କୈଳାସ ଚନ୍ଦ୍ର ପାଢୀ
ଦେଶର ମହତ ଲାଗି ପ୍ରାଣ ଦେଲ
ବିଧାତାର କ୍ରୁରଘାତ ।
ଦେଶ ଗଉରବ ଦେଶ ସଉରଭ
ହେ ସୀମାନ୍ତ ରକ୍ଷୀ ତୁମେ,
ସଲାମ୍ ବାଢୁଚୁ ସଲାମ୍ ବାଢୁଚୁ
ଭାରତୀୟ ଯେତେ ଆମେ ।
ଆମରି ସୁରକ୍ଷା ଲାଗି ଆଜି ତୁମେ
ଦେଇଚ ଜୀବନ ବଳି,
ନିଜ ସ୍ବାର୍ଥ ଲାଗି ନୁହେଁ ଏ ଜୀବନ
ଭାରତମାତାର ସୁଯୋଗ୍ୟ ସନ୍ତାନ
ତୁମେ ଭାରତର ରତ୍ନ,
ତୁମରି ସ୍ମୃତିକୁ ହୃଦୟ ଭିତରେ
ରଖିଥିବୁ କରି ଯତ୍ନ।
ତୁମ ପାଇଁ ଆଜି ଭାରତୀୟଙ୍କର
ଛାତି ଫାଟି ପଡେ ଗର୍ବେ,
ଏ ମହା ପ୍ରୟାଣେ ପ୍ରଣତି ବାଢୁଚୁଁ
ଭାରତ ବାସୀଏଁ ସର୍ବେ ।
କୁମାରପୁର।
ଭଦ୍ରକଜୟ ସାହିତ୍ୟ, ଜୟ ସମାଜ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।