ବୀର ଶହୀଦର
ଜଳୁଛି ଚିତା
କାନ୍ଦୁଛି ଜନନୀ
କାନ୍ଦେ ଜନତା...
ତୋତେ କୋଳେ ପାଇ
ଧନ୍ୟ ହେଲି ମୁହିଁ
ଗରବେ କହୁଛି
ଭାରତମାତା...
ବୀର ଶହୀଦର ,,,
ଦେଶ ମାତୃକାର
ଯୋଗ୍ୟ ସନ୍ତାନ
ଦେଶ ସେବା ପାଇଁ
ଉତ୍ସର୍ଗି ପ୍ରାଣ...
ଗାଉଛି ଭାରତ ତୋ '
ବୀରଗାଥା.....
ବୀର ଶହୀଦର ,,,
ସାହାସ ଧୈର୍ଯ୍ୟର
ପୂୂର୍ଣ୍ଣ ଦକ୍ଷତା
ତ୍ୟାଗ ଜୀବନର
ପାରଦର୍ଶୀତା...
ଗାଉଛି ଜନତା
ତୋ ବୀରଗାଥା
କାନ୍ଦୁଛି ଜନନୀ
କାନ୍ଦେ ଜନତା...
ବୀର ଶହୀଦର ,,,
ହେ ବୀର ଯବାନ
ହେ ବୀର ନେତା
ଗୁଳି ଆଗେ ତୁମେ
ପାତିଲ ମଥା...
ମାଆର ହୃଦୟେ
ଭରିଲ ମଥା
କାନ୍ଦୁଛି ଜନନୀ
କାନ୍ଦେ ଜନତା...
ବୀର ଶହୀଦର ,,,
ଆନ୍ଧ୍ର ପ୍ରଦେଶ
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।