ଅନୁପ କୁମାର ଦଳବେହେରା
ଗାଁ ସାରା ଲୋକ ଭର୍ତ୍ତି ଶୋରିଷଟିଏ ବୁଣିବା ପାଇଁ ମଧ୍ୟ ଯାଗାଟିଏ ନାହିଁ। କିନ୍ତୁ ଏ ଗହଳି କୌଣସି ପର୍ବପର୍ବାଣୀ ର ନଥିଲା, ନଥିଲା କୌଣସି ସୁଖଦ ମୁହୂର୍ତ୍ତ ର କି ବିବାହ ଭୋଜିର ଥିଲା ଏକ ଦୁଃଖଦ ବେଳାର। ଯାହାକୁ ଦେଖିଲି ସମସ୍ତଙ୍କ ଆଖିରେ ଲୁହ ଓଠ ଥରି ଯାଉଥିଲା ରୁଣ୍ଡ ହୋଇଥିବା ମଣିଷ ମାନଙ୍କର। ଯବାନ ହମାରା ଅମର ରହେ ର ନାରା ଲାଗିଥିଲା। ପଡୁଥିଲା ହୁଳୁହୁଳି ଆଉ ବାଜୁଥିଲା ଶଙ୍ଖଧ୍ୱନୀ। ଆତ୍ମହରା ହୋଇଯାଉଥିଲା ମନ।
ଧିରେ ଧିରେ ଭିଡଭିତରୁ ଯାଇ ପହଞ୍ଚିଲି। ରଘୁନାଥ ଭୂୟାଁ ମଉସାଙ୍କ ଘରେ। ଦମ୍ଭ ସହକାରେ ବସିଥିବା ସରଳ ମଣିଷଟି ମୋତେ ଦେଖି ହଠାତ୍ ଉଠି ପଢିଲେ ଆଉ ମୋତେ ଜାକିଦେଇ ଛୋଟ ଛୁଆଙ୍କ ଭଳି କାନ୍ଦିବାକୁ ଲାଗିଲେ। ତାଙ୍କୁ ସାନ୍ତ୍ୱନା ଦେଇ ବସାଇଲି। କଣ ହୋଇଛି ବୋଲି ବୁଝିଲି ମଉସାଙ୍କ ଠାରୁ ମୋତେ ଗୋଟେ ଚିଠି ବଢେଇ ଦେଇ ଥମ କରି ବସିପଡିଲେ ମଉସା। ଚିଠିଟିକୁ ଧରିଲି ମନରେ ଅନେକ ଆଶଙ୍କା।ଚିଠି ଖୋଲି ଦେଖିଲି--------
ବାପା ମୋର ପ୍ରଣାମ ନେବେ। ଆଶା କରୁଛି ଆପଣ ମାନେ ଭଲରେ ଥିବେ। ମୁଁ ଏଇ ମାସ ଶେଷ ଆଡକୁ ଛୁଟିରେ ଘରକୁ ଫେରିଛି। ବୋଉ ଆଉ ତୁମକୁ ନିରାଶ କରିବିନି ଏକ ମାସ ଛୁଟିରେ ଯାଉଛି। ବାପା ତୁମେ ବ୍ୟସ୍ତ ହେବନି ତୁମ ପୁଅ ସିନା ତୁମ କଥା ନମାନି ଏହି ଚାକିରିକୁ ପସନ୍ଦ କଲା ଏଥିରେ ସେ ବହୁତ ଖୁସି ଆଉ ଗର୍ବ ଅନୁଭବ କରୁଛି। ବୋଉଙ୍କୁ କହିବେ ମନଦୁଃଖ କରିବନି। ତା ପୁଅ ସିନା ତା ପଣତ କୋଳ ଛାଡି ଚାଲି ଆସିଛି ଏଠି ସେ ଆମ ସମସ୍ତଙ୍କ ମା ର ସେବା କରୁଛି। ବାପା ବୋଉର ଯତ୍ନ ନେଉଥିଲେ। ମୁଁ ଏଇ ମାସ 23 ତାରିଖରେ ଏଠୁ ବାହାରିବା। ରହୁଛି
ଇତି ଆପଣଙ୍କ ପୁଅ-କାହ୍ନା
ମୁଁ କିଛି ବୁଝିବା ଆଗରୁ ମୋ ଆଖି ମାମ୍ନାରେ ଆସି ପହଞ୍ଚି ସାରିଥିଲା ମୋ ସାଙ୍ଗର ଶବ।ଏଇ ତ ଚିଠି ଆସି ପହଞ୍ଚିବାର କିଛି ଘଣ୍ଟା ହୋଇନି ଆଉ ଶବ ଆସି ପହଞ୍ଚିଗଲା। ଶହ ଶହ ଫୌଜି ଭାଇ ମାନଙ୍କ ସାଥିରେ। "କୃଷ୍ଣ ପ୍ରସାଦ ଅମର ରହେ" ର ଧ୍ୱନି ରେ ପ୍ରକମ୍ପିତ ହେଉଥିଲା। କଫିନ ଉପରେ ଲୋଟି ପଡିଲେ ଦୁଇଟି ବୃଦ୍ଧା ବାପା ମା, ତାଙ୍କ ଆତ୍ମ ଚିତ୍କାର ଶୁଣିବା ଥିଲା ବହୁତ କଷ୍ଟ। ଜଣେ ଅନ୍ତଫାଡି ଜନ୍ମ ଦେଇଛି ଆଉ ଜଣେ ବିପଦ ଆଗରୁ କାନ୍ଧରେ ବସାଇ ଦେଇଛି। ରଘୁନାଥ ମଉସା ଚିତ୍କାର କରି କହୁଥିଲେ ମୋତେ କ୍ଷମା କରିଦେବୁରେ ପୁଅ। ଏଇ ବିପଦ ଆସିବା ଆଗରୁ ତୋତେ କାନ୍ଧକୁ ଉଠାଇ ପାରିଲି ନାହିଁ। ସତରେ ସେ ଦୃଶ୍ୟଥିଲା ଅତି ନିଦାରୁଣ। ଗାଁ ସାରା କେବଳ ଶୋକର ଛାୟା ସମସ୍ତଙ୍କ ଆଖିରେ ଲୁହ କାନ୍ଦ ବୋବାଳିରେ ସେଦିନ ଭାଙ୍ଗି ପଡୁଥିଲା ମୋ ଗାଁ।
ମୋର ମନେ ଅଛି ଏଇ ସାଙ୍ଗକୁ ମୁଁ ପଚାରିଥିଲି କଣ କରିବାରେ ଭବିଷ୍ୟତ ରେ। କୋଉ IAS ପରୀକ୍ଷା ପାଇଁ ପ୍ରସ୍ତୁତ ହୁଅ। ସେ କିନ୍ତୁ କହିଥିଲା ନା ମୁଁ ଫୌଜି ହେବି। ସୀମାରେ ରହି ମୋ ଦେଶର ସେବା କରିବି। ମୁଁ ତାକୁ ଥଟ୍ଟାରେ କୁହେ କଣ ଲାଭ କହ ଶଳା ମରିଯିବା କିଛି ଲାଭ ହେବନି। କିଛି ଘଣ୍ଟା ପାଇଁ ଚର୍ଚ୍ଚା ହେବ ଆଉ କିଛି ନାହିଁ। କିନ୍ତୁ ତା ଯୁକ୍ତି ଥିଲା ବଡ ନିଆରା।
--- ଭାଇ ଶହୀଦ ହେବି ତ ମୋ ଦେଶପାଇଁ ହେବି। ମୁଁ ମରିଗଲା ପରେ ଯୋଉ ୧୮ ତୋପ ସଲାମୀ ମିଳିବ ତା ଠାରୁ ଗର୍ବର ବିଷୟ ମୋ ପାଇଁ କିଛି ନାହିଁ। ଅତି ଶାନ୍ତିରେ ଏଇ ମା କୋଳରେ ଶୋଇ ପାରିବି।
----- ଆଉ ତୋ ବାପା ମା ଙ୍କ କଥା କେବେ ଭାବିଛୁ ତୁ ଗୋଟିଏ ବୋଲି ପୁଅ ତାଙ୍କର ତୋ ପରେ ତାଙ୍କ ଅବସ୍ଥା କଣ ହେବ।
--- ମୋ ପରେ ତାଙ୍କ ଦାୟିତ୍ୱ ସରକାର ବୁଝିବେ। ଯାହା ମିଳିବ ସେଥିରେ ସେ ବାକି ଜୀବନ କାଟି ନେବେ। ସେମାନେ ପରା ମୋଠୁ ଅଧିକ ଦୁନିଆ ଦେଖିଛନ୍ତି। ମୋ ଠାରୁ ତାଙ୍କ ଧର୍ଯ୍ୟ ଅଧିକ। ସେମାନେ ବୁଝି ଯିବେ।
---- କି ଶାନ୍ତିରେ କିଛି ନାହିଁ। କେହି କିଛି ବୁଝିବେନି
ଆଉ ଆଜି ତାହା ସତ ହୋଇ ଯାଇଛି ଏଇ ଶହୀଦ କୃଷ୍ଣଚନ୍ଦ୍ର ଭୂୟାଁ ର ଜୀବନରେ। ତୋପ ସଲାମୀରେ ସମ୍ପର୍ଣ୍ଣ ହୋଇଛି ତା ମରଶରୀରର କାର୍ଯ୍ୟ। ଶହୀଦ ହୋଇ ସେ ଆଜି ହୋଇ ଯାଇଛି ଅମର। ଆଉ ତା ଜୀବନର ଶେଷ ଅଭିଳାଷା ପୂର୍ଣ୍ଣ ହୋଇଛି ଏଇ ତୋର ସାଥିରେ। ସତରେ କାହ୍ନା ଭାଗ୍ୟରେ ଥିଲେ ଏଇ ମା କୋଳରେ ଶୋଇ ଏଭଳି ସମ୍ମାନ ମାଳଇ। ତୁ ମରିବି ଜୀବିତ ଅଛୁ ଶହୀଦ ହୋଇ। ଜୟ ଯବାନ ଜୟ ଭାରତ। ମୋ ଭାରତ ମହାନ। ଏତିକି ରେ ଥିଲା ମୋ ଆଖିରେ କେବଳ ଲୁହ।
ଜୟ ସାହିତ୍ୟ, ଜୟ ସମାଜ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।