4/09/2019

ଜଲିଉଡ଼ରେ ନଗ୍ନତା -ଏକ ସମନ୍ବୟ ବିଚ଼ାର ବିମର୍ଷର ଉଚ଼ିତ ସମୟ

ରୀତା ଅପରାଜିତା ମହାନ୍ତି 
ଓଡ଼ିଶା ଏକ କଳା ସଂସ୍କୃତିର ରାଜ୍ୟ ଭାବେ ପୁରା ବିଶ୍ୱରେ ପରିଚିତ । ଓଡିଶୀ ନାଚ ,ଗୋଟି ପୁଅ ନାଚ,ଓଡିଶୀ ସଙ୍ଗୀତ ଆମ କଳାର ନମୁନା । ଓଡ଼ିଆ ଭାଷାକୁ ବି ଶାସ୍ତ୍ରୀୟ ଭାଷାର ମର୍ଯ୍ୟାଦା ମିଳିଛି । ଓଡ଼ିଶାର ନାଟକ,ଯାତ୍ରା ମଧ୍ୟ ଓଡ଼ିଆ ପରମ୍ପରାକୁ ବହନ କରେ । କିଛି ପ୍ରସିଦ୍ଧ ଯାତ୍ରାର ନାଁ - ଶାଗୁଣା ବସିଛି ଡେଣା ମେଲାଇ,ମୋ ପେଁକାଳି ବଜେଇ ଦେ',ରୂପା ପାଲିଙ୍କିରେ ସୁନା କନିଆ, ଫୁଲ ଆଣିଥିଲି ଫୁଲବାଣୀରୁ,ମଶାଣୀର ଫୁଲ ,ସିନ୍ଦୁର ହଜିଛି ଟିକିଲି ପାଇଁ ଆଦି ଯାତ୍ରାରେ ଆଜିକାଲି ଅଶ୍ଲୀଳତା ବଢ଼ିଚାଲିଛି ।

   ଆଇଟମ ନାଚ ଆସିଛି ପ୍ରକୃତରେ ବଲିଉଡରୁ । ବର୍ତ୍ତମାନ ଓଡ଼ିଆ ସିନେମା ଓ ଯାତ୍ରା ସବୁଥିରେ ଏଇ ଆଇଟମ ନାଚ ପ୍ରବେଶ କଲାଣି । ଯାତ୍ରାରେ ଦମ୍‌ଦାର୍‌ କାହାଣୀ ଓ ଭଲ ଡାଇଲଗ ହେଲେ ବି ଲୋକମାନେ ଦେଖିବେ । ଏକଥା ସମସ୍ତଙ୍କୁ ବୁଝିବାକୁ ହେବ । ଯେହୁତି ଏଠି ଦର୍ଶକ ଓ କଳାକାର ସମସ୍ତେ ଆମ ସାମ୍ନାରେ ଥା'ନ୍ତି । ତେଣୁ ଦର୍ଶକକୁ ନଗ୍ନତା ପରିଶିବା ଆଗରୁ ଭାବିବା ଉଚିତ । ଯେହେତୁ ଜଣେ ବ୍ୟକ୍ତି ଏକା ନୁହେଁ ନିଜ ପରିବାର ସହିତ ଯାତ୍ରା ଦେଖିବାକୁ ଯାଇପାରେ । ଭଲ କାହାଣୀ ହେଲେ ନାୟକ ,ନାୟିକା ବା ଖଳ ନାୟକର ଦମ୍‌ଦାର୍‌ ସଂଳାପ ବି ବହୁତ ଦିନ ମନେ ରହିଯାଏ । ଯେମିତି ବହୁତ ଦିନ ଆଗରୁ ଦେଖିଥିବା ଯାତ୍ରା ଗୀତ ଆଜି ମୋ ମାନସ ପଟରେ  ଅଛି -
"ହୋମ ନିଆଁ ସାକ୍ଷୀ ,ବାହାବେଦୀ ସାକ୍ଷୀ
ସବୁ ଭୁଲିପାରେ ,କେମିତି ଭୁଲିବି ସିନ୍ଦୂର ଶଙ୍ଖା ଦି ପଟ ।"

    ସମସ୍ତେ ଭଲ ଜିନିଷ ଦେଖିଲେ, public demand ହେଲେ ନିର୍ଦ୍ଦେଶକ - ପ୍ରଯୋଜକମାନେ ଭଲ ଯାତ୍ରା ଦେବେ । ଯେଉଁମାନେ ଆଇଟମ କରୁଛନ୍ତି ସେମାନେ ବି ତାଙ୍କ ସୀମା ନ ଲଙ୍ଘିଲେ ତାଙ୍କ ନାଚ ବି ଭଲ ଲାଗିବ, ଅଶ୍ଲୀଳତା ଆଡ଼କୁ ଯିବନି । କଥାରେ ଅଛି,ଅତି ଲେମ୍ବୁ ଚିପୁଡିଲେ ପିତା । ସବୁ  କଥା ତା' ସୀମାରେ ରହିବା ଉଚିତ । ଆଜିର ଯୁବପିଢୀ କାଲିର ଭବିଷ୍ୟତ ; ତେଣୁ ଜଲିଉଡ଼ରେ ହେଉ କି ଓଲିଉଡ଼ରେ, ସବୁଠି ନଗ୍ନତା ଉପରେ ନିୟନ୍ତ୍ରଣ ରହିବା ଉଚିତ ।

   ଆମ ପୂର୍ବ ପରମ୍ପରା ଯାହା ଥିଲା ବର୍ତ୍ତମାନ ପୀଢ଼ି ଜାଣିବା ଉଚିତ । ତେଣୁ ସୀତା ବିବାହ, କାଞ୍ଚି ବିଜୟ, ମହାଭାରତ, ଆଦି ଆଖ୍ୟାନରୁ ମଧ୍ୟ ଯାତ୍ରା କରିହେବ ।ବର୍ତ୍ତମାନ ଗୋଟିଏ ପରିବର୍ତ୍ତନ ରାଗିଣୀ ଗାଇବାର ବେଳ ; ନାରୀ ପୁରୁଷ ମିଶିକି ଏକ ସ୍ୱରରେ କହିବା - ଆମକୁ ସ୍ୱଚ୍ଛ କଳା ଆବଶ୍ୟକ ନଗ୍ନତା ନୁହେଁ । ନିଶ୍ଚିତ ଏବେ ସୂର୍ଯ୍ୟ ଉଦୟ ହେବ । ଏହା ଭାନୁ ଉଦୟ ହେବାର ବେଳ । କଳା ସାହିତ୍ୟ ଏହିଭଳି ବିଚାର ବିମର୍ଷ ହେବା ଉଚିତ ସମୟ ଆସିଛି।

ପ୍ଳଟ ନଂ -୮୩ (ସି), ଆମ୍ରପଲ୍ଲୀ,ଭୁବନେଶ୍ବର -୨୧
ଟ୍ରିଂ-ଟ୍ରିଂ -୯୩୩୮୫୮୪୮୫୭

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।