ବାହୁନି ବାହୁନି ଭାରତୀ ଜନନୀ
କାନ୍ଦୁଛି ଫଟାଇ କଣ୍ଠ
ନକର ଶୟନ ବୀର ପୁତ୍ରଗଣ
ଆଳସ୍ୟ ବରଜି ଉଠ । ୧
ନିଦ୍ରା ପରିହରି ତଳ୍ପ ତ୍ଯାଗ କରି
ବେଗେ ଧର ବୀର ବେଶ
ଆତଙ୍କ କମାଣ କଲାଣି ଗର୍ଜନ
ନହୁଅ ଆଉ ଅବଶ । ୨
ଅସ୍ତ୍ରର ଝଙ୍କାର ତୋପର ଟଙ୍କାର
ବୋମା ତୁମୁଳ ଶବଦ
ଫଟାଉଛି କାନ ଉଠ ପୁତ୍ରଗଣ
କରେ ଧର ଅସ୍ତ୍ର ପିନ୍ଧି ଯୁଦ୍ଧ ବସ୍ତ୍ର
ଦେଇ ସମର ହୁଙ୍କାର
ସତ୍ଯର ବିଜୟ ପାଇଁ ଦିଅ ଲୟ
ଗଡ଼ାଅ ଶତ୍ରୁର ଶିର । ୪
ଅସ୍ତ୍ରର ଜବାବ ଅସ୍ତ୍ରରେ ହିଁ ଦେବ
ନୋଇଁବ ନାହିଁ ଆନନ
ବଳବେଗ ନେଇ ଯାଅ ତୁମେ ଧାଇଁ
ମାଡ଼ି ଆସନ୍ତି ସଇନ । ୫
ଯେତେ ପରକାରେ ଜନନୀ ହକାରେ
ଆଉ କି ଉଠନ୍ତି ପୁତ
କୋଳ ଶୂନ୍ଯ କରି କଲେ ହତଶିରୀ
କାନ୍ଦଇ ଭାରତୀ ମାତ । ୬
ବୀରଙ୍କ ମହାପ୍ରୟାଣେ
ତରୁ-ଲତା-ତୃଣ କରନ୍ତି ରୋଦନ
ଛାଡ଼ି ଗଲେ ବୀର କେଣେ । ୭
ଆମ ଏ ଦେଶର ଭାରତ ମାଟିର
ଚିର ଜାଗ୍ରତ ପ୍ରହରୀ
ଘେନ ଶତବାର ସଲାମ ଆମର
ସ୍ନେହ ପ୍ରେମର ପୂଜାରୀ । ୮
ଜୟ ସାହିତ୍ୟ, ଜୟ ସମାଜ



No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।