ପଦ୍ମାଳୟା ମିଶ୍ର
ଏଇ ମୋ ଭାରତ ମାଟି
ପ୍ରେମର ଧରଣୀ ଲହୁ ବୋହିଲାଣି
ତଥାପି ବାଣ୍ଟଇ ପ୍ରୀତି ।
ନିତି ପ୍ରତିଦିନ କରେ ହୀନିମାନ
ଶତୃର କପଟ ବୁଦ୍ଧି
ସମ୍ମୁଖେ ନଲଢ଼ି ପଛୁ ଦିଏ ବାଡ଼ି
କୁହ ଦେବା କି ଉପାଧି ।
ନୃଶଂସ କହିବା ଅଲାଜୁକ ଅବା
ଅବା ବେଇମାନ ଦୁଷ୍ଟ
ବଢୁଛି ପ୍ରତ୍ୟହ ପରାଜୟ ଭୟ
ତେଣୁ ମାରେ ଲୁଚି ଚୋଟ ।
ଆମର ସୈନିକ ବୀର ଓ ନିର୍ଭୀକ
ଏଥିରେ ଦ୍ବିମତ ନାହିଁ
ବଇରି ପଡୋଶୀ ଲୁଚି ଛପି ପଶି
କାଣ୍ଡ କରେ ଏତେ କାହିଁ ।
ବୀରତ୍ବର ଗୀତ ଗାଇ ଗାଇ ସେ ତ
ଯାଉଥିଲେ ଆନନ୍ଦରେ
ଶତୃ ନପୁଂସକ କ୍ଷତି ବିନାଶକ
ଘଟାଇଲା ସଡକରେ ।
ସମର କଳାରେ ନିପୁଣ ଜାଣିରେ
ଲୁଚକାଳି ଖେଳ ଖେଳେ
ହାର ସୁନିଶ୍ଚିତ ଜାଣିଛି ସେହିତ
ସମ୍ମୁଖେ ଯେବେ ଲଢ଼ିଲେ ।
ମାଟି ମାଆ କାନ୍ଦେ ବିଶ୍ବ ବି ତ ନିନ୍ଦେ
ଏକ ସ୍ୱର ଯେ ଉଠଇ
ବହୁ ହେଲା କଥା ଶାନ୍ତି ମୈତ୍ରୀ ବାର୍ତ୍ତା
ହୋଇଯାଉ ତ ଲଢେଇ ।
ଆତଙ୍କର ଛାୟା ନଷ୍ଟ ହେଉ କାୟା
ତାପରେ ଫେରିବ ଶାନ୍ତି
ସଲାମ ଶହୀଦ ଚକ୍ରବ୍ୟୁହ ଭେଦ
ଶତୃର ଭାଙ୍ଗ ହେ ଭ୍ରାନ୍ତି ।
ଅମର ଯେ ବୀର ମୃତ୍ୟୁ ନାହିଁ ତାର
ଆତ୍ମା ଜଗେ ସରହଦ
ଲୁହ ଝରୁଅଛି ହୃଦୟ ଥରୁଛି
ତୁଣ୍ଡେ ସଲାମ ଶହୀଦ ।।ସମ୍ପାଦିକା- ହରିବୋଲ ହୁଳହୁଳି
ଚୁଡଙ୍ଗ ସାହି, ପୁରୀ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।