କମଳିନୀ ଦେବୀ
ମୋର ପୁଅମାନେ ତୋର
ଉଚିତ୍ ଜବାବ ଦେବେ ବୋଲି
କଡା ଗଣ୍ଡାର ହିସାବ ନେବେ
କୌରବଙ୍କ ବିନାଶ ପରି
ତୋର ଦୁର୍ଦ୍ଦଶା ହେବ
ତୋ ଲହୁରେ ମୋ ଚରଣ ଧୋଇବେ
ଯାଜ୍ଞସେନୀ ପରି ତୋର ତାଜା ରକ୍ତରେ
ମୁଁ ସ୍ନାନ କରିବି, ମୋର ମୁକୁଳା ବେଣୀ ବାନ୍ଧିବି
ତୋର ଅସହାୟତା ଦେଖି
ମୁଁ ଦୁଃଖରେ ଅଧିର ହେଲା ବେଳକୁ
ତୁ ଖୁସି ମନାଉଥିଲୁ, ପ୍ରମାଣ ମାଗୁଥିଲୁ
ତୋର ନରହନ୍ତା ବିଭତ୍ସ କାରନାମା
ଏବେ ଉପର ଚକ ତଳ ହୋଇଯାଇଛି
ସମୟ ବଡ ବଳବାନ
ଶୋକ ମନାଇବାର ପାଳି ତୋର ଆସି ଯାଇଛି
ମୋର ଆତ୍ମାରେ ଶାନ୍ତି ହିଁ ଶାନ୍ତି
ତୁ କଣ ଭାବିଥିଲୁ ପାକିସ୍ତାନ
ଭାରତ ଭୀରୁ ବୋଲି
ନା ଭାରତ ଶାନ୍ତିପ୍ରିୟ, ମୁଁ ଶାନ୍ତି ଚାହେଁ
ସେଥିପାଇଁ ମୁଁ ମୋର ଯୋଗ୍ଯ ଦାୟାଦ୍କୁ ପଠାଇ
ଶାନ୍ତି ସ୍ଥାପନ ପାଇଁ ହାତ ମିଳାଇ ଚାଲିଛି
ଆଜି ତତେ ଇଟାର ଜବାବ୍ ପଥରରେ ଦିଆଗଲା
ବଦମାସ୍ ସଇତାନ ସୁଧୁରି ଯାଆ ପାକିସ୍ତାନ
ନହେଲେ ମୃତ୍ୟୁର ବିଭୀଷିକା ଖେଳିଯିବ
ତୋ ଇଲାକା ମରୁଭୂମି ପାଲଟି ଯିବ
ପାକିସ୍ତାନର ଚିହ୍ନ ବର୍ଣ୍ଣ ପୃଥିବୀ ପୃଷ୍ଠରୁ ଲୋପ ପାଇ ଯିବ
ତୋର ଜୀବାଶ୍ମ ସୁଦ୍ଧା ମିଳିବନି
ଆଗକୁ କ'ଣ ଘଟଣା ଘଟିବ
ତୋର କଳ୍ପନାର ବାହାରେ ଥିବ
ତୁ ନିଜକୁ ଭାରି ଚାଲାକ୍ ଭାବୁଥିଲୁ ନା
ଅତି ସବୁଠୁ କ୍ଷତି ଏକଥା ମନେରଖ
ସମୟ ଆଗରୁ ସୁଧୁରି ଯାଆ
ପାକିସ୍ତାନ ସୁଧୁରି ଯାଆ ।।


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।