ସସ୍ମିତା ରାଉତ
ଖୋଜିବାର ଅବକାଶ କାହା ପାଖେ ନାହିଁ
ସମସ୍ତେ ଵ୍ୟସ୍ତ ଵିଵ୍ରତ ଭାବେ ଧାବମାନ
ନିଜ ନିଜ କର୍ମମୟ ଜୀବନ ଚର୍ଯ୍ୟାରେ
ଅବଜ୍ଞାତ ଆଜି ଆପଣାର ଜ୍ଞାତ ପରିଜନ
କାହାରି ମନରେ ତିଳେ ହେଲେ ଇଚ୍ଛା ନାହିଁ
ଅସ୍ତୋନ୍ମୁଖ ସମ୍ପର୍କ ଗୁଡିକୁ ସାଉଁଟିବାର
ଭାରି ଅବୁଝା ସମ୍ପର୍କ ମାନଙ୍କ ଯତୁଘର
ରୂପବତୀ ନାରୀ ପରି ବଦଳାଏ ମନ
ଅବଭାସ ଅବାନସୀରେ ବ୍ୟସ୍ତ ଅବରଜ
ଭୁଲିଛି ପୂର୍ବ ପୁରୁଷ ମାନଙ୍କ ଶିକ୍ଷା ସଂସ୍କାର
ଜୀବନ ଜିଇଁବାର ଅଜବ କାଇଦାକୁ
ଆପଣାଇ ନେଇଛି ଆଧୁନିକ ସମାଜ
ଦୂର ବନ୍ଧୁ ତାଲିକାରେ ରକ୍ତ ସମ୍ପର୍କ
ଭାଙ୍ଗିଛି ଯୌଥ ପରିବାରର ମୂଳିଭୂତ
ଏକାର୍ଣ୍ଣ ପରିବାରର ସ୍ବେଚ୍ଛାଚାରିତାରେ
ନରକ ଦଶା ଭଗୁଛି ଆଗନ୍ତୁ ଦାୟଦ
ସ୍ନେହ ଭଲପାଇବାର ଘଟିଛି ଅବକ୍ଷୟ
ନିଜସ୍ଵ ସ୍ବେଚ୍ଛାଧୀନ ସମୟ ଉପନୀତ
ସୋର, ଵାଲେଶ୍ଵର
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।