3/07/2019

ଆଗେଇ ଆସ

ଅରୁଣା କର
ଆଗେଇ ଆସ ହେ ଭାଇ ଭଉଣୀ 
ସଭିଏଁ ଏକାଠି ହୁଅ 
ଶତୃ ଦେଶର ଏ ରକ୍ତ ହୋଲିର
ଦୃଢ଼ ଜବାବ ଦିଅ 

ଧ୍ଵଂସ କରିଦିଅ ଆମ ଶତୃର
ବର୍ବର ମନୋଭାବ
ଧ୍ଵଂସ କରିଦିଅ ପରଧନ ଲୋଭ 
ଅର୍ଜିତ ଗଉରବ 

ଆଉ ସହିବାନି ଏ କଷ୍ଟ ଯନ୍ତ୍ରଣା 
ଆକୁଳ ହା ହା କାର 
ପୋଛିଲା ସିନ୍ଦୁର ଶୂନ୍ୟ ମା କୋଳ 
କରୁଣ ମୁହଁ ଶିଶୁର             
ବୁହାଇ ଦେବା ଦେହରୁ ରକତ                            ଦେଶ ମାତୃକା ପାଇଁ 
ଲୁଚା ଛପା ତାର ପାଷାଣ୍ଡ କର୍ମର 
ଦୃଢ଼ ଜବାବ ଦେଇ 
ଭୁବନେଶ୍ବର

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।