ଡକ୍ଟର ଲକ୍ଷ୍ମଣ ସାହୁ
ମୃତ୍ୟୁକୁ ଅପେକ୍ଷା କରି ଦିନ ଗଣୁଥିବା ବେଳେ
ରାମ ନାମ ସତ୍ୟ ହେ
ରାମ ନାମ ସତ୍ୟ ହେ
ଉଂଚରଣେ, ବୃଦ୍ଧଦେବ
ଚାହିଁ ଥାଏ ,
ଏକ ବିକଳ ଚାହାଁଣିରେ ।
ଜରା, ବ୍ୟାଧି ବିକ୍ଷିପ୍ତ ଜୀବନରେ
ଏକ ବିକଟିଆ ଭାବନାରେ
ପୁଣି ବଞ୍ଚିବାର ମୋହ
ଅକସିଜନ୍ ଲାଗିଥିବା
ରୋଗୀଟିର ଆଖି ପଲକରେ
ଜୀବନ ଯାଆସ କରୁଥିବା
କ୍ଷୀଣ ନିଶ୍ଵାସରେ
ସମସ୍ତେ ଚଞ୍ଚଳ
ଡାକ୍ତର ନର୍ସ ଧାଁଧପଡ଼ରେ
ଏଠି ମା`କୋଳରୁ
ନବ ଜାତ ଶିଶୁ ହଜିଯାଏ
ବିଦଗ୍ଧା ଧରିତ୍ରୀ
ବିଷଣ୍ଣ ପାଣ୍ତୁର
ପାଷାଣି,ମୂକ, ବଧିର
ଆଖିର ଲୁହ ସୁଖିଯାଏ ।
ଶିଶୁ, ଭେଣ୍ଢା, ବୃଦ୍ଧ
ରୋଗ ଶର୍ଯ୍ଯାବିଛଣାରେ
ଦିନ ଗଣୁଥାନ୍ତି ,
ନବ ଜନ୍ମ, ପୁର୍ନଜନ୍ମ
ପ୍ରତୀକ୍ଷାରେ !
ସକଳେ ତତ୍ପର ଏଠି
ମୃତ୍ୟୁର ସନନ୍ଦ,
ପୁଣି ମରୁ ମରୁ
ବଞ୍ଚି ଯାଇଥିବା ବୃଦ୍ଧ
ଦନ୍ତ ହୀନ ଶ୍ଳେଥା
ମୁଖରେ, ଚେନାଏ ହସ
ଖେଳି ଯାଉଥିଲା
ହାତ ଯୋଡ଼ି
ଥର ଥର କଣ୍ଠରେ
କହୁଥିଲା,
ତମେ ମୋ ଭଗବାନ
ଫେରାଇ ଦେଲ
ମୋର ଆୟୁ
ତମର ସେ
ହାତର ସ୍ପର୍ଶରେ
ତମ ଚମତ୍କାର
ଯାଦୁ ମନ୍ତ୍ରରେ
ନିର୍ବାକ୍ ଚାହାଣିରେ ,
ବୁଦ୍ଧଦେବ
କେବଳ ଚାହିଁ ଥାଏ,
ବଡ଼ କରୁଣ ଭାବରେ ।
ଏଇତ ମିଛ ଦୁନିଆରେ
ଜନ୍ମ ମୃତ୍ୟୁର ଖେଳ
ଚାଲିଥାଏ, ଚାଲିଯାଏ
ଶିଶୁ ଅଫେରା ଗ୍ରହକୁ,
ଆଉ ବଞ୍ଚିଥିବା ବୃଦ୍ଧ
ଏ ସୁନ୍ଦର ପୃଥିବୀକୁ
ହାତ ଯୋଡେ
ଅଜଣା ଅଦୃଶ୍ୟ
ଈଶ୍ଵର ପାଖରେ !!
ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ,
କଟକ-୪,ଦୂରଭାଷ : ୯୪୩୭୭ ୪୦୮୦
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।