3/07/2019

ଅଭୁଲା ସ୍ମୃତି

                                                  ନିବେଦିତା ମହାପାତ୍ର
                  ମା'ରେ ଆଜି ଭୂବନେଶ୍ଵର ଯିବା,ତୁ ଶିଘ୍ର ବାହାର । ଆମେ ତତେ ତଳେ ଅପେକ୍ଷା କରିଛୁ କହି ସୁଲୋଚନା ଦେବୀ ବାହାରି ଗଲେ , ସ୍ମିତା ସେମିତି ବସି ରହିଥିଲେ ଖଟ ଉପରେ । ତାଙ୍କର ମନେ ଅଛି ଆଜି ଅଭିଙ୍କୁ ରାଜ୍ୟପାଳ ସମ୍ମାନିତ କରିବେ । ହେଲେ ଅଭିଙ୍କ ପୁରସ୍କାର ଗ୍ରହଣ କରିବ ସ୍ମିତା । କିନ୍ତୁ ଅଭି.......ଏବେ ବି ତାଙ୍କ କଥା ସବୁ ସ୍ମୃତି ହେଇ ତା' ହୃଦୟରେ ସାଇତା ହେଇଅଛି । 

      ସେଦିନର ଘଟଣା ....., ଭାଉଜ, ଭାଉଜ..... ଜଲ୍‌ଦି ଆସ ; ଅଭି ଭାଇର ଫୋନ ଆସିଛି ।
ରିନିର ଡାକରେ ସବୁ କାମ ଛାଡି ସ୍ମିତା ଦଉଡିଲେ ଉପର ଘରକୁ । କେଜାଣି କୋଉ ଦିନରୁ ସେ ଅପେକ୍ଷା କରିଥିଲେ ଏ ମୁହୂର୍ତ୍ତକୁ । ରିନିଙ୍କ ହାତରୁ ଫୋନ୍ ନେଇ କହିଲେ, ହେଲୋ ! ବାସ୍ ଆଖିରେ ଜକେଇ ଆସିଲା କେଇ ଟୋପା ଲୁହ। ସେପଟୁ ଶୁଭିଲା ଅଭିଙ୍କ କଣ୍ଠସ୍ଵର । କେମିତି ଅଛ ସ୍ମିତା ? ଖୁବ୍ ଛୋଟ ଉତ୍ତର ଦେଇଥିଲା ସେ 'ଭଲ ଅଛି, ଆଉ ତମେ ?'...'ହଁ ଭଲ' । ତମକୁ ଜଣେଇବାକୁ ଫୋନ୍ କରିଥିଲି ଯେ ମୋର ଛୁଟି ମଞ୍ଜୁର ହେଇଯାଇଛି । ମୁଁ ଆଉ ଚାରି ଦିନ ପରେ ଗାଁକୁ ଆସୁଛି । ସ୍ମିତା କିଛି କହିପାରିଲେନି । ସତେ ଯେମିତି ସ୍ଵର୍ଗର ପାରିଜାତ ଆଜି ହାତ ପାହାନ୍ତାରେ ମିଳି ଯାଇଛି । କେବେଠାରୁ ସେ ଅପେକ୍ଷା କରି ରହିଥିଲା ସତେ ଏ କଥା ପଦେ ଶୁଣିବାକୁ ।              -କ'ଣ ହେଲା କିଛି କହୁନ ଯେ,କଣ ରାଗିଛ ? ଅଭିଙ୍କ ଏ କଥାରେ ପ୍ରକୃତିସ୍ଥ ହେଲା ସ୍ମିତା ।  -ଆରେ ନା ନା ରାଗିନି । ହଉ ତମେ ଆସ ।ଅଭି ଟିକେ ହସି କହିଲେ,"ହଉ ରଖୁଛି" ।
ରିନିଙ୍କୁ ଫୋନ୍ ଦେଇ ଫେରି ଆସିଲା ସ୍ମିତା ନିଜ ରୁମ୍‌କୁ । କବାଟ ବନ୍ଦ କରି ଆଲମାରି ଖୋଲି ବାହାର କଲା ଆଲବମ୍ । ଯୋଉଥିରେ ସେ ସାଇତି ରଖିଥିଲା ତା' ଅତୀତର ସୁନ୍ଦର ସ୍ମୃତି ସବୁକୁ ।ଆଲବମ୍‌ର ପୃଷ୍ଠାକୁ ଓଲଟେଇ ଦେଖିଲା ବେଳକୁ ତା'ର ସୁନ୍ଦର ନୀଳ ଆଖିରେ ଭରି ଯାଉଥିଲା ମୁକ୍ତା ପରି ଲୁହ ଟୋପା । ଝାପ୍ସା ଦେଖାଯାଉଥିଲା ମୁହଁ ସବୁ ; ହେଲେ ଜୀବନ୍ତ ହେଇଯାଉଥିଲା ସ୍ମୃତି ।

        ଅଭିଙ୍କ ସହ ତା'ର ପ୍ରଥମ ସାକ୍ଷାତ ହେଇଥିଲା କଲେଜ ଫଙ୍କସନ୍‌ରେ । ସେତେବେଳେ ଅଭି ଥିଲେ +୩ ଶେଷ ବର୍ଷର ଛାତ୍ର ; ସ୍ମିତା +୩ ପ୍ରଥମ ବର୍ଷରେ । କଲେଜର ସବୁଠାରୁ ଭଲ ଛାତ୍ର ଥିଲେ ସେ । ଆଉ ସେଥିପାଇଁ ସେଦିନ ତାଙ୍କୁ ମିଳିଥିଲା Student of the year ସମ୍ମାନ । ଅଭି କିନ୍ତୁ ଆଗରୁ ଜାଣି ଥିଲେ ସ୍ମିତାଙ୍କୁ । ସ୍ମିତାଙ୍କ କବିତାର ଦିଓ୍ଵାନା ଥିଲେ ସେ । ସେଦିନ ଖାଲି ଯାହା ଟିକେ କଥା ହେଇଥିଲେ।ତା'ପରେ ସେମାନଙ୍କର ଦେଖା ହେଇ ନଥିଲା । ସ୍ମିତା ତା' ପାଠପଢାରେ , ଆଉ ଅଭି ଚାକିରି ଖୋଜିବାରେ । ତା'ର ଠିକ୍ ୪ ବର୍ଷ ପରେ ହଠାତ୍ ଦିନେ ଅଭି ତା' ବାପା ମା'ଙ୍କ ସହ ଆସି ପହଞ୍ଚି ଥିଲେ ସ୍ମିତାଙ୍କ ଘରେ ବାହାଘର ପ୍ରସ୍ତାବ ନେଇ । ସେତେବେଳକୁ ଅଭି ପାଲଟି ଯାଇଥିଲେ ଲେଫ୍ଟେନେଣ୍ଟ୍ ଜେନେରାଲ ଅଭିମନ୍ୟୁ ଦାସ ।ଶ୍ରୀନଗରରେ ତାଙ୍କ ପୋଷ୍ଟିଙ୍ଗ ହେଇଥିଲା । ଏକଥା ଶୁଣି ସମସ୍ତେ ବହୁତ ଖୁସି ହେଇଥିଲେ । ହେଲେ ନିଜକୁ ନିଜେ ବିଶ୍ବାସ କରି ପାରୁନଥିଲେ ସ୍ମିତା ।ତଥାପି ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟେଇ ଶେଷରେ ସ୍ମିତା ଆଉ ଅଭିର ବାହାଘର ହେଇଥିଲା ।      

           ବାହାଘରର ୨/୩ ମାସ ଅଭି ଆଉ ସ୍ମିତା ହସ-ଖୁସିରେ ସମୟ ବିତେଇ ଥିଲେ । ତା ପରେ ଗୋଟେ ମେଲ୍ ପାଇ ସେ ବାହାରି ଗଲେ ନିଜ କର୍ମ କ୍ଷେତ୍ରକୁ । ତା'ପରର ୨ ବର୍ଷ ଅଭିଙ୍କ ବିନା କେମିତି କଷ୍ଟରେ କଟିଲାଣି ସେ କଥା କେବଳ ସ୍ମିତାଙ୍କୁ ହିଁ ଜଣା । ଅତୀତର ସ୍ମୃତିକୁ ରୋମନ୍ଥନ କରୁ କରୁ ସମୟ କେତେ ହେଲାଣି ଜଣା ନାହିଁ । କବାଟରେ କାହାର ମୃଦୁ ଆଘାତର ସ୍ପର୍ଶରେ ଭାବନା ରାଜ୍ୟରୁ ଫେରି ଆସିଲେ । ଆଖିର ଲୁହକୁ ନିଜ ଲୁଗା କାନିରେ ପୋଛି ସେ କବାଟ ଖୋଲିଲେ  lସାମନାରେ ଠିଆ ହେଇଥିଲେ ଶାଶୁ ସୁଲୋଚନା ଦେବୀ । 
-ତଳକୁ ଆସ୍‌ ଖାଇବୁ । "ଭୋକ ନାହିଁ" କହି ସେ ଚୁପ୍ ରହିଲା । ହେଲେ ଶାଶୁଙ୍କ ଜିଦ୍ ଆଗରେ ହାର୍ ମାନି ବାଧ୍ୟ ହେଇ ତଳକୁ ଗଲା । ଅଭି ଗଲାଦିନରୁ ରିନି ଓ ସୁଲୋଚନା ଦେବୀ ନଣନ୍ଦ ଓ ଶାଶୁ ନୁହଁନ୍ତି, ସ୍ମିତାଙ୍କ ପାଇଁ ପାଲଟି ଯାଇଥିଲେ ବେନି ସାଙ୍ଗ । ସବୁ କଥାରେ ସ୍ମିତା ସହ ସେମାନେ ଥାଆନ୍ତି । ଆଜି ଅଭି ଆସିବାର ଖବର ବି ସେ ଶାଶୁମା'ଙ୍କୁ ଜଣେଇଲେ । ସମସ୍ତେ ଆଜି ପୂରା ଖୁସି।

        ସଂନ୍ଧ୍ୟାରେ ସମସ୍ତେ ମିଶି ନ୍ୟୁଜ୍ ଦେଖୁଥା'ନ୍ତି । ଅଚାନକ ଗୋଟିଏ ଦୁଃଖଦ ଖବରରେ ସମସ୍ତଙ୍କ ହୃଦସ୍ପନ୍ଦନ ବଢି ଯାଇଥିଲା।"ଶ୍ରୀନଗରରେ ଆତଙ୍କବାଦୀ ଓ ସେନା ମଧ୍ୟରେ ଗୁଳି ବିନିମୟ"।କିଛି ସମୟ ପାଇଁ ନିରବି ଗଲା ପୁରା ଦାସ ପରିବାରର ହସ ଖୁସିର ମାହୋଲ୍ । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଅଭି...! ନା ନା ସେମିତି କିଛି ହେଇନଥାଉ । ସ୍ମିତାର ପାଦ ତଳୁ ମାଟି ଖସିଗଲା ପରି ଲାଗିଲା । ସାଙ୍ଗେ ସାଙ୍ଗେ ସେ ଦଉଡି ଗଲା ଠାକୁର ଘରକୁ । ଚାହିଁଲା କଳା ଶ୍ରୀମୁଖର ସେ ଦୁଇ ଆଖିକୁ । ଓଠ ଖୋଲି କେବେ କିଛି ମାଗିନି ସେ ତାଙ୍କୁ । କାରଣ ସେ ଜାଣିଛି କଳା ଠାକୁର ପରା ମନର ଭାଷା ବୁଝନ୍ତି । ସେଥିପାଇଁ ସେ ଦୁଇ ବର୍ଷ ହେଲାଣି ସବୁଦିନ ଏଠି ଅଭିଙ୍କ ଶୁଭ ମନାସି କେତେ ଦୀପ ଜାଳିଛି । କେତେ ଓଷା-ବ୍ରତ କରିଛି । ଆଉ ଆଜି....... ହଠାତ୍ ଫୋନ୍ ରିଂ ଟୋନ୍ ଶୁଭିଲା । ସେ ଦଉଡି ଗଲା ରିସିଭ୍ କରିବାକୁ । ସେତେବେଳକୁ ରିନି ଫୋନ୍ ଉଠେଇ ସାରିଥିଲା । ହେଲେ କିଛି କହୁ ନଥିଲା ସେ । ନିର୍ବିକାର ଆଉ ସ୍ଥାଣୁ ପାଲଟି ଯାଇଥିଲା, ଆଉ ଆଖିରୁ ଝରି ପଡୁଥିଲା ଲୁହର ଧାର । ସ୍ମିତାକୁ ମିଳି ସାରିଥିଲା ରିନିଙ୍କ ନିରବତାର ଉତ୍ତର ।

          ସେଇଠି ଜଡ ପରି ବସି ପଡିଲେ ସ୍ମିତା । ଦଉଡି ଆସିଲେ ସୁଲୋଚନା ଆଉ ରିନି । ଲୋତକ ପୂର୍ଣ୍ଣ ନୟନରେ ସୁଲୋଚନା କୋଳେଇ ନେଲେ ସ୍ମିତାଙ୍କୁ ।କ'ଣ କହି ଶାନ୍ତ୍ବନା ଦେବେ ସେ ତାକୁ ? ତାଙ୍କ ମାତୃ ହୃଦୟର କୋହକୁ ରୋକି କେମିତି ବୁଝେଇବେ ସ୍ମିତାକୁ ? କିଛି ବୁଝି ପାରୁ ନ ଥିଲେ ସେ । ତାଙ୍କ ହାତର ସ୍ପର୍ଶରେ ହଠାତ୍ ଛୋଟ ପିଲା ପରି କାନ୍ଦି ଉଠିଲେ ସ୍ମିତା । ଘର ସାରା ଖେଳିଗଲା ଶୋକର ବାତାବରଣ । ସାହି ପଡିଶାରେ ଅଗ୍ନି ପରି ବ୍ୟାପି ଗଲା ଖବର । ଅଭି ଆତଙ୍କବାଦୀଙ୍କ ଗୁଳିରେ ନିହତ !!!

                   ତିନି ଦିନ ପରେ......

ଗାଁ ସାରା ଗହଳି ଲାଗିଛି । ସମସ୍ତଙ୍କ ଆଖିରେ ଲୁହ ଆଉ ସମସ୍ତଙ୍କ ମୁହଁରେ ଗୋଟିଏ ନାରା "ଶହିଦ୍ ଅଭିମନ୍ୟୁ ଅମର ରହେ"। ତିନି ଦିନ ହେଲାଣି ଦାସ ପରିବାରରେ ନା ଚୂଲି ଜଳିଛି ନା କାହା ଆଖିରୁ ଲୁହ ଶୁଖିଛି । ଆଉ ଆଜି......... ମିଲିଟାରି ଗାଡି ଆସି ଅଟକିଲା ଘରର ଦୁଆର ମୁହଁରେ । ସସମ୍ମାନେ ଅଣାଗଲା ଅଭିଙ୍କ ଶବକୁ । ସଭିଙ୍କ ଆଖିରେ ଲୁହ ଆଉ ଛାତିରେ କୋହ । ସ୍ମିତା ପୂରା ସ୍ଥାଣୁ ପରି ବସି ଥା'ନ୍ତି । ପାଖରେ ଥା'ନ୍ତି ସୁଲୋଚନା ଦେବୀ ଆଉ ରିନି । ଦାସ ବାବୁଙ୍କ କଥା ତ ନ କହିବା ଭଲ ।

    ଅଭି ଶରୀରକୁ ସୈନ୍ୟମାନେ ଆଣି ଘର ବାରଣ୍ତାରେ ରଖିଲେ । ଘୋଡା ହୋଇଥିବା ଧଳା ଚାଦରକୁ ଆସ୍ତେ କରି କାଢିଲେ ତାଙ୍କର ଜଣେ ସାଙ୍ଗ । ଖୁବ୍ ଜୋରରେ କାନ୍ଦି ଉଠିଲେ ସ୍ମିତା, ସୁଲୋଚନା ଦେବୀ ଆଉ ରିନି । କେମିତି ସହି ପାରିଥା'ନ୍ତେ ସେମାନେ ? ଜଣେ ମା' ଯିଏ ଦଶମାସ ଗର୍ଭରେ ଧରି ନିଜେ ମୃତ୍ୟୁର ଦ୍ଵାରରେ ଠିଆ ହେଇ ନୂଆ ଜୀବନକୁ ସାଉଁଟି ଆଣିଥିଲେ । ଜଣେ ଭଉଣୀ ଯିଏ ନିଜ ସୁରକ୍ଷାର ଭାର ଭାଇ ହାତରେ ଦେଇ ସବୁ ରାକ୍ଷୀ ପୂର୍ଣ୍ଣିମାରେ ବାନ୍ଧି ଦେଉଥିଲା ରେଶମୀ ସୂତାର ଡୋରଟିଏ । ଆଉ ଜଣେ ସ୍ତ୍ରୀ ; ଅଗ୍ନିକୁ ସାକ୍ଷୀ ରଖି ସାତଜନ୍ମ ପାଇଁ ସାଥି ହେଇ ଚାଲିବାର ପ୍ରତିଶୃତି ଦେଇ ଯାହାକୁ ନେଇ ଆସିଥିଲେ ନିଜ ଘରକୁ। ଆଉ ବାପା.....ତାଙ୍କ କଥା ନ କହିବା ଭଲ।ଯୋଉ ବାପା ଦିନେ ସ୍ଵପ୍ନ ଦେଖିଥିଲେ ନିଜ ପୁଅ କାନ୍ଧରେ ଶ୍ମଶାନକୁ ଯିବେ ବୋଲି ଆଜି ସେଇ ବାପା କାନ୍ଧରେ ଯାତ୍ରା କଲା ପୁଅ।ଅଦିନରେ ସମସ୍ତଙ୍କୁ ପର କରି ଚାଲିଗଲା କୋଉ ଏକ ଅଜଣା ଦୁନିଆଁକୁ।

              ଖୁବ୍ ଶାନ୍ତ ଭାବେ ଶୋଇଯାଇଥିଲେ ଅଭିମନ୍ୟୁ  l ଭାରତ ମାଆ ପାଇଁ ସହଦ
ହେଇଥିବାରୁ ତାଙ୍କ ମନରେ ଥିଲା ଆନନ୍ଦ।କିନ୍ତୁ ସେଇଟା ଥିଲା ଅନ୍ୟମାନଙ୍କ ପାଇଁ ଦୁଃଖର କାରଣ।ବାସ୍ କେଇ ଘଣ୍ଟାର ଶେଷ ଦର୍ଶନ ପରେ ଅଭିଙ୍କ ନିଷ୍ପାଣ ଶରୀରକୁ ନିଆଗଲା ଗାଁ ଶ୍ମଶାନକୁ।ରାଷ୍ଟ୍ରିୟ ମର୍ଯ୍ୟଦା ପରେ ଅଗ୍ନି ସଂଯୋଗ କରାଗଲା ତାଙ୍କ ପାର୍ଥିବ ଶରୀରରେ।କିଛି ସମୟର ପ୍ରତିକ୍ଷା ଆଉ ଶେଷରେ ପଞ୍ଚଭୂତରେ ବିଲୀନ ହେଇଗଲେ ଅଭିମନ୍ୟୁ।
ଏ ସବୁ ଚଳଚ୍ଚିତ୍ର ପରି ଭାସି ଉଠୁଥିଲା ସ୍ମିତାଙ୍କ ସମ୍ମୁଖରେ।ଆଖିରୁ ବହି ଚାଲିଥିଲା ଅମାନିଅା ଲୁହର ଧାର ଆଉ ଓଦା କରି ଚାଲିଥିଲା ପଣତ କାନିକୁ।ଆଜି ବି ଜୀବନ୍ତ ହେଇ ରହିଛି ଏ ସ୍ମୃତି ସବୁ ତାଙ୍କ ହୃଦ କନ୍ଦରରେ।ଆଜି ବି ତାଙ୍କ ଫୋଟ ଦେଖିଲେ ଲାଗେ ସେ ଯେମିତି କହୁଛନ୍ତି କାନ୍ଦୁଛ କାହିଁକି?କଥା ଦେଇଥିଲି ଫେରିବାକୁ ଫେରିଲି;ହେଇପାରେ ଜୀବନ୍ତ ନୁହଁ ତଥାପି ଫେରିଛି ନା ତୁମ ପାଖକୁ।ତୁମ ସ୍ମୃତି ହେଇ.....
ଭାଉଜ ଆସ ଯିବା।ଚେତନା ଫେରି ପାଇଲା ଆଉ ଫେରି ଆସିଲା ତା ଭାବନାରୁ।ବାଧ୍ୟ ଶିଶୁଟି ପରି ରିନି ପଛେ ପଛେ ତଳକୁ ଆସି ଗାଡିରେ ବସିଲା।
ନିବେଦିତା ମହାପାତ୍ର
ମୁକୁନ୍ଦ ମିଶ୍ର ନଗର,ଗୋପିନାଥ ପୁର,ପୁରୀ ଅଭି ଗଲା ଦିନରୁ ରିନି ଓ ସୁଲୋଚନା ଦେବୀ ନଣନ୍ଦ ଓ ଶାଶୁ ନୁହଁନ୍ତି ସ୍ମିତା ପାଇଁ ପାଲଟି ଯାଇଥିଲେ ସାଙ୍ଗ।ସବୁ କଥାରେ ସ୍ମିତା ସହ ସେମାନେ ଥାଆନ୍ତି।ଆଜି ଅଭି ଅାସିବାର ଖବର ବି ସେ ଶାଶୁମା'ଙ୍କୁ ଜଣେଇଲା।ସମସ୍ତେ ଆଜି ପୁରା ଖୁସି।
ସଂନ୍ଧ୍ୟାରେ ସମସ୍ତେ ମିଶି ନ୍ୟୁଜ୍ ଦେଖୁଥାନ୍ତି।ଅଚାନକ ଗୋଟିଏ ଦୁଃଖଦ ଖବରରେ ସମସ୍ତଙ୍କ ହୃଦସ୍ପନ୍ଦନ ବଢି ଯାଇଥିଲା।"ଶ୍ରୀନଗରରେ ଆତଙ୍କବାଦୀ ଓ ସେନା ମଧ୍ୟରେ ଗୁଳି ବିନିମୟ"।କିଛି ସମୟ ପାଇଁ ନିରବି ଗଲା ପୁରା ଦାସ ପରିବାରର ହସ ଖୁସିର ମାହୋଲ୍।ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଅଭି...!ନା ନା ସେମିତି କିଛି ହେଇନଥାଉ।
ସ୍ମିତାର ପାଦ ତଳୁ ମାଟି ଖସିଗଲା ପରି ଲାଗିଲା।ସାଙ୍ଗେ ସାଙ୍ଗେ ସେ ଦଉଡି ଗଲା ଠାକୁର ଘରକୁ।ଚାହିଁଲା କଳା ଶ୍ରୀମୁଖର ସେ ଦୁଇ ଆଖିକୁ।ଓଠ ଖୋଲି କେବେ କିଛି ମାଗିନି ସେ ତାଙ୍କୁ।କାରଣ ସେ ଜାଣିଛି କଳା ଠାକୁର ପରା ମନର ଭାଷା ବୁଝନ୍ତି।ସେଥିପାଇଁ ସେ ଦୁଇ ବର୍ଷ ହେଲାଣି ସବୁଦିନ ଏଠି ଅଭିଙ୍କ ଶୁଭ ମନାସି କେତେ ଦୀପ ଜାଳିଛି।କେତେ ଓଷାବ୍ରତ କରିଛି।ଆଉ ଆଜି.......
ହଠାତ୍ ଫୋନ୍ ରିଂ ଟୋନ୍ ଶୁଭିଲା।ସେ ଦଉଡିଗଲା ରିସିଭ୍ କରିବାକୁ।ସେତେବେଳକୁ ରିନି ଫୋନ୍ ଉଠେଇ ସାରିଥିଲା।ହେଲେ କିଛି କହୁନଥିଲା ସେ।ନିର୍ବିକାର ଆଉ ସ୍ଥାଣୁ ପାଲଟିଯାଇଥିଲା ଆଉ ଆଖିରୁ ଝରି ପଡୁଥିଲା ଲୁହର ଧାର।ସ୍ମିତାକୁ ମିଳି ସାରିଥିଲା ରିନିଙ୍କ ନିରବତାର ଉତ୍ତର।
ସେଇଠି ଜଡ ପରି ବସି ପଡିଲେ ସ୍ମିତା।ଦଉଡି ଆସିଲେ ସୁଲୋଚନା ଆଉ ରିନି।ଲୋତକ ପୂର୍ଣ୍ଣ ନୟନରେ ସୁଲୋଚନା କୋଳେଇ ନେଲେ ସ୍ମିତାଙ୍କୁ।କଣ କହି ସାନ୍ତ୍ବନା ଦେବେ ସେ ତାକୁ।ତାଙ୍କ ମାତୃ ହୃଦୟର କୋହକୁ ରୋକି କେମିତି ବୁଝେଇବେ ସ୍ମିତାକୁ।କିଛି ବୁଝି ପାରୁ ନ ଥିଲେ ସେ।ତାଙ୍କ ହାତର ସ୍ପର୍ଶରେ ହଠାତ୍ ଛୋଟ ପିଲା ପରି କାନ୍ଦି ଉଠିଲେ ସ୍ମିତା।ଘର ସାରା ଖେଳିଗଲା ଶୋକର ବାତାବରଣ।ସାହି ପଡିଶାରେ ଅଗ୍ନି ପରି ବ୍ୟାପିଗଲା ଖବର।ଅଭି ଆତଙ୍କବାଦୀଙ୍କ ଗୁଳିରେ ନିହତ!
ତିନି ଦିନ ପରେ......
ଗାଁ ସାରା ଗହଳି ଲାଗିଛି।ସମସ୍ତଙ୍କ ଆଖିରେ ଲୁହ ଆଉ ସମସ୍ତଙ୍କ ମୁହଁରେ ଗୋଟିଏ ନାରା "ଶହିଦ୍ ଅଭିମନ୍ୟୁ ଅମର ରହେ"।ତିନ ଦିନ ହେଲାଣି ଦାସ ପରିବାରରେ ନା ଚୁଲି ଜଳିଛି ନା କାହା ଆଖିରୁ ଲୁହ ଶୁଖିଛି।ଆଉ ଆଜି.........
ମିଲିଟାରି ଗାଡି ଆସି ଅଟକିଲା ଘରର ଦୁଆର ମୁହଁରେ।ସସମ୍ମାନେ ଅଣାଗଲା ଅଭିଙ୍କ ଶବକୁ।ସଭିଙ୍କ ଆଖିରେ ଲୁହ ଆଉ ଛାତିରେ କୋହ।ସ୍ମିତା ପୁରା ସ୍ଥାଣୁ ପରି ବସିଥାନ୍ତି।ପାଖରେ ଥାନ୍ତି ସୁଲୋଚନା ଦେବୀ ଆଉ ରିନି।ଦାସ ବାବୁଙ୍କ କଥା ତ ନ କହିବା ଭଲ।
ଅଭି ଶରୀରକୁ ସୈନ୍ୟମାନେ ଆଣି ଘର ବାରଣ୍ତାରେ ରଖିଲେ।ଘୋଡା ହୋଇଥିବା ଧଳା ଚାଦରକୁ ଆସ୍ତେ କରି କାଢିଲେ ତାଙ୍କର ଜଣେ ସାଙ୍ଗ।ଖୁବ୍ ଜୋର୍ ରେ କାନ୍ଦି ଉଠିଲେ ସ୍ମିତା,ସୁଲୋଚନା ଦେବୀ ଆଉ ରିନି।କେମିତି ସହି ପାରିଥାନ୍ତେ ସେମାନେ। ଜଣେ ମା ଯିଏ ଦଶ ମାସ ଗର୍ଭରେ ଧରି ନିଜେ ମୃତ୍ୟର ଦ୍ଵାରରେ ଠିଆ ହେଇ ନୂଅା ଜୀବନକୁ ସାଉଁଟି ଆଣିଥିଲେ। ଜଣେ ଭଉଣୀ ଯିଏ ନିଜ ସୁରକ୍ଷାର ଭାର ଭାଇ ହାତରେ ଦେଇ ସବୁ ରାକ୍ଷୀ ପୂର୍ଣ୍ଣିମା ରେ ବାନ୍ଧି ଦେଉଥିଲା ରେଶମୀ ସୂତାର ଡୋରଟିଏ।ଆଉ ଜଣେ ସ୍ତ୍ରୀ।ଅଗ୍ନିକୁ ସାକ୍ଷୀ ରଖି ସାତଜନ୍ମ ପାଇଁ ସାଥି ହେଇ ଚାଲିବାର ପ୍ରତିଶୃତି ଦେଇ ଯାହାକୁ ନେଇ ଆସିଥିଲେ ନିଜ ଘରକୁ।ଆଉ ବାପା.....ତାଙ୍କ କଥା ନ କହିବା ଭଲ।ଯୋଉ ବାପା ଦିନେ ସ୍ଵପ୍ନ ଦେଖିଥିଲେ ନିଜ ପୁଅ କାନ୍ଧରେ ଶ୍ମଶାନକୁ ଯିବେ ବୋଲି ଆଜି ସେଇ ବାପା କାନ୍ଧରେ ଯାତ୍ରା କଲା ପୁଅ।ଅଦିନରେ ସମସ୍ତଙ୍କୁ ପର କରି ଚାଲିଗଲା କୋଉ ଏକ ଅଜଣା ଦୁନିଆଁକୁ।
ଖୁବ୍ ଶାନ୍ତ ଭାବେ ଶୋଇଯାଇଥିଲେ ଅଭିମନ୍ୟୁ।ଭାରତ ମାଆ ପାଇଁ ସହିଦ ହେଇଥିବାରୁ ତାଙ୍କ ମନରେ ଥିଲା ଆନନ୍ଦ।କିନ୍ତୁ ସେଇଟା ଥିଲା ଅନ୍ୟମାନଙ୍କ ପାଇଁ ଦୁଃଖର କାରଣ।ବାସ୍ କେଇ ଘଣ୍ଟାର ଶେଷ ଦର୍ଶନ ପରେ ଅଭିଙ୍କ ନିଷ୍ପାଣ ଶରୀରକୁ ନିଆଗଲା ଗାଁ ଶ୍ମଶାନକୁ।ରାଷ୍ଟ୍ରିୟ ମର୍ଯ୍ୟଦା ପରେ ଅଗ୍ନି ସଂଯୋଗ କରାଗଲା ତାଙ୍କ ପାର୍ଥିବ ଶରୀରରେ।କିଛି ସମୟର ପ୍ରତିକ୍ଷା ଆଉ ଶେଷରେ ପଞ୍ଚଭୂତରେ ବିଲୀନ ହେଇଗଲେ ଅଭିମନ୍ୟୁ।
ଏ ସବୁ ଚଳଚ୍ଚିତ୍ର ପରି ଭାସି ଉଠୁଥିଲା ସ୍ମିତାଙ୍କ ସମ୍ମୁଖରେ।ଆଖିରୁ ବହି ଚାଲିଥିଲା ଅମାନିଅା ଲୁହର ଧାର ଆଉ ଓଦା କରି ଚାଲିଥିଲା ପଣତ କାନିକୁ।ଆଜି ବି ଜୀବନ୍ତ ହେଇ ରହିଛି ଏ ସ୍ମୃତି ସବୁ ତାଙ୍କ ହୃଦ କନ୍ଦରରେ।ଆଜି ବି ତାଙ୍କ ଫୋଟ ଦେଖିଲେ ଲାଗେ ସେ ଯେମିତି କହୁଛନ୍ତି କାନ୍ଦୁଛ କାହିଁକି?କଥା ଦେଇଥିଲି ଫେରିବାକୁ ଫେରିଲି;ହେଇପାରେ ଜୀବନ୍ତ ନୁହଁ ତଥାପି ଫେରିଛି ନା ତୁମ ପାଖକୁ।ତୁମ ସ୍ମୃତି ହେଇ.....
ଭାଉଜ ଆସ ଯିବା।ଚେତନା ଫେରି ପାଇଲା ଆଉ ଫେରି ଆସିଲା ତା ଭାବନାରୁ।ବାଧ୍ୟ ଶିଶୁଟି ପରି ରିନି ପଛେ ପଛେ ତଳକୁ ଆସି ଗାଡିରେ ବସିଲା।
ମୁକୁନ୍ଦ ମିଶ୍ର ନଗର,
ଗୋପିନାଥ ପୁର,ପୁରୀ
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।