4/09/2019

ଶୀତ ସକାଳ

 ଶୁଭସ୍ମିତା ବେହେରା
ଯେବେ ଯେବେ ତୁମେ ମନେ ପଡ଼
ଦୁଃଖ ବଦଳରେ ସୁଖ ହୁଏ ଭାରୀ
କାହିଁକି ଜାଣ ?
ତୁମ ପ୍ରଶ୍ନର ମୁଁ ଏକ ଉତ୍ତର
ତୁମ ଭୁଲ୍‌ର ମୁଁ ଏକ ପରିସମାପ୍ତି ।
ମୋ କୋହର ତୁମେ
 ଏକା ହିଁ ଲାଘବ
ମୋ ସୁନେଲି ସ୍ବାର୍ଥର
ତୁମେ ଗୋଟିଏ ହିଁ କିରଣ  ।
ତୁମ ପ୍ରତାରଣା ସତ୍ତ୍ୱେ 
ମୁଁ ଆଜି ବି ବିରହିଣୀ
ଆଜି ବି ମୁଁ ଅନେଇ ରହିଛି 
ସେ ସୀମାହୀନ ପଥକୁ ମୁଁ
ଝର୍କାରେ ଦେଖେ ଶୀତ ପ୍ରାତଃର ନବ କର ।
ଆଉ ତା' ମଧ୍ୟୁ ତମେ 
ଉଦ୍ଭାସିତ ହୁଅ ଟିକେ ନୁହେଁ 
ଥରେ ଅଧେ ନୁହେଁ ବରଂ ବାରବାର
କହିବ କି ପ୍ରିୟ ଏପରି କାହିଁକି ହୁଏ ?
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।