3/06/2019

ଫେବୃୟାରୀ/ମାର୍ଚ୍ଚ ମାସର ଫଳାଫଳ

ପ୍ରିୟ ବନ୍ଧୁ,
ସାଦର ପ୍ରଣାମ  । ଆପଣମାନଙ୍କର ଲେଖା କେବଳ ଉଦୟ ଭାନୁ ପରିବାରକୁ ପରିପୁଷ୍ଟ  କରି ନାହିଁ ବରଂ ସମାଜକୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଅନେକ ଦିଗହରା ବାଟୋଇମାନଙ୍କ ପାଇଁ ପଥ ପ୍ରଦର୍ଶକ ସାଜିଛି  । ତେବେ   ବହୁତ ଦୁଃଖ ଲାଗୁଛି, ଆମ ପରିବାରର ନାରାୟଣ ଭାଇ ଏବଂ ବୈଜୟନ୍ତୀ ଭଉଣୀ ନିୟମିତ  ଇ-ପ୍ରତିଯୋଗିତାରେ ସାମିଲ ହେଲେ ମଧ୍ୟ ଅନ୍ୟମାନେ ଅଂଶ ଗ୍ରହଣ ନ କରିବା ଅତ୍ୟନ୍ତ ପରିତାପର ବିଷୟ ଅଟେ  । ଅନ୍ୟମାନେ ଏଥିରେ ଅଂଶ ଗ୍ରହଣ କରିବା ସହିତ ଆମକୁ ଉତ୍ସାହିତ କରିବେ,ଆମର ଆଶା ଏବଂ ସବିନୟ ଅନୁରୋଧ  ।
ଉଦୟ ଭାନୁ ଫେବୃୟାରୀ ମାସର ମାସିକ ଫଳାଫଳ
୧. ଦୁଭାର୍ଗ୍ୟ (ଗଳ୍ପ)-ଚତୁର୍ଭୁଜ ସାହୁ
୨. ଗପଟିଏ କିଛି ବ୍ୟଥାର (ଗଳ୍ପ)- ଅରୁଣା କର ମହାପାତ୍ର
୩. ଜୀବନର ସତ୍ୟତା(କବିତା)-ସରିତା ମହାନ୍ତି
୪. ଦରଫୁଟା କଢୀ(କବିତା)-ପୁଷ୍ପଲତା ମହାପାତ୍ର
୫. ଆଜି ମୁଁ ପାଉନି ଖୋଜି (କବିତା)-କଣ୍ଡୁରୀ ଚରଣ ରାଉତ
ଉଦୟ ଭାନୁ ଇ-ପ୍ରତିଯୋଗିତାର ଫଳାଫଳ
୧. ରତ୍ନହାର ( ଶହୀଦ ମନୋଜ ବେହେରାଙ୍କ ବିଷୟରେ ଏକ କାହାଣୀ )-ସୌମ୍ୟ ରଂଜନ ଦାସ,ବଲାଙ୍ଗୀର 
୨. କ୍ରାନ୍ତିର ଅନ୍ୟ ନାମ ଭଗତ- ନାରାୟଣ ସେନାପତି,କେନ୍ଦୁଝର 
୩. ଛୁଆ ଗୋଟିଏକୁ ଗଛ ଗୋଟିଏ-ବୈଜୟନ୍ତୀ ସାହୁ  

ବିଶେଷ ସୂଚନା- ଯାତ୍ରା କଳାକାର ରାନୀ ପଣ୍ଡାଙ୍କ ଆଇଟମ୍ ନୃତ୍ୟର ଏକ ବିତର୍କିତ ବିଷୟରେ ଏକ ଇ ପ୍ରତିଯୋଗିତା ହୋଇଥିଲା । ତେବେ  ନିୟମାନୁଯାୟୀ ପୂର୍ବ ଲେଖିଲା/ଲେଖକଙ୍କ ବିଷୟ ଗୁଡିକୁ ନିର୍ବାଚିତ ହୋଇ ନ ପାରିବାରୁ ,ନବାଗତମାନଙ୍କ ଲେଖା  ଲେଖାର କଳେବର ଏବଂ ତଥ୍ୟା ବିହୀନ ହେତୁ ବିଚାରଯୋଗ୍ୟ ହୋଇ ନଥିଲା  । ଆଶା ସେମାନେ ଭବିଷ୍ୟତ ପାଇଁ ଯତ୍ନବାନ ହେବେ  । ତେଣୁ ଉକ୍ତ ସପ୍ତାହର  ଇ-ପ୍ରତିଯୋଗିତାର ଫଳାଫଳକୁ ସ୍ଥଗିତ କରାଗଲା  । 
ଫେବୃୟାରୀ/ମାର୍ଚ୍ଚ ମାସର ଫଳାଫଳ
Please Click on Above Link to download result.
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।