେରି ଆସିପରେ। କିନ୍ତୁ ଜୀବନରେ ଏମିତି କିଛି ଝଡ ଆସି ବହିଯାଏ ରହିଯାଏ ଖାଲି ମେଞ୍ଚା ମେଞ୍ଚା ସ୍ମୃତି ସହ ଲୁହ । ମିତାଲୀ ଦେବୀ ସଜେଇ ହେବାକୁ ଭାରି ଭଲପାଆନ୍ତି । ଏଥିପାଇଁ ତାଙ୍କ ଶଶୁର ସୁରେନ୍ଦ୍ର ବାବୁ ତାଙ୍କୁ ବହୁତ ତାରିଫ୍ କରନ୍ତି ଆଉ କୁହନ୍ତି "ବହୂ ତୋର ଏଇ ସଜେଇ ହେବା ଗୁଣ ମୋର ଭାରି ପସନ୍ଦ । ତୁ ସଜେଇ ହେଲେ ମତେ ଲାଗେ ମୁଁ ଯେମିତି ତୋ ରୂପରେ ସ୍ୱୟଂ ଲକ୍ଷ୍ମୀ ଠାକୁରାଣୀଙ୍କୁ ବହୂ କରି ଆଣିଛି । ମିତାଲୀ ଦେବୀଙ୍କର ଦୁଇଟି ପୁଅ । ସାନ ପୁଅ ଚାରି ବର୍ଷର । ବଡ ପୁଅ ଦ୍ବିତୀୟ ଶ୍ରେଣୀରେ ପଢେ ।ତାଙ୍କ ସ୍ୱାମୀ ସୁଜିତ୍ ବାବୁଙ୍କର ଦେଶ ସେବା ମନୋବୃତ୍ତି ପ୍ରବଳ ଥିବାରୁ ସେ ଭାରତୀୟ ସୈନ୍ୟ ବାହାନୀ ରେ ଅଛନ୍ତି । ସୁରେନ୍ଦ୍ର ବାବୁ ତାଙ୍କ ପୁଅ ପାଇଁ ଓ ମିତାଲୀ ଦେବୀ ତାଙ୍କ ସ୍ୱାମୀ ପାଇଁ ଗର୍ବ କରିନ୍ତି; ସୁଜିତ୍ ବାବୁ ଜଣେ ଯବାନ ବୋଲି ।

  ସେଦିନ ମିତାଲୀ ଦେବୀ ଆଇନା ସାମ୍ନାରେ ବସି ସୁହାଗିନୀ ର ଷୋଳ ଶୃଙ୍ଗାର ନିଜ ଦେହରେ ଲେପୁଥିବା ବେଳେ ସୁଜିତ୍ ବାବୁଙ୍କ କଥା ଭାବି ଭାବପ୍ରବଣତାରେ ହଜିଯାଇଥିଲେ । ସୁଜିତ୍ ବାବୁ ଚାକିରି କୁ ଗଲା ଦିନଠୁ ଚିଠି ଖଣ୍ଡେ ବି ଦେଇନାହାନ୍ତି । ଏଥିପାଇଁ ପାଇଁ ମିତାଲୀ ଦେବୀ ଅଭିମାନ କରିଥାନ୍ତି । ଏତିକିବେଳେ ଡାକବାଲା ଆସି ଡାକ ଦେଲା । ଚିଠି ଆସିଛି ବୋଲି କହିଲା । ମିତାଲୀ ଦେବୀ ଆଇନା ସାମ୍ନାରୁ ଉଠିଆସି ରେଜିଷ୍ଟରରେ ଦସ୍ତଖତ ଦେବା ପରେ ଡାକବାଲା ତାଙ୍କ ହାତକୁ ଚିଠିଟି ବଢେଇ ଦେଇ ଚାଲିଗଲା ।   

   ମିତାଲୀ ଦେବୀ ଖୁସି ହୋଇ ଚିଠି ପଢିବା ଆରମ୍ଭ କଲେ । ଚିଠି ଟି ବୋଡର୍ ରୁ ଆସିଥିଲା ।ତାଙ୍କ ପାଦ ତଳୁ ମାଟି ଖସିଗଲା। ସେ କାନ୍ଥକୁ ଆଉଜିହୋଇ ଦାଲ୍ କରି ବସିପଡିଲେ ।ଏଇ ସମୟରେ ସୁରେନ୍ଦ୍ର ବାବୁ ଆସି ପଚାରିଲେ-"କଣ ହେଲା ବୋହୂ ?"
ମାତାଲୀ ଦେବୀ କୋହ ଭରା ଧିର କଣ୍ଠରେ କହିଲେ "ଆପଣ ମୋ ସୁହାଗିନୀ ବେଶକୁ ବହୁତ ତାରିଫ୍ କରିନ୍ତି ନା ବାପା ! ଆଜି ଠୁ ମତେ ଏକ ଭିନ୍ନ ଶୃଙ୍ଗାରରେ ଦେଖିବେ। ଶହୀଦ୍ ପତ୍ନୀର ଶୃଙ୍ଗାର !

     ଦୁହିଁଙ୍କର ଆଖି ଲୁହରେ ଛଳଛଳ ହୋଇଯାଇଥିବା ବେଳେ ତଥାପି ଗର୍ବ ଝଲସି ଉଠୁଥିଲା ।
ଆଖୁଆପଦା, ଭଦ୍ରକ 
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।