4/09/2019

ଲିଭିବା ପରେ ବି ଜଳେ

ସିପ୍ରା ନାମତା, ନମ୍ରତା 
ସିଂହ କଟୀ ଉପତ୍ୟକା କରେ ଶିଖୀ ନୃତ୍ୟ                                
           ଉତ୍ତୁଙ୍ଗ ଶିଖରେ ଯା'ର ଶୋଭଇ ତୁଷାର
ପ୍ରତିଧ୍ୱନୀ ଆତଙ୍କର ସନ୍ତ୍ରାସ ଆବୋଶ 
                ହିମଗିରି ପୀନବକ୍ଷେ ଗଳଇ ରୁଧିର ।।

କୋଦଣ୍ଡର ଅଗ୍ରେ ଜେନହେ ମୂଷଳ ସ୍ଫୁଲିଙ୍ଗ
             ପ୍ରତି ସୃଷ୍ଟି ନେତ୍ରୁ ଝରେ ଲୋତକ ଭୂମାର
ରାଷ୍ଟ୍ରଶୋକ ସାକ୍ଷୀ ହୁଏ ସେହି ଅଶ୍ରୁ ଧାରେ
            ବ୍ୟୋମଜାନେ ଶୋଭିତ ଯେ ଗଗନ ମଣ୍ଡଳ ।। 

ବିଶାଳ ସମର ସଜ୍ଜା ବ୍ୟାପ୍ତ କରି
     ଆଗୁସାର ହୁଏ ସୈନ୍ୟ ଶକୁନ ପରାୟେ 
ତୈଳ ପୂର୍ଣ୍ଣ ପାତ୍ରେ ପ୍ରଦୀପ ପ୍ରଜ୍ଜ୍ଵଳି 
     ପ୍ରତିକୋଣୁ ସ୍ୱର ଶୁଭେ ଆତଙ୍କ ବିପକ୍ଷେ ।।

ଚର୍ଚ୍ଚାରେ ଆତଙ୍କୀ ଲାଂଛିତ ,ଘୃଣିତ ,
                    ହୁଏ ପଦ ପ୍ରହାରର ପାତ୍ର 
ଚର୍ଚ୍ଚାରେ ଶହୀଦ ପାଏ ପୁଷ୍ପ ଗୁଛ
       କୋଟି କୋଟି ନମନ ଶତ ଶତ ହୃଦୟର  ।।

ଚତୁର୍ଦ୍ଦିଗରେ ଆତଙ୍କ ଧୂମ୍ର କୁଣ୍ଡଳୀ ଆଚ୍ଛନ୍ନ
           ବିସ୍ଫୋରଣ ଘଟେ ତମସା ରାତ୍ରୀରେ 
ମୃତ୍ୟୁ ବିଭୀଷିକା ଆଣେ ଉନ୍ମାଦନା 
          ଉଷ୍ମ ରକ୍ତ ଖେଳେ ସ୍ନାୟୁକୋଷିକାରେ ।।

ଧୂଳିର ଧରଣୀ ସିକ୍ତ ହୁଏ ରକ୍ତ ସ୍ନାନେ
          ପ୍ରତିବିମ୍ବ ବିଦ୍ଧ କରେ ପ୍ରତିଟି ହୃଦୟେ
ଶହୀଦ ଯବାନର ଜୀବନ ଦୀପ
     ଲିଭିବା ପରେ ବି ଜଳେ ଶବ୍ଦ ସ୍ୱର ମଧ୍ୟେ   ।।

 ବାରିପଦା
୮୨୪୯୮୫୦୧୬୮
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।