ବିରଞ୍ଚି ନାରାୟଣ ମଲ୍ଲିକ
ଶାନ୍ତିର ମହତ୍ତ୍ୱ ବ୍ୟର୍ଥ ତା' ପ୍ରୟାସ
ନବୁଝେ ଜହ୍ଲାଦ ନର
ମଣିଷ ରକତେ ଖେଳୁଥାଏ ହେଲି
ଦିଏ ମ୍ରୁତ୍ୟୁ ଉପହାର
ଭାତ୍ରୁ ଭାବ ପ୍ରୀତି ମୈତ୍ରୀ ସ୍ଥାପନାଟି
ତା' ଲାଗି ପାଣିର ଗାର
ଅଲୋଡା ପାଲଟେ ଶାନ୍ତି-ମୈତ୍ରୀ ଭାବ
ଧୋକା ଦିଏ ବାରମ୍ବାର
କୁକୁର ଲାଙ୍ଗୁଳ ନଳରେ ଭରିଲେ
ମିଳେକି ସୁଫଳ ତା'ର
ଯେଉଁଠାରେ ନାହିଁ ଶାନ୍ତି-ଦୟା ଭାବ
ଦେଶଦ୍ରୋହୀ ଯେତେ ଦେଶରେ ଅଛନ୍ତି
ପ୍ରଥମେ ସାବାଡ କର
ଗଧର ପିଠିରେ ବସାଇ ବୁଲାଅ
ଠିଆ ଠିଆ ଗୁଳି କର
ମୋ ଦେଶ ମହତ ନିଅ ପ୍ରତିଶୋଧ
ଶାନ୍ତି ପାଉ ଆତ୍ମା ତା'ର
ଶାନ୍ତି ପାଉ ଆତ୍ମା ତା'ର
ଯେସାକୁ ତେସାର ନୀତିକୁ ଆଦରି
ଶତ୍ରୁକୁ ସଂହାର କର
ଅହିଂସା ନୀତିକୁ ଜାବୁଡି ଧରିଲେ
ମରୁଥିବା ବାର ବାର
ଛୋଟିଆ ଭୂଖଣ୍ଡ ଭାଙ୍ଗି ତା' ବହପ
ଠିକଣା ହଜାଅ ତା'ର
ସିଂହ ପରି ତୁମେ ଝପଟି ଯାଅରେ
ପ୍ରାଣ ନାଶ ଶୃଗାଳର
ସନ୍ତାନେ ସୁମରୀ କାନ୍ଦୁଛି ଗୁମୁରି
ଶହୀଦ ଯବାନ ବୀର
ଭାରତ ମାତାର ଶାନ୍ତିର କପୋତ
ଝରାଉଛି ଲୁହ ଧାର
ପାଟେଳି ,ନିଆଳି କଟକ
ଜୟ ସାହିତ୍ୟ, ଜୟ ସମାଜ

Beautiful poem like this
ReplyDelete