4/09/2019

ନଗ୍ନ କଳାକାର ରାଣୀ


ସନ୍ତୋଷ କୁମାର
         ଯାତ୍ରା କଳାକାର ରାଣୀକୁ ନେଇ ଚର୍ଚ୍ଚା । ରାଣୀ କ'ଣଟା ଭୂଲ୍‌ କରିଛି ଯେ ତାକୁ ସବୁ ଆଙ୍ଗୁଠି ଉଠେଇ ଦଉଛ ।  ସେ ଏପରି ନଗ୍ନତା ଦୃଶ୍ୟମାନ କରିବା ଉଚିତ୍ ନୁହଁ ହେଲେ ଏହାକୁ ସୀମା ଅତିକ୍ରମ କଲା ବୋଲି କୁହା ଯାଇପାରିବ । ରାଣୀ ନିଜ ବିଷୟରେ କହୁଥିଲା ସେ ପର ଘରେ ବାସନ ମାଜିଛି, ଷ୍ଟେସନରୁ ଅଳିଆ ଗଦାରୁ ଖାଇଛି । ସେ ସମୟରେ କିଛି କହିଲନି, ଏବେ ନିଜ ପେଟ ପୋଷିବା ପାଇଁ କିଛି କଲେ ତା' ଉପରକୁ ଆଙ୍ଗୁଳି ଦେଖେଇ ଦବ। ଭୋକରେ ରହିଲା,ଭିକ ମାଗିଲା କିଛି କେହି ଜାଣିଲେନି । ସବୁ ରାସ୍ତା ବନ୍ଦ ହେବାରୁ ସେ ବାଧ୍ୟ ହୋଇ ଅଙ୍ଗ ଦେଖେଇ ପେଟ ପୋଷିଲା ।

ଯେମିତି ସବୁ ଲୋକ ସତିଆ କାହାର ନଗ୍ନ ଦୂଶ୍ୟ ଦେଖୁ ନାହାନ୍ତି । ଫିଲ୍ମରେ ନଗ୍ନ / ଅଶ୍ଳୀଳ ଦୃଶ୍ୟ ଦଉଚି,କାଇଁ କିଛି ତ ପ୍ରତିରୋଧ କରୁନ । ଫିଲ୍ମ ବନ୍ଦ କରିଦିଅ, ହଲ୍‌କୁ ଭାଙ୍ଗି ଦିଅ, ମାଲିକକୁ ଗିରଫ କର ।  ସମସ୍ତଙ୍କର ଅଧିକାର ଅଛି ନିଜ ବୃତ୍ତି ପାଇଁ, ସେ ନିଜର ପେଟ ପୋଷୁଛି ରାସ୍ତା କଡରେ ଦେହ ବେପାର କରୁନି । ରାଣୀ କ'ଣ ଟିକେ କରି ଦେଲା ବୋଲି ଏତେ ହାମଲା, ଯଦି ସାହାସ ଅଛି ବନ୍ଦ କର ସେ ଡ୍ଯାନ୍ସ ବାର, ୟୁ ଟ୍ଯୁବ୍‌ରେ ଆସୁଥିବା ନଗ୍ନଦୃଶ୍ୟ । ସେଇଟା ବନ୍ଦ କରି ହେବନି, ବନ୍ଦ କଲେ ରୋଜଗାର କେମିତି ହବ ? ସବୁ ରାସ୍ତା ବନ୍ଦ ହେଇଯିବ ।
              ନିଜ ପେଟ ନିଜେ ପୋଷିବା ଏଥିରେ ଅସୁବିଧା କ'ଣ ଅଛି ? ସମସ୍ତେ ତ ଭୁଲ କରୁଛନ୍ତି ଡାକ୍ତର ନିଜେ କିଡ଼ନୀ ବିକ୍ରି କରୁଛନ୍ତି, ପୋଲିସ୍ ଚୋରି, ଲାଂଚ ସବୁ କରୁଛନ୍ତି ତାଙ୍କ ପାଇଁ କିଛି ନାହିଁ । ଝିଅ-ବୋହୂ ଥିଲେ ବୋଲି ନଗ୍ନ ଦୂଶ୍ୟ ଦେଖି ପ୍ରତିରୋଧ କଲ, କାଇଁ ତମେ କଣ ଜାଣିନ କି ସେଠି ଏମିତି ହଉଚି ବୋଲି ? ଯଦି ଆଇଟମ ଡ୍ୟାନ୍ସ ଭଲ ହେଲାନି ସତ୍ୟବାନ ସବୁ କହିବେ ବେକାର ହୋଇଗଲା । ବଜାରକୁ ଛୋଟ ଡ୍ରେସ୍ ଆସୁଚି କ'ଣ ପାଇଁ ? କିଏ ପିନ୍ଧିବ ତାକୁ ? ଟିକେହେଲେ ଏ ବିଷୟରେ ଭାବିଚ ?  ଖାଲି ଝିଅ ଉପରେ ଦୋଷ ।  ଯଦି ବନ୍ଦ କରିବ ସବୁକିଛି ବନ୍ଦ କର । ସେ ଲୋକ ବି ଆଜି କହୁଚି ଯିଏ ଦିନରେ ସାଧୁ ରାତିରେ ନାରୀର ଶରୀରକୁ ହରଣ କରୁଛି । ଦେଖି କହିଲ କିଏ ଭଲ ଅଛ ଆଉ କେବେ ଅଶ୍ଳୀଳ ଫିଲ୍ମ ଦେଖିନ ? ସବୁ କ'ଣ ସେ ନାରୀର ଦୋଷ ପୁରୁଷ ର କିଛି ନାହିଁ ! ପୁରୁଷ ନଗ୍ନ ନୃତ୍ୟ ଦେଖିବା ବନ୍ଦ କରୁ, ତା'ପରେ ଆପେ ଆପେ ସବୁ ବନ୍ଦ ହେଇଯିବ ।

ଜୟ ସାହିତ୍ଯ ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।