ଯେବେ ଯେବେ ତୁମେ ମନେ ପଡ଼
ଦୁଃଖ ବଦଳରେ ସୁଖ ହୁଏ ଭାରୀ
କାହିଁକି ଜାଣ ?
ତୁମ ପ୍ରଶ୍ନର ମୁଁ ଏକ ଉତ୍ତର
ତୁମ ଭୁଲ୍ର ମୁଁ ଏକ ପରିସମାପ୍ତି ।
ମୋ କୋହର ତୁମେ
ଏକା ହିଁ ଲାଘବ
ମୋ ସୁନେଲି ସ୍ବାର୍ଥର
ତୁମ ପ୍ରତାରଣା ସତ୍ତ୍ୱେ
ମୁଁ ଆଜି ବି ବିରହିଣୀ
ଆଜି ବି ମୁଁ ଅନେଇ ରହିଛି
ସେ ସୀମାହୀନ ପଥକୁ ମୁଁ
ଝର୍କାରେ ଦେଖେ ଶୀତ ପ୍ରାତଃର ନବ କର ।
ଆଉ ତା' ମଧ୍ୟୁ ତମେ
ଉଦ୍ଭାସିତ ହୁଅ ଟିକେ ନୁହେଁ
ଥରେ ଅଧେ ନୁହେଁ ବରଂ ବାରବାର
କହିବ କି ପ୍ରିୟ ଏପରି କାହିଁକି ହୁଏ ?ଜୟ ସାହିତ୍ୟ, ଜୟ ସମାଜ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।