3/06/2019

ପୂଣ୍ୟର ସଂଳାପ


ମନର ମାନସାଙ୍କରେ ତୁମେ ମାନସୀ କନ୍ୟା            
ପ୍ରେମର ପ୍ରତିଶୃତିରେ ତୁମେ ପ୍ରୀତିର ବନ୍ୟା
କଳ୍ପନାର କଳ୍ପବଟରେ ତୁମେ ମୁକ୍ତିର କୈବଲ୍ୟ 
ଭାବନାର ଭବ୍ୟ ଉଆସରେ ତୁମେ ପ୍ରେମର ପ୍ରାବଲ୍ୟ 
ଆଖିର ଅଲକ୍ଷ୍ୟରେ ତୁମେ ଆଖିଏ ସପନ 
ଛାତିର ମଧୁଶାଳାରେ ତୁମେ ମଧୁର ସ୍ପନ୍ଦନ
ରାତିର ନିଷିଦ୍ଧ ପ୍ରହରେ ତୁମେ ବିଶୁଦ୍ଧ ଚୁମ୍ବନ
ନିସଙ୍ଗତାର ନଈ କୂଳରେ 
ତୁମେ ଏକ ଦେହଛୁଆଁ ପବନ
ଶୂନ୍ୟତାର ସ୍ଵର୍ଗଦ୍ଵାରରେ 
ତୁମେ ଏକ ଆକାଂକ୍ଷୀତ ଜୀବନ
ସମୟର କବାଟ କୋଣରେ 
ତୁମେ ଏକ ଅସଞ୍ଜତ ଇଚ୍ଛା
ସାମାଜର ଚାରିଛକରେ 
ତୁମେ ଏକ ମନାକରା ରାସ୍ତା 
ମୋ ଅଭଦ୍ରପଣର ତୁମେ ଏକ ଗୋପନ ଡାଏରୀ 
ମୋ ଅବୁଝା କଲମର ତୁମେ ଏକ ଅସରା ସାୟେରୀ
ଜୀବନର ଦୁର୍ଗମ ପଥରେ ତୁମେ ଏକ ସୁଗମ ସଙ୍ଗୀତ 
ସମ୍ପର୍କର ବେଳାଭୂମିରେ ତୁମେ ଏକ ଜହ୍ନରାତି ଗୀତ 
ନିଃଶବ୍ଦତାର ଫୁଲଶେଯରେ 
ତୁମେ ଏକ ଅନ୍ତରଙ୍ଗ ଆଳାପ 
ଶବ୍ଦର ମିଠା ଗହଳିରେ 
ତୁମେ ମୋର ପୁଣ୍ଯର ସଂଳାପ....


ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।