3/06/2019

ଜଣେ ସୈନିକର କ୍ଷୋଭ

ଚିଣ୍ଟୁ ସେଠୀ
କାନ୍ଦେ ମୋର ମାତୃଭୂମୀ କାନ୍ଦେ ମୋ ଜନତା,                                                 କୁମ୍ଭୀର କାନ୍ଦଣା କାନ୍ଦେ ମୋ ଦେଶର  ନେତା ।।

ଚାଲିଗଲେ କେତେ ଭାଈ ମୋର, କେତେ ଯେ ଆହତ ହେଲେ,
ଦେଖି ପାରିବ ମୋ ଦୁଃଖର ପାହାଡ଼ ଭିତରେ ହୃଦୟ ଥିଲେ ।।

କେତେ କେତେଥର ନିଆଁରେ ଲାଗି, ନିଜ ହାତ ପୋଡି ଶାସ୍ତି ପାଇଛି (ପାକିସ୍ତାନ),
ଏବେ ପୁଣି ସେଇ ନିଆଁରେ ଲାଗି ମନେ ମୋର ସେ ନିଆଁ ଭରିଛି ।।

ଜଳିଯିବ ପୁରା ପାକିସ୍ତାନ ଥରେ ଆମକୁ ବି ଅଧିକାର ଦିଅ
ନ ହେଲେ ହେ ନରେନ୍ଦ୍ର ମୋଦି, ନେତା ପଦରୁ ଇସ୍ତଫା ନିଅ ।।

ଥରେ ଆମକୁ ଖୋଲା ଛାଡିଦିଅ, ପାକିସ୍ତାନର ସୀମା ପାଖରେ
କାନ ବନ୍ଦ କରିବାକୁ ପଡିପାରେ ତୁମକୁ ଅତଙ୍କୀ ମାନଙ୍କ କ୍ରନ୍ଦନ ସ୍ୱରେ ।।

କେବେ ଯଦି ଥରେ ପଶିବୁ ଭିତରେ କହି, ହର ହର ମହାଦେବ
ପାକିସ୍ତାନ ପରି କେତେ ଡଗ୍‌ ଫାର୍ମ, ୱାର୍ଲଡ ମ୍ଯାପ୍‌ରୁ ଲିଭିଯିବ ।।

ମା' ମୋ କାନ୍ଦୁଛି ଆଖିରୁ ତା'ର ରକ୍ତର ନଦୀ ବହି ଚାଲିଛି
ତ୍ରୀରଙ୍ଗା ପଣତେ ରକ୍ତ ଲାଗି ତା'ର ଚତୁଃରଙ୍ଗ ହେଇ ଯାଇଛି ।।

କାଶ୍ମୀର କଣ ତୁମ ବୋପାର ଶଳେ, କାଶ୍ମୀର ପାଇଁ  ମରୁଛ
କୁକୁର କଲିଜା ପାଇଛ ବୋଲି ତ ସାମ୍ନା ଯୁଦ୍ଧକୁ ଡ଼ରୁଛ ।।

ହେ ଦେଶର ନେତା,ରୋକି ପାରିବକି ନିର୍ବାଚନ ଲୋକସଭା  ??
ଛାଡ଼ ଆମକୁ ଗୋଟେ ଦିନ ପାଇଁ ,ପାକିସ୍ତାନରେ ହେବ ଶୋକ ସଭା ।।

ହେ ଦେଶର ନେତା..
କାଶ୍ମୀର କଣ ପୁରା ଦେଶକୁ ପୋଷୁଛି ତା' ପାଇଁ ୩୧୭ ଧାରା ରହିଛି
ସେଇ କାଶ୍ମୀରର ମେଣ୍ଢା ଛୁଆ ଆଜି ଆତଙ୍କୀ ହୋଇ, ମୋ ଭାଇ ମାନଙ୍କୁ ମାରୁଛି ।।

ମାରିଦେଲା ସେ ମୋ ଭାଈ ମାନଙ୍କୁ ସେଥିପାଇଁ ଖାଲି ଦୁଃଖ ନାହିଁ
କରି ପାରିଲିନି ମା' ପାଇଁ କିଛି ଦୁଃଖ ଖାଲି ମୋର ସେଥିପାଇଁ ।।
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।