ସ୍ନିଗ୍ଧା ସାମନ୍ତରାୟ
ନୀଳଚକ୍ର ଧ୍ବଜା ଉଡେ ଫରଫର, ଡାକୁଅଛି ଜଗା ମୋର।
କରିବ ମୋ ପ୍ରଭୁ ଭଵସିନ୍ଧୁ ପାର
ଶ୍ରୀଭୁବନେ ମନ ମୋର ।
ଚଉଦିଗେ ଶୁଣେ ମୁଁ ଓ ମୋର ସ୍ୱର
ହୃଦୟେ ଧ୍ଵନି ଝଙ୍କାର ।
ମୋ ସ୍ୱପ୍ନ ଅଧୁରା ଆଶା ମୋ ଅଧୁରା
ଅପେକ୍ଷାରେ ପ୍ରାଣ ମୋର ।
ସଞ୍ଚିତ କରମ ଭୋଗୁଛି ମହୀରେ
ବଞ୍ଚିତ ମୁଁ ସର୍ବ ହରା ।
ଏ ଜୀବ ହାରିଛି ଅସ୍ଥିର ସଂସାରେ
ସଂସାରୀ ଗଛର ପାରା ।
ସ୍ୱାର୍ଥ ମୋହ ଭରା ସଂସାର ସାଗରେ
ମୋ ନାବଟି ଦିଗହରା ।
ଖୋଜି ଖୋଜି ପ୍ରଭୁ ଚାଲେ ମୁଁ ଅନ୍ତରେତୁମେ ସତେ ଦେଵ ଧରା ।
ସଂଗ୍ରାମ ଓ କ୍ଳେଶ ପ୍ରତି ପାହାଚରେ
ଉଡିବି ମୁକ୍ତ ଆକାଶରେ ।
ହିସାବ ନିକାଶ ହୋଇଲା ଶେଷରେ
ଭାଗ ଶେଷ ଜଗା ପରା ।
ବାଲେଶ୍ବର
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।