ଶୁଭସ୍ମିତା ବେହେରା
ତୁମେ ହିଁ ତ ଗଢିଛ ନିଜ ହାତେ
ସେ ପୁଣି ନିଖୁଣ ମୁନରେ..
କି ଅବା ଭୁଲ୍ ଆଉ ଅପରାଧ ପାଈଁ
ଏ ଦୁନିଆ କହେ,
ମୁଁ ଛକାଟେ ବୋଲି...
ମୁଁ ତ ମଣିଷ
ଠିକ୍ ସଭିଙ୍କ ଭଳି.....
ମୋ ଭିତରେ ଅଛି ଆଶା,
ସ୍ନେହ, ପ୍ରେମର ଅନୁଭବ,
ତଥାପି ଏ ସମାଜରେ
ଟାହି ଟାପରା କି ପାଈଁ..?
ପରିବାର ଥାଇ ବି
ଆଜି ମୁଁ ବେସାହାରା
ଅସହ୍ୟ ସେ ବେଦନା..
ମୁଁ ତ ଚାହିଁନି କେଵେ ଧନରତ୍ନ
ଖାଲି ଚାହେଁ ଟିକେ ସମ୍ମାନ..
ମୋ ପାଖେ ଅଛି ସରଳ ମନଟେ
ଅଛି ମଧ୍ୟ ପାଇବାର ଇଚ୍ଛା,
କିଛି କରିବାର ଆନନ୍ଦ ଵି ଠୁଳ ଅଛି
ଥରେ ମତେ ଆପଣେଇ ଦେଖ,
ଏ ସୁନ୍ଦର ଦୁନିଆକୁ ମୁଁ ଵି
କରିପାରେ
ଜେନାପୁର, ପୋ.. ଜେନାପୁର, ଯାଜପୁର
ଉଦୟ ନାଥ ସ୍ୱୋୟଂଶାସିତ ମହାବିଦ୍ୟାଳୟ, ଅଡ଼ଶପୁରଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।