3/06/2019

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶ୍ରଦ୍ଧା ସୁମନାର୍ପଣ

ମନୋଜ କୁମାର ପଣ୍ଡା
ଉତ୍କଳଗୌରବ ମଧୁସୂଦନ "ମଧୁବାବୁ" ମଧୁବାରିଷ୍ଚର ନାମରେ ଓଡିଶାର କୋଣ ଅନୁକୋଣରେ ରେ ପରିଚିତ।ସୁପ୍ତ ଓଡି଼ଆଙ୍କୁ ଜାଗ୍ରତ କରାଇବାରେ ତାଙ୍କର ଅସୀମ ଧୈର୍ଯ୍ଯ ଶେଷରେ ସଫଳତା ଆଣି ଦେଇଥିଲା।ମନରେ ଅସୀମ ସାହସ ଓ ସ୍ପର୍ଦ୍ଧା ଲାଗି ଓଡି଼ଶାର ଜନମାନସରେ ସେ ଥିଲେ ଏକ ମାର୍ଗଦର୍ଶୀ ଆଦର୍ଶ ବର୍ତ୍ତୀକା।ସହର ଠାରୁ ଗାଁ ସବୁରି ମନକୁ ପ୍ରଭାବିତ କରିପାରିଥିଲା ତାଙ୍କର ଅମ୍ଳାନ ବ୍ଯକ୍ତିତ୍ବ।ପ୍ରତ୍ଯେକ ଓଡିଆଣୀ  ମା'  ପିଲାମାନଙ୍କୁ ଛୋଟବେଳୁ କହିଥାନ୍ତି-- 
                          "ପାଠ ପଢି଼ବୁ, 
                    କାଳିଆ ଘୋଡ଼ାରେ ଚଢ଼ିବୁ, 
                     ମଧୁବାବୁ ସଙ୍ଗେ ଲଢିବୁ।"

         ଉତ୍କଳର ପଢୁଆ/ଲଢୁଆ ବ୍ଯକ୍ତିତ୍ବ 'ମଧୁବାବୁ' ୧୯୪୮ମସିହା,୨୮ ଏପ୍ରିଲରେ କଟକ ଜିଲ୍ଲାର ସତ୍ଯଭାମାପୁର ଗ୍ରାମରେ ଜନ୍ମନେଇଥିଲେ।ସେ କେବଳ ପିତା ରଘୁନାଥ ଦାସ/ମାତା ପାର୍ବତୀ ଦେବୀଙ୍କର ସୁଯୋଗ୍ଯ ସନ୍ତାନ ନଥିଲେ ବରଂ ସାରା ଓଡି଼ଶାର ଗର୍ବ/ଗୌରବ/ଜାଗରଣର ମୂର୍ତ୍ତୀମନ୍ତ ଅବତାର ଥିଲେ।କଲିକତାରେ ଓକିଲାତି କରିବା ସମୟରେ ଦୁଃସ୍ଥ/ନିରକ୍ଷର ଉତ୍କଳୀୟଙ୍କ ପାଇଁ ତାଙ୍କର ପ୍ରାଣ କାନ୍ଦୁଥିଲା।କଲିକତା ଛାଡ଼ି ସେ ଓଡ଼ିଶା ହାଇକୋର୍ଟରେ ଓକିଲାତି କଲେ।ସେ ଥିଲେ ପ୍ରଥମ ଓଡି଼ଆ ଓକିଲ।ନିଷ୍ଠା/ଜାତୀୟତାବାଦ ତାଙ୍କ ଧମନୀରେ ରକ୍ତକଣିକା ସହ ମିଶି ରହିଥିଲା ଯେପରି।ବିକ୍ଷିପ୍ତ ଉତ୍କଳକୁ ଏକତ୍ରିତ କରିବାକୁ ସେ ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା କରିଥିଲେ।ଏହି ସମ୍ମିଳନୀର ପ୍ରଥମ ଅଧିବେଶନ( ୧୯୦୩ ମସିହା ୩୦/୩୧ଡିସେମ୍ବର) ରେ ପ୍ରତିଟି ଉତ୍କଳୀୟଙ୍କୁ ତାଙ୍କର ଆହ୍ବାନଥିଲା-----
                ଏହି ସମ୍ମିଳନୀ  ଜାତି ପ୍ରାଣ-ସିନ୍ଧୁ 
                       କୋଟି ପ୍ରାଣବିନ୍ଦୁ ଧରେ
                 ତୋର ପ୍ରାଣବିନ୍ଦୁ  ମିଶାଇ ଦେ ଭାଇ
                       ଡେଇଁପଡ଼ି ସିନ୍ଧୁନୀରେ।

     ଏହି ଯୋଗଜନ୍ମା ମହାପୁରୁଷ ସବୁବେଳେ ନିଜର ସ୍ବୀର୍ଥତ୍ଯାଗ/ସ୍ବାଭିମାନ ରେ ବିଶ୍ବାସ କରୁଥିଲେ।ତେଣୁ ସବୁବେଳେ କହୁଥିଲେ ---
                           "ଆଲୋ ସଖୀ,
                    ଆପଣା ମହତ ଆପେ ରଖି।"

       ଆମେମାନେ କେତେଦୂର  ଆପଣା ମହତ ରଖି ପାରିଛେ ?ସ୍ବାର୍ଥକୁ ଆପଣେଇ ବରଂ 'ଗୋଳିଆ ପାଣି'ର କଙ୍କଡ଼ା ସାଜିଛେ।"କହିଲେ କୁଳ କୁଟୁମ୍ବକୁ ଲାଜ/ନକହିଲେ କୁଳ ଭାସିଯାଉଛି।"କ୍ଷମତା/ଅର୍ଥର ଅନ୍ଧପୁଟୁଳି ବାନ୍ଧି "ବିରାଡ଼ି ଆଖିବୁଜି ଦୁଗ୍ଧ ପିଇଲା" ପରି ନିଜେ ନିଜକୁ ଠକି ଚାଲିଛେ।"ମହତ"ବର୍ତ୍ତମାନ ଗୋଟେ ଆଭିଧାନିକ ଶବ୍ଦ ବ୍ଯତୀତ 
କେବେ କେବେ ଭାଷଣବାଜିରେ ନିଜ ଅସ୍ତିତ୍ବର ପରିଚୟ ଦେଉଛି।

      ସମସ୍ତେ ଉତ୍କଳର ଦୁଃଖରେ କାନ୍ଦିପକାଇ ଯାହା ପାଉଛେ ବାନ୍ଧିବାରେ ଲାଗିଛେ। ଆଖିରେ ଟୋପେ ବି ଅନୁଶୋଚନାର ଅଶ୍ରୁ ନାହିଁ।ପାରିଲା ପଣିଆର ମିଛ ବାହାସ୍ଫୋଟ ମାରି ଲୋଭର ଅବିନାଶୀ କ୍ଷୁଧା ନିବାରଣାର୍ଥେ ଲାଗି ପଡି଼ଛେ।

           ହେ ମହାନ ଆତ୍ମା! ଆଜି ଏହି ପୁଣ୍ଯତିଥିରେ ଏତିକି କାମନା -- ଯଦି ପୁନର୍ଜନ୍ମ ଥାଏ ତେବେ ଆଉଥରେ ଜନ୍ମନେଇ  ସ୍ବପ୍ନର ଉତ୍କଳକୁ ଧ୍ବଂସ ମୁହଁରୁ ରକ୍ଷା କରନ୍ତୁ.........
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।